IBN ଓଡ଼ିଶା ଏକ୍ସକ୍ଲୁସିଭ୍

କରେଣ୍ଟ ଲାଗିଲେ ରୋଗୀକୁ ଡାକ୍ତରଙ୍କ ପାଖକୁ ନେବା ପୂର୍ବରୁ ତୁରନ୍ତ କରନ୍ତୁ ଏହି ୬ଟି ପ୍ରାଥମିକ ଚିକିତ୍ସା

ଅନେକ ସମୟରେ ଘରେ ଛୋଟମୋଟ କାମ କଲା ବେଳେ ବିଜୁଳି ଝଟକା ଲାଗିଯାଇଥାଏ। ଏହି ସମୟରେ ଆମେ ଜାଣିପାରୁ ନାହୁଁ ଯେ ତତକ୍ଷଣାତ କ’ଣ କରାଯିବ। ଆଜି ଆମେ ଆପଣଙ୍କୁ କିଛି ତରିକା ବିଷୟରେ କହିବୁ, ଯଦ୍ଦ୍ୱାରା ଆପଣ ରୋଗୀକୁ ଡାକ୍ତରଙ୍କ ପାଖକୁ ନେବା ପୂର୍ବରୁ ଘରେ ପ୍ରାଥମିକ ଚିକିତ୍ସା କରିପାରିବେ। ଏଭଳି ଉପଚାର ଆପଣାଇ ଆପଣ କରେଣ୍ଟ ଲାଗିଥିବା ବ୍ୟକ୍ତିଙ୍କ ଯନ୍ତ୍ରଣାକୁ କମ କରିପାରିବେ।

dfdf

୧. ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ଆପଣ ବେହୋସ ବ୍ୟକ୍ତିଙ୍କ ମୁହଁରେ ଶ୍ଵାସ ଦିଅନ୍ତୁ। ତାଙ୍କ ଛାତି ଉପରେ ୧ ଫୁଟ ଦୂରରୁ ଚାପ ଦେଇ ଦବାନ୍ତୁ, ଯେପରି ପୀଡ଼ିତଙ୍କ ହୃଦ ସ୍ପନ୍ଦନ ଚାଲୁ ରହିବ। ବ୍ୟକ୍ତିଙ୍କୁ ସିଧା ଶୁଆଇ ଗୋଡ଼ ଦୁଇଟିକୁ ଉପରକୁ ଉଠାନ୍ତୁ।

୨. ଯେଉଁ ବ୍ୟକ୍ତିଙ୍କୁ କରେଣ୍ଟ ଲାଗିଛି, ତାଙ୍କୁ ଖାଲି ହାତରେ ଧରିବାକୁ ଚେଷ୍ଟା କରନ୍ତୁ ନାହିଁ।

xf

୩. ତୁରନ୍ତ ପାୱାର ସପ୍ଲାଇକୁ ହଟାଇ ଦିଅନ୍ତୁ ଏବଂ ତା’ପରେ କରେଣ୍ଟ ଲାଗିଥିବା ବ୍ୟକ୍ତିଙ୍କୁ ସେଠାରୁ ହଟେଇବା ପାଇଁ କାଠ କିମ୍ବା ପ୍ଲାଷ୍ଟିକର କୌଣସି ଜିନିଷ ବ୍ୟବହାର କରନ୍ତୁ।

୪. ପୀଡ଼ିତଙ୍କ ନିଃଶ୍ୱାସ ଚେକ କରନ୍ତୁ। କୌଣସି ବି ପ୍ରକାର ଗଡ଼ବଡ଼ ଅନୁଭବ କଲେ ତୁରନ୍ତ ଆମ୍ବୁଲାନ୍ସ ଡକାନ୍ତୁ।

sf

୫. ଯଦି ବ୍ୟକ୍ତିଙ୍କ ହୋସ ଆସିଯାଏ, ତେବେ ତାଙ୍କୁ ଖାଇବା, ପିଇବା ପାଇଁ କୌଣସି ଜିନିଷ ଦିଅନ୍ତୁ ନାହିଁ। ତାଙ୍କୁ କଡେ଼ଇ ଶୁଆଇ ତାଙ୍କ ଜଳିଯାଇଥିବା ଅଙ୍ଗରେ ମଲମ ଲଗାନ୍ତୁ।

୬. କରେଣ୍ଟ ଲାଗିଲେ ବି ଅନେକ ସମୟରେ ଶରୀରର ସେହି ଜାଗା ବଧିରା ହୋଇଯାଏ। ତେଣୁ ହୋସ ନ ଗଲେ ବି ଆପଣ ଚିକିତ୍ସା ଜାରି ରଖନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button