IBN ଓଡ଼ିଶା ବ୍ୟୁରୋ

ଜ୍ୟୋତିଷ ଶାସ୍ତ୍ରରେ ଏହିସବୁ ଉପାୟ ଆପଣେଇବା ଦ୍ୱାରା ଜଲଦି ଖୋଲିଥାଏ ବିବାହ ଯୋଗ, ଜାଣନ୍ତୁ କ’ଣ

ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିଙ୍କ କୁଣ୍ଡଳୀରେ ଗ୍ରହର ସ୍ଥିତି ଅନୁଯାୟୀ ଏହା ଜାଣିବା ପାଇଁ ଚେଷ୍ଟା କରାଯାଇଥାଏ କି କେଉଁ ବ୍ୟକ୍ତିଙ୍କୁ କେଉଁ ବୟସରେ ସୁଖ-ଦୁଃଖ, ସଫଳତା ଏବଂ ଶିକ୍ଷାର ସୁଖ ପ୍ରାପ୍ତି ହେବ। ଏଥିସହ ଏହି ଶାସ୍ତ୍ର ମାଧ୍ୟମରେ ବିବାହ ବିଷୟରେ ମଧ୍ୟ ଜଣାପଡିଥାଏ। କୁହାଯାଇଥାଏ ଜ୍ୟୋତିଷ ଶାସ୍ତ୍ର ଉପାୟକୁ ଶ୍ରଦ୍ଧାରେ କରାଗଲେ ବିବାହ ଯୋଗ ଶୀଘ୍ର ହୋଇଥାଏ । ଏହିକାରଣରୁ ଯେଉଁ ବ୍ୟକ୍ତି ଜଲଦି ବିବାହ କରିବାକୁ ଚାହୁଁଛନ୍ତି ସେହି ବ୍ୟକ୍ତି ଏହିସବୁ ଉପାୟ ଆପଣେଇବା ଦ୍ୱାରା ଜଲଦି ବିବାହ ହୋଇପାରିବ।

ବିବାହ ଯୋଗ ଜଲଦି ବନାଇବାର ଉପାୟ

marriage1-ଯଦି କୌଣସି ବ୍ୟକ୍ତିଙ୍କ ବିବାହରେ ସମସ୍ୟା ଦେଖାଯାଉଛି ତେବେ ସେହି ବ୍ୟକ୍ତି ନିଜ ଗାଧୋଇବା ପାଣିରେ ହଳଦୀ ମିଶାଇ ସ୍ନାନ କରନ୍ତୁ। କୁହାଯାଇଥାଏ ଏହାଦ୍ୱାରା ବୃହସ୍ପତି ଗ୍ରହ ମଜବୁତ୍‌ ହେବା ସହ ଉଚ୍ଚରେ ରହିଥାନ୍ତି, ଯାହାଦ୍ୱାରା ବିବାହ ଯୋଗ ଜଲଦି ଫିଠିବାର ସମ୍ଭାବନା ବଢିଥାଏ।

-ଜ୍ୟୋତିଷ ଶାସ୍ତ୍ରରେ ବିବାହକୁ ପ୍ରଭାବିତ କରୁଥିବା ଦେବତା ରୂପେ ଭଗବାନ ବୃହସ୍ପତିଙ୍କୁ ପୂଜା କରାଯାଇଥାଏ। ଏହିକାରଣରୁ ଚେଷ୍ଟା କରନ୍ତୁ ଗୁରୁବାର ଦିନ ହଳଦିଆ ରଙ୍ଗର କପଡା ପିନ୍ଧିବା ସହ ଗରିବ ଲୋକଙ୍କୁ ହଳଦିଆ ରଙ୍ଗର କପଡା ଦାନ କରନ୍ତୁ।

-ସେହିଭଳି ଯେଉଁ ବ୍ୟକ୍ତିଙ୍କ ବିବାହ ଯୋଗ ଶୀଘ୍ର ବନାଇବାକୁ ଚେଷ୍ଟା କରୁଛନ୍ତି ସେମାନେ ପ୍ରତ୍ୟେକ ଗୁରୁବାର ଦିନ ନିଜ ହାତରେ ଗାଈଙ୍କୁ ହଳଦିଆ ରଙ୍ଗର ଖାଦ୍ୟ ଖୁଆନ୍ତୁ।

-ଜ୍ୟୋତିଷ ଶାସ୍ତ୍ରରେ ଜଲଦି ବିବାହ ଯୋଗ ଉପାୟ ବିଷୟରେ ଉଲ୍ଲେଖ କରାଯାଇଛି, ଶୀଘ୍ର ବିବାହ ଯୋଗ କରିବା ପାଇଁ କଦଳୀ ଗଛର ଚେର କିମ୍ବା ଅମୃତଭଣ୍ଡା ଗଛର ଚେରକୁ ହଳଦିଆ ରଙ୍ଗର କପଡାରେ ବାନ୍ଧି ଗୁରୁବାର ଦିନ ଭଗବାନ ବୃହସ୍ପତିଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ କରି ବ୍ୟକ୍ତିଙ୍କ ବେକରେ ବାନ୍ଧି ଦିଅନ୍ତୁ। ଏପରି କରିବା ଦ୍ୱାରା ବହୁତ ଜଲଦି ବିବାହ ଯୋଗ ଫିଠିବାର ମାନ୍ୟତା ରହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button