IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବାସି ରୁଟି ଖାଇବାର ଏହି ୧୦ଟି ଫାଇଦା ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଆଜିକାଲି ଲୋକେ ନିଜ ଫିଟନେସ ପାଇଁ କେତେ କ’ଣ ପଇସା ଖର୍ଚ୍ଚ କରନ୍ତି। କିନ୍ତୁ ସୁସ୍ଥ ରହିପାରନ୍ତି ନାହିଁ। ଯଦି ଆପଣଙ୍କୁ ନିଜ ଫିଟନେସ ପ୍ରତି ଚିନ୍ତା ଅଛି, ତେବେ ଆପଣ ଅଯଥା ଖର୍ଚ୍ଚ ନ କରି ଖାଇପାରିବେ ବାସି ରୁଟି। ବାସି ରୁଟି ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। କାରଣ, ଏଥିରେ ରହିଛି ପୋଷକ ତତ୍ତ୍ୱ। ଏହା କେବଳ ମସଲସକୁ ଶକ୍ତ କରି ନ ଥାଏ, ବରଂ ଇମ୍ୟୁନ ଶକ୍ତିକୁ ମଧ୍ୟ ମଜଭୁତ କରିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ବାସି ରୁଟିର ଫାଇଦା ସମ୍ପର୍କରେ।

୧. ବାସି ରୁଟିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ଅଛି। ପ୍ରତିଦିନ ସକାଳେ ବାସି ରୁଟି ଖାଇଲେ ଶରୀର ଶକ୍ତିଶାଳୀ ହୋଇଥାଏ। ଏହାଦ୍ୱାରା ମସଲସ ବନିଥାଏ।

୨. ଯେଉଁ ଲୋକଙ୍କୁ ସବୁବେଳେ ଦୁର୍ବଳ କିମ୍ଵା ଥକ୍କା ଲାଗିଥାଏ, ଏମାନେ ବାସି ରୁଟି ଖାଇବା ଉଚିତ। ଏହାଦ୍ୱାରା କାର୍ବୋହାଇଡ୍ରେଟସର ଅଭାବ ଦୂର ହୋଇଯାଇଥାଏ, ଯଦ୍ଦ୍ୱାରା ତୁରନ୍ତ ଶକ୍ତି ମିଳିଥାଏ।

jy

୩. ଯଦି ଆପଣଙ୍କର ହଜମ ସମ୍ବନ୍ଧୀୟ ସମସ୍ୟା ରହିଛି, ତା’ହେଲେ ବାସି ରୁଟି ଖାଇବା ଲାଭଦାୟକ ହୋଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ଏହାକୁ ଖାଇଲେ ଗ୍ୟାସ, କବ୍ଜ ଏବଂ ପେଟ ଫୁଲିବା ଭଳି ସମସ୍ୟାରୁ ଛୁଟକାରା ମିଳିଥାଏ।

୪. ବାସି ରୁଟି ଖାଇଲେ ପେଟର ଚର୍ବି କମିଯାଇଥାଏ। ଏହାସହିତ ମେଟାବଲିଜମ ବଢ଼ିଆ ବନିଥାଏ। ଏହାଦ୍ୱାରା ଭୋକ ମଧ୍ୟ ନିୟନ୍ତ୍ରିତ ରହିଥାଏ।

୫. ବାସି ରୁଟି ଖାଇଲେ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ରକ୍ତ ପ୍ରବାହକୁ ଠିକ କରି ଶ୍ଵାସନଳୀ ବ୍ଲକେଜକୁ ଦୂର କରିଥାଏ।

ujuy

୬. ଯେଉଁ ଲୋକଙ୍କ ଶରୀର ସବୁବେଳେ ଗରମ ଲାଗିଥାଏ, ସେମାନେ ପ୍ରତିଦିନ ସକାଳେ କ୍ଷୀର ସହିତ ବାସି ରୁଟି ଖାଇବା ଉଚିତ। ଏହା ଶରୀରର ତାପମାତ୍ରାକୁ ସାମାନ୍ୟ ରଖିଥାଏ।

୭. ବାସି ରୁଟି ଖାଇଲେ ସୁଗାର ଲେବୁଲ ସାମାନ୍ୟ ରହିଥାଏ। ଏହା ଇନସୁଲିନକୁ ନିୟନ୍ତ୍ରିତ କରି ରକ୍ତରେ ମହଜୁଦ ଥିବା ଅତିରିକ୍ତ ସୁଗାର ମାତ୍ରାକୁ କମ କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଡାଇବେଟିଜ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।

୮. ବାସି ରୁଟି ସକାଳ ଜଳଖିଆରେ ଖାଇଲେ ଭିଟାମିନ ଅଭାବ ଦୂର ହୋଇଯାଇଥାଏ। ଏଥିରେ ଶରୀରକୁ ଶକ୍ତି ମିଳିଥାଏ, ଯଦ୍ଦ୍ୱାରା ମୁଣ୍ଡବିନ୍ଧା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

uu

୯. ବାସି ରୁଟି ଖାଇଲେ ହାଡ଼ ଶକ୍ତ ହୋଇଥାଏ। ଏଥିରେ ଥିବା ପ୍ରୋଟିନ ଏବଂ କ୍ୟାଲସିୟମ ବୋନ ମ୍ୟାରୋ ଜୁସକୁ ବନାଇବାରେ ସାହାଯ୍ୟ କରିଥାଏ।

୧୦. ଯେଉଁ ଲୋକଙ୍କୁ ରକ୍ତଚାପ ସମସ୍ୟା ରହିଥାଏ, ତାଙ୍କ ପାଇଁ ବାସି ରୁଟି ଲାଭଦାୟକ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button