IBN ଓଡ଼ିଶା ବ୍ୟୁରୋ

ଆଲୋଭେରାରେ ଏମିତି ବନାନ୍ତୁ ନାଇଟ୍‌ କ୍ରିମ, ଚମକି ଉଠିବ ତ୍ୱଚା

ପ୍ରତ୍ୟେକ ଯୁବତୀ ନିଜକୁ ସୁନ୍ଦରୀ ଦେଖାଯିବାକୁ ଚାହାନ୍ତି। ଯେଉଁଥିପାଇଁ ସେମାନେ ଅନେକ ପଇସା ମଧ୍ୟ ଖର୍ଚ୍ଚ କରନ୍ତି। ମାର୍କେଟରେ ମିଳୁଥିବା ମହଙ୍ଗା ବିୟୁଟି ପ୍ରଡକ୍ଟ ବ୍ୟବହାର କରିବା ସତ୍ତ୍ୱେ ମଧ୍ୟ ଏଥିରୁ କୌଣସି ସୁଫଳ ମିଳିନଥାଏ। ଆଜିକାଲି ମାର୍କେଟରେ ସ୍କିନ କେୟାର ପାଇଁ ଭିନ୍ନ ଭିନ୍ନ ପ୍ରକାର ମହଙ୍ଗା କ୍ରିମ ମିଳୁଛି। ଆଲୋଭେରାରେ ଏମିତି ଗୁଣ ରହିଛି, ଯାହା ଆପଣଙ୍କ ତ୍ୱଚା ପାଇଁ ଲାଭକାରୀ ହୋଇଥାଏ। ଏହା ତ୍ୱଚାରୁ ଦାଗ ଦୂର କରିବା ସହିତ ସ୍କିନକୁ ଟାଇଟ ରଖିଥାଏ। ଆଲୋଭେରାକୁ ରାତିରେ ଶୋଇବା ପୂର୍ବରୁ ଲଗାଇବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ।

alovera

ମାର୍କେଟରେ ମିଳୁଥିବା ପ୍ରଡକ୍ଟ କେମିକାଲଯୁକ୍ତ ହୋଇଥିବା ଯୋଗୁଁ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଏ। କିନ୍ତୁ ଆପଣ ଆଲୋଭେରା ସାହାଯ୍ୟରେ ଘରେ ନାଇଟ କ୍ରିମ ପ୍ରସ୍ତୁତ କରି ରାତିରେ ଶୋଇବା ପୂର୍ବରୁ ବ୍ୟବହାର କରିପାରିବେ। ତେଣୁ ଆପଣ ଘରେ କିଭଳି ନାଇଟ କ୍ରିମ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିନେବା। ଏହାକୁ ପ୍ରସ୍ତୁତ କରିବା ଅତି ସହଜ।

କ୍ରିମ କିଭଳି କରିବେ ପ୍ରସ୍ତୁତ :

ଆଲୋଭେରା ଜେଲ : ୨ ବଡ ଚାମଚ

ଲାଭେଣ୍ଡର ଅଏଲ : ୧ ଚାମଚ

ପ୍ରାଇମରୋଜ ଅଏଲ : ୧ ଚାମଚ

alo

ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଆଲୋଭେରା ଜେଲ କାଢି ନିଅନ୍ତୁ। ଏହାପରେ ଏଥିରେ ଲାଭେଣ୍ଡର ତେଲ ମିଶାଇ ତା’ ପରେ ପ୍ରାଇମରୋଜ ତେଲ ଏକ ଚାମଚ ମିଶାଇ ଦିଅନ୍ତୁ। ଏହାକୁ ଏକ ଛୋଟ ଡବାରେ ଭରି ରଖନ୍ତୁ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହାକୁ ମୁହଁରେ ଲଗାଇ ଶୁଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button