IBN ଓଡ଼ିଶା ବ୍ୟୁରୋ

ଆମେ ନିଜର ସମସ୍ୟାରେ ଅନ୍ୟକୁ ଦୋଷ ଦେବା ଜାଣିଛୁ, କିନ୍ତୁ ତାହାର ସମାଧାନ ଆମ ପାଖରେ ହିଁ ଥାଏ, ପଢନ୍ତୁ ଏହି କାହାଣୀ

ମନୁଷ୍ୟର ଅଭ୍ୟାସ ଥାଏ କି ଯେତେବେଳେ ବି ତା ସାମ୍ନାରେ କୌଣସି ସମସ୍ୟା ଆସି ଥାଏ ତେବେ ସେ ତାହାର ସମାଧାନ ବାହାର କରିବା ବିଷୟରେ ଚିନ୍ତା କରି ନଥାଏ ବରଂ ସେହି ବ୍ୟକ୍ତିକୁ ଗାଳି ଦେଇଥାଏ ଯାହା ଦ୍ଵାରା ଏହି ସମସ୍ୟା ଆସି ଥାଏ । ଆମେ ଚିନ୍ତା କରୁନା କି ଏହା ପାଇଁ ଅନ୍ୟ କାହାକୁ ଦୋଷୀ କରିବାଠୁ ଭଲ ଅଟେ ଏହାର ସମାଧାନ ବାହାର କରିବା । ଜୀବନରେ ସବୁବେଳେ ସମସ୍ୟା ଆସିଥାଏ, କିନ୍ତୁ

କେତେ ଥର ଏହି ସବୁ ସମସ୍ୟାରୁ ବାହାରିବାର ଅବସର ନିଜକୁ ସଫଳତା ମଧ୍ୟ ଆଣିଦିଏ । ଆପଣଙ୍କୁ ଏହି କଥା ଏକ କାହାଣି ରୂପରେ ବୁଝାଉଛୁ ।

ରାଜା ରାସ୍ତା ଉପରେ ପଥର ରଖିଦେଲେ

ଗୋଟିଏ ରାଜ୍ୟର ଜଣେ ରାଜା ଥିଲେ । ସେ ନିଜର ରାଜ୍ୟକୁ ବିକଶିତ ରାଜ୍ୟ କରିବା ପାଇଁ ଏବଂ ନିଜର ପ୍ରଜାଙ୍କର ସେବା କରିବା ପାଇଁ ସର୍ବଦା ତତ୍ପର ରହୁଥିଲେ । ସେଥିପାଇଁ ରାଜା ଥରେ ନିଜର ଜନତାଙ୍କ ବିଷୟରେ ଏବଂ ତାଙ୍କର ଚିନ୍ତାଧାରା ବିଷୟରେ ଜାଣିବା ପାଇଁ ରାସ୍ତାରେ ଏକ ବଡ ପଥର ରଖି ନିଜେ ଏକ ଗଛର ପଛ ପଟେ ଯାଇ ଲୁଚିଗଲେ ।

ରାଜା ଦେଖିଲେ କି ସବୁ ଲୋକମାନେ ପଥରର ଆଖପାଖ ଦେଇ ଚାଲି ଯାଉଛନ୍ତି, ରାଜାଙ୍କୁ ଗାଳି ମଧ୍ୟ ଦେଉଛନ୍ତି ଏବଂ କହୁଛନ୍ତି କି ରାଜାଙ୍କୁ ପ୍ରଜାମାନଙ୍କର କୌଣସି ଚିନ୍ତା ହିଁ ନାହିଁ । ରାଜା ଦେଖିଲେ କି ସମସ୍ତେ ତାଙ୍କର ବ୍ୟବସ୍ଥା ଏବଂ ସେବା ଉପରେ ପ୍ରଶ୍ନ କରୁଛନ୍ତି, ଏବଂ ପଥର ନିକଟ ଦେଇ ଚାଲି ଯାଉଛନ୍ତି ।

ଏହା ପରେ ରାଜାଙ୍କର ନଜର ଏକ କୃଷକ ଉପରେ ପଡିଲା ଯିଏକି ସେହି ପଥରକୁ ହଟାଇବା ପାଇଁ ଚେଷ୍ଟା କରୁଛି । ପଥର ବହୁତ ଭାରିଥିଲା, କିନ୍ତୁ ଅଧିକ ଓଜନ ବିଷୟରେ ଚିନ୍ତା ନ କରି ସେହି କୃଷକ ଜଣକ ପଥରକୁ ହଟାଇବାରେ ଲାଗିଗଲା । ଏହା ପରେ ତାହାକୁ ଏହିଭଳି ପ୍ରୟାସ କରୁଥିବାର ଦେଖି ଆଖପାଖ ଲୋକମାନେ ବି ତା’କୁ ସାହାର୍ଯ୍ୟ କରିଲେ ଏବଂ ପଥରଟି ରାସ୍ତାରୁ ହଟିଗଲା ।

ସେଥିପାଇଁ ରାଜା କୃଷକକୁ ଆଲିଙ୍ଗନ କଲେ

କୃଷକ ଯେମିତି ହିଁ ନିଜର କାମ କରି, ଯିବାକୁ ଲାଗିଲା ସେହି ସମୟରେ ରାଜା ବାହାରି ଆସି କୃଷକକୁ ଆଲିଙ୍ଗନ କଲେ । ସେ କହିଲେ କି – ହେ ଅନ୍ନଦାତା, ରାସ୍ତାରେ ଏତେ ଲୋକ ଯାଉଥିଲେ, କିନ୍ତୁ କେହି ବି ଏହି ସମସ୍ୟାର ସାମଧାନ କରିଲେ ନାହିଁ ଏବଂ ଆପଣ ଏହାକୁ ହଟାଇବାରେ ଚେଷ୍ଟା କରିଛନ୍ତି । ନିଅନ୍ତୁ ସୁନାର ମୁଣି ଏବଂ ମୁଁ କାମନା କରୁଛି କି ଯଦି ମୋ ରାଜ୍ୟର ଅଧା ଲୋକମାନେ ବି ଯଦି ଆପଣଙ୍କ ଭଳି ହୋଇଯାଆନ୍ତି ତେବେ ଏଠି ରାମରାଜ୍ୟ ସ୍ଥାପିତ ହୋଇଯିବ । କୃଷକ ରାଜାଙ୍କୁ ନମସ୍କାର କରି ନିଜ ରାସ୍ତାରେ ଚାଲିଗଲେ ।

ଏହି କଥାରୁ ଆମକୁ ଏହି ଶିକ୍ଷା ମିଳେ କି ପଥର ଭଳି ସମସ୍ୟା ଆମ ଜୀବନରେ ମଧ୍ୟ ଆସିଥାଏ କିନ୍ତୁ ଆମ କେବଳ ଅନ୍ୟ ଉପରେ ଏହାର ଦୋଷ ଦେଇଥାଉ । ଯଦି ଆମେ କୃଷକ ଭଳି ବିନା କାହାକୁ ଦୋଷ ଦେଇ ନିଜେ ସେହି ସମସ୍ୟାର ସମଧାନ କରିବା ତେବେ ସମସ୍ୟାଟି ଶେଷ ହୋଇଯିବ । ସେଥିପାଇଁ ନିଜର ଧ୍ୟାନ ସବୁବେଳେ ସମସ୍ୟାକୁ ସମାଧାନ କରିବା ଉପରେ ରଖିବା ଆବଶ୍ୟକ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button