IBN ଓଡ଼ିଶା ଏକ୍ସକ୍ଲୁସିଭ୍

କାନ୍ଥ କିମ୍ବା ଯେକୌଣସି ଯାଗାରେ ଲାଗିଥିବା ଦାଗକୁ ଯଦି ହଟେଇବାକୁ ଚାହୁଁଛନ୍ତି, ତେବେ ଏହି ଘରୋଇ ଉପାୟ ଦ୍ଵାରା ଚୁଟକିରେ ଦୂର କରି ପାରିବେ

ସମସ୍ତଙ୍କୁ ନିଜ ଘରକୁ ସଫା ସୁତୁରା ରଖିବା ପାଇଁ ଭଲ ଲାଗେ କିନ୍ତୁ ବେଳେ ବେଳେ କେତେକ ଦାଗକୁ ଯେତେ ଚେଷ୍ଟା କରିଲେ ମଧ୍ୟ ତାହା ଛାଡି ନଥାଏ । ଉଦାହାରଣ ସ୍ୱରୂପ କାନ୍ଥରେ କିମ୍ବା କପଡାରେ ଲାଗିଥିବା ଦାଗ । କପଡାର ଦାଗକୁ ଆପଣ କୌଣସି ଭାବରେ ଛଡାଇ ଦିଅନ୍ତି କିନ୍ତୁ କାନ୍ଥରେ ଲାଗିଥିବା ଦାଗକୁ କେତେକ କ୍ଷେତ୍ରରେ ଛଡାଇ ପାରନ୍ତି ନାହିଁ ।

ତେବେ ଚାଳନ୍ତୁ ଜାଣିବା ଆପଣ କାନ୍ଥରେ ଥିବା ଦାଗ ଗୁଡିକୁ କେମିତି ସହଜରେ ଛଡାଇ ପାରିବେ ।

ଧଳା ସାର୍ଟ ରୁ ସାହି ର ଦାଗ ଛଡାନ୍ତୁ

କେବଳ ପିଲାମାନେ ନୁହେଁ ବଡ ଲୋକମାନେ ବି ସାର୍ଟରେ ସାହି ପକାଇଦିଅନ୍ତି, ତେବେ ସେମାନେ ଭାବନ୍ତି କି ତାଙ୍କର ସାର୍ଟ ଖରାପ ହୋଇଗଲା, କିନ୍ତୁ ଆପଣ ଏହି ସାହି ର ଦାଗ କୁ ଛଡାଇବା ପାଇଁ ଟୂଥପେସ୍ଟ କୁ ସାହି ଲାଗି ଥିବା ସ୍ଥାନରେ ଭଲ ଭାବରେ ରଗଡନ୍ତୁ ଯେତେ ପର୍ଯ୍ଯନ୍ତ ସାହିର ଦାଗ ଛାଡି ନ ଯାଇଛି । ଏହା ପରେ ସାହି ଦାଗଟି ଧୀରେ ଧୀରେ ଛାଡିଯିବ ।

ଫୋନ ର ସ୍କ୍ରିନ ଉପରେ ଲାଗିଥିବା ସ୍କ୍ରାଚ ହଟାନ୍ତୁ

ଯଦି ଆପଣଙ୍କ ମୋବାଇଲ ଫୋନର ସ୍କ୍ରିନ ସ୍କ୍ରାଚ ହୋଇଯାଇଛି, ତେବେ ଆପଣ ସ୍କ୍ରିନ ଉପରେ ଟୂଥପେସ୍ଟ ଲଗାନ୍ତୁ ଏବଂ ସ୍କ୍ରାଚ ଉପରେ ରଗଡନ୍ତୁ ଏହା ପରେ ଭଲ କପଡାରେ ତାହାକୁ ପୋଛି ଦିଅନ୍ତୁ । ଧ୍ୟାନ ରଖିବେ କି ବେଶୀ ଜୋରରେ ଘସିବେ ନାହିଁ, ଏହା ପରେ ଆପଣଙ୍କର ମୋବାଇଲ ଫୋନର ସବୁ ସ୍କ୍ରାଚ ହଟିଯିବ ।

କାନ୍ଥରେ ଲାଗିଥିବା ଦାଗକୁ ହଟାନ୍ତୁ

କେତେଥର ପିଲାମାନେ ଖେଳୁ ଖେଳୁ କାନ୍ଥରେ ଡ୍ରଇଂ କରିଦିଅନ୍ତି କିମ୍ବା ଅନ୍ୟ କିଛି ଦାଗ ଲଗାଇଦିଅନ୍ତି । ଯାହାକି ଦେଖିବାକୁ ଖରାପ ଲାଗେ । ଏହାକୁ ଦୂର କରିବା ପାଇଁ ଆପଣ ଟୂଥପେସ୍ଟକୁ ସେହି ଜାଗା ଗୁଡିକରେ ଲଗାଇଦିଅନ୍ତୁ, ଯେଉଁଠି କାନ୍ଥରେ ଦାଗ ଲାଗିଛି, ଏହାପରେ ଟୂଥପେସ୍ଟକୁ ବ୍ରଶ ଦ୍ଵାରା ଧୀରେ ଧୀରେ ଘସନ୍ତୁ ଏବଂ କପଡାରେ ପୋଛି ନିଅନ୍ତୁ । ବର୍ତ୍ତମାନ ଆପଣଙ୍କ କାନ୍ଥ ପୂର୍ବ ପରି ଚମକିବାକୁ ଲାଗିବ ।

ଛୋଟ ପିଲାମାନଙ୍କର କ୍ଷୀର ବୋତଲରୁ ଦୁର୍ଗନ୍ଧ ହଟାନ୍ତୁ

କେତେଥର ବହୁତ ସମୟ ପର୍ଯ୍ଯନ୍ତ ପିଲାମାନଙ୍କର କ୍ଷୀର ବୋତଲ ରହିଯିବା ଦ୍ଵାରା ସେହି କ୍ଷୀର ବୋତଲରୁ ଦୁର୍ଗନ୍ଧ ଆସିଥାଏ । ଏହାକୁ ଦୂର କରିବା ପାଇଁ ଆପଣ ଟୂଥପେସ୍ଟକୁ ବୋତଲ ଭିତରେ ପକାଇ ବ୍ରଶ ଦ୍ଵାରା ସଫା କରିଦିଅନ୍ତୁ । ବୋତଲଟି ପୂର୍ବ ପରି ସଫା ହୋଇଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button