IBN ଓଡ଼ିଶା ବ୍ୟୁରୋ

ଘରେ ବସି ଏମିତି କରନ୍ତୁ ହେୟାର ସ୍ପା, ମିଳିବ ମଜବୁତ ଏବଂ ଉଜ୍ୱଳ କେଶ

ବର୍ଷାଦିନରେ ସବୁଠାରୁ ଅଧିକ ଯତ୍ନ କେଶର ନେବାକୁ ହୋଇଥାଏ। ବର୍ଷା ଦିନରେ ବାରମ୍ବାର କେଶ ଓଦା ହେବା ପରେ ରୁକ୍ଷ ଏବଂ ଶୁଷ୍କ ହୋଇଯାଏ। ତେଣୁ ଏହାର ଦେଖାଶୁଣା କରିବା ନିତାନ୍ତ ଆବଶ୍ୟକ। ଏମିତିରେ କିଛି ହେୟାର ସ୍ପା ରହିଛି, ଯାହାକୁ ଆପଣ ଘରୋଇ ଉପାୟ କରିପାରିବେ। ଏହି ସ୍ପା କରିବା ପରେ କେଶକୁ ଉଜ୍ୱଳ ଏବଂ ମଜବୁତ କରିପାରିବେ। ତେବେ ଆସନ୍ତୁ ଜାଣିବା କେଉଁ ଉପାରେ କେଶକୁ ମଜବୁତ କରିପାରିବେ…

କଦଳୀ ପେଷ୍ଟ : କେଶର ଲମ୍ବା ଅନୁଯାୟୀ କଦଳୀ ପେଷ୍ଟ କରିବା ଉଚିତ। ଏହି ପେଷ୍ଟ କରିବା ପୂର୍ବରୁ ଏକ ଅଣ୍ଡା,ଅଳ୍ପ ଅଲଭି ତେଲକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ କଦଳୀ ସହିତ ମିଶାଇ କେଶରେ ଲଗାନ୍ତୁ। କିଛି ସମୟ ରଖିବା ପରେ ଏହାକୁ ଶାମ୍ପୁ କରିଦିଅନ୍ତୁ।

cha

ଚା’ ପତି ପ୍ୟାକ୍‌ : ଏକ ଚାମଚ ଚା ପତିକୁ ନେଇ ଏକ ବଡ ଚାମଚ ତେଲରେ ଗରମ କରନ୍ତୁ। ତେଲ ଭଲଭାବେ ଗରମ ହୋଇଗଲା ପରେ ଏହାକୁ ଛାଣି ଦିଅନ୍ତୁ। ଏଥିରେ ବିଟ୍‌ର ପେଷ୍ଟ ମିଶାଇ କେଶରେ ଲଗାଇଦିଅନ୍ତୁ। ୩୦ ମିନିଟ ଲଗାିବା ପରେ ପାଣିରେ ଧୋଇଦିଅନ୍ତୁ।

ମେଥି ପେଷ୍ଟ : ମେଥି ଦାନାକୁ ରାତି ସାରା ଭିଜାଇ ରଖନ୍ତୁ। ତା’ ପରଦିନ ମେଥିକୁ ପେଷ୍ଟ କରି ଏହାକୁ ଦହି ଏବଂ ମହୁ ସହିତ ମିଶାଇ କେଶରେ ଲଗାଇ ଏକ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ତା’ ପରେ ସାମ୍ପୁ କରିଦିଅନ୍ତୁ। ଦେଖିବେ, କେଶରେ ଉଜ୍ୱଳତା ଏବଂ ମଜବୁତ ବୃଦ୍ଧି ପାଇବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button