IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆଖିରେ ଥକ୍କାପଣ ବିଗାଡି ପାରେ ଚେହେରାର ମେକଅପ, ଏହି ଟିପ୍ସ ବ୍ୟବହାର କରି ଆଖିକୁ ରଖନ୍ତୁ ଫ୍ରେସ

ଆମ ଦୁଇ ଆଖି ଆମ ଚେହେରାର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ। କିନ୍ତୁ ଦିନସାରା କାମ କରି ହେଉଥିବା ଥକ୍କାପଣ ଆଖିରେ ଅଧିକ ଦେଖାଯାଇଥାଏ ଯାହା ଫଳରେ ଆଖି ମଧ୍ୟ ଫିକା ଫିକା ଦେଖାଯାଇଥାଏ। ଏହିଭଳି ଆଖିରେ ମେକଅପ୍‌ କଲେ ମଧ୍ୟ ଏହି ମେକଅପ୍‌ର ଚାର୍ମ ଆସିନଥାଏ। କିନ୍ତୁ କିଛି ଘରୋଇ ଉପାୟ ବ୍ୟକହାର କରି ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।

ଲଗାତାର କମ୍ପ୍ଯୁଟର କିମ୍ବା ମୋବାଇଲରେ କାମ କରିବା ଦ୍ୱାରା ଆଖି ଲାଇଟ ପ୍ରତି ଅଧିକ ସମ୍ବେଧନଶୀଳ ହୋଇଯାଇଥାଏ। ଏହି କାରଣରୁ ଆଖିରେ ଥକ୍କାପଣ ନଜର ଆସିବା ସହିତ ମୁଣ୍ଡ ମଧ୍ୟ ଭାରି ଲାଗିଥାଏ। ତେବେ କିଛି ଘରୋଇ ଉପାୟ ବ୍ୟବହାର କରି ଆଖିକୁ ଆରାମ ଯୋଗାଇ ପାରିବେ। ପାଟିରେ ପାଣି ଭର୍ତ୍ତି କରି ଆଖିରେ ପାଣି ଛିଟା ମାରିବା ଦ୍ୱାରା ଆଖି ଫ୍ରେସ ଲାଗିଥାଏ। ଏହି ଉପାୟକୁ ଦିନରେ ଦୁଇ ରୁ ତିନି ଥର ବ୍ୟବହାର କରନ୍ତୁ ଓ ଏହାଦ୍ୱାରା ଆଖିରେ ଅନୁଭବ ହେଉଥିବା ପୋଡାଜଳା ମଧ୍ୟ ଦୂର ହୋଇଥାଏ।

EYE2

ଏକ ପାତ୍ରରେ ଠଣ୍ଡା ପାଣି ନିଅନ୍ତୁ ଏବଂ ସେଥିରେ ଗୋଟିଏ ଚାମଚ ଗୋଲାବ ଜଳ ମିଶାନ୍ତୁ। ଏକ ସଫା କନାକୁ ସେହି ପାଣିରେ ଭିଜାଇ ପାଞ୍ଚ ମିନିଟ ପାଇଁ ଦୁଇ ଆଖି ଉପରେ ରଖନ୍ତୁ। ଦିନରେ ଦୁଇ ତିନି ଥର ଏହି ପ୍ରକ୍ରିୟାକୁ କଲେ ଆରାମ ମିଳିଥାଏ। ତୁଳସୀ ଏବଂ ପୁଦିନା ପତ୍ରକୁ ବ୍ୟବହାର କରି ମଧ୍ୟ ଆଖିରେ ହେଉଥିବା ଯନ୍ତ୍ରଣା ଦୂର କରିହେବ। ତୁଳସୀ ଏବଂ ପୁଦିନାର କିଛି ପତ୍ରକୁ ରାତି ସାରା ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏକ ସୂତି କପଡାକୁ ଏହି ପାଣିରେ ଭିଜାଇ ଦୁଇ ଆଖି ଉପରେ ରଖିବା ଦ୍ୱାରା ଦିନସାରା ଆଖିକୁ ଆରାମ ମିଳିଥାଏ। ଏସମସ୍ତ ଘରୋଇ ଉପାୟ ଦ୍ୱାରା ଆଖିକୁ ଆରାମ ମିଳିବା ସହିତ ଚେହେରା ମଧ୍ୟ ଫ୍ରେସ ଦେଖାଯାଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button