IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଡିନରକୁ କରନ୍ତୁ ସ୍ପେଶାଲ, ଆଜି ବନାଇ ଖାଆନ୍ତୁ ଓ ଖୁଆନ୍ତୁ ଗାଜର ମଟର ପୁଲାଓ

ସାରା ଭାରତରେ ଭାତକୁ ବହୁତ ପ୍ରାଧାନ୍ୟ ଦିଆଯାଏ। ଯେତେ ଯାହା ଖାଅ ନା କାହିଁକି ଟିକେ ଭାତ ନ ଖାଇଲେ ଭଲ ଲାଗେନି। ଭାତରେ ଅନେକ ପ୍ରକାର ରେସିପି ମଧ୍ୟ କରାଯାଇଥାଏ। କିଏ ଫ୍ରାଏଡ ରାଇସ କରି ଖାଆନ୍ତି ତ ଆଉ କିଏ ପୁଲାଓ କରି। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ପୁଲାଓ ରେସିପି ନେଇ ଆସିଛୁ, ଯାହାର ନାମ ଗାଜର ମଟର ପୁଲାଓ। ଏହା ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟକର ମଧ୍ୟ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ରାଇସ – ୨ କପ (ଦୁଇ ଘଣ୍ଟା ଭିଜାଇ ରଖିଥିବା)
ଗାଜର – ୧ କପ
ମଟର – ୧ କପ
ଘିଅ – ୨ ଚାମଚ
ଅଦା – ୧ ଛୋଟ ଖଣ୍ଡ
ବିରି ଡାଲି – ୨ ଚାମଚ
ଲୁଣ – ସ୍ଵାଦନୁସାରେ
ଧନିଆ ପାଉଡର – ୧ ଚାମଚ
ଗରମ ମସଲା – ଅଧା ଚାମଚ
ହଳଦି – ୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ

– ଏକ ପ୍ୟାନରେ ଘିଅ କିମ୍ବା ତେଲ ଗରମ କରନ୍ତୁ ଏବଂ ସେଥିରେ ଜିରା ପକାନ୍ତୁ।
-ଜିରା ଭାଜି ହୋଇଗଲା ପରେ କୋରି ରଖିଥିବା ଅଦାକୁ ପକାଇ ଭାଜନ୍ତୁ।
-ଯେତେବେଳେ ଏହା ହୋଇଯିବ ଏଥିରେ ଭିଜାଇ ରଖିଥିବା ଚାଉଳ, ଗାଜର, ମଟର, ଗରମ ମସଲା, ଧନିଆ, ହଳଦି ଏବଂ ଅନ୍ୟ ସାମଗ୍ରୀକୁ ପକାଇ ଭାଜନ୍ତୁ।
-ପରିବା ସହିତ ଚାଉଳକୁ ରାନ୍ଧିଲା ବେଳେ ଏହାର ଘୋଡଣି ଦିଅନ୍ତୁ ନାହିଁ।
-ଯଦି ଆପଣଙ୍କୁ ଲାଗୁଚି ଯେ ପରିବା ତଳୁ ଲାଗିଯାଉଛି କି ପୋଡି ଯାଉଛି ତେବେ ଏଥିରେ ଦୁଇ ଚାମଚ ପାଣି ପକାଇ ଦିଅନ୍ତୁ।
-ଯେତେବେଳେ ପାରିବା ଏବଂ ରାଇସ ଅଧା ରାନ୍ଧି ହୋଇଯିବ ସେଥିରେ ଦୁଇ କପ ପାଣି ଦେଇ ଫୁଟାନ୍ତୁ।
-ଧୀମା ଆଞ୍ଚରେ ରାନ୍ଧିବା ପରେ ଏହାକୁ ୧୦ ମିନିଟ ପାଇଁ ଘୋଡାଇ ରଖି ଦିଅନ୍ତୁ।
-ଏବେ ଅପଣଙ୍କ ଗାଜର ମଟର ପୁଲାଓ ପ୍ରସ୍ତୁତ ହୋଇଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button