IBN ଓଡ଼ିଶା ବ୍ୟୁରୋ

ପ୍ରତ୍ୟକ ଦିନ ବ୍ୟବହାର କରୁଥିବା ଏହି ଜିନିଷ ଗୁଡିକର ମଧ୍ୟ ଅଛି ଏକ୍ସପାୟରୀ ଡେଟ, ନିଶ୍ଚୟ ଜାଣି ରଖନ୍ତୁ ନହେଲେ…

ବଜାରରେ କୌଣସି ବି ଜିନିଷ କିଣିବା ପୂର୍ବରୁ ତାହାର ପ୍ରସ୍ତୁତି ତାରିଖ ଏବଂ ଏକ୍ସପାୟରୀ ତାରିଖ ଦେଖିବା କେତେ ଜରୁରୀ ହୋଇଥାଏ ଏହା ତ ଆପଣ ମାନେ ଜାଣିଛନ୍ତି । କୌଣସି ବି ଜିନିଷର ଏକ୍ସପାୟରୀ ତାରିଖ ବହୁତ ଜରୁରୀ ହୋଇଥାଏ ଏହା ଦ୍ଵାରା ଆମେ ଜାଣିପାରିବା କି ସେହି ଜିନିଷଟି କେତେ ଦିନ ପର୍ଯ୍ୟନ୍ତ ଆମେ ବ୍ୟବହାର କରି ପାରିବା । କିଛି ଜିନିଷ ଏମିତି ବି ଅଛି ଯାହାକୁ ଆମେ ସବୁଦିନ ବ୍ୟବହାର କରୁ କିନ୍ତୁ ଆମକୁ ତାହାର ଏକ୍ସପାୟରୀ ତାରିଖ ଜଣା ନଥାଏ । ଆଜି ଆମେ ସେହି ବିଷୟରେ ଆପଣ ମାନଙ୍କୁ କିଛି କହିବୁ ।

୧. ଟୂଥବ୍ରଶ

ଟୂଥବ୍ରଶକୁ ଆମେ ସମସ୍ତେ ସବୁଦିନ ବ୍ୟବହାର କରୁଛୁ । କିନ୍ତୁ କେତେକ ଲୋକମାନେ ଜାଣିନାହାନ୍ତି କି ଟୂଥବ୍ରଶକୁ କେତେ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ । ସେଥିପାଇଁ କହିଦେଉଛୁ ଯେ ଟୂଥବ୍ରଶକୁ ଅତି ବେଶିରେ ୩ ମାସ ପର୍ଯ୍ୟନ୍ତ ବ୍ୟବହାର କରିବେ ।

୨. ହେୟାର ବ୍ରଶ

ହେୟାର ବ୍ରଶକୁ ମଧ୍ୟ ଆମେ ସବୁଦିନ ବ୍ୟବହାର କରିଥାଉ ସେଥିପାଇଁ ବହୁତ ଜଲ୍ଦି ଖରାପ ବି ହୋଇ ଯାଇଥାଏ ତେଣୁ ଏହାକୁ ସପ୍ତାହକୁ ଥରେ ଧୋଇବା ଉଚିତ ଏବଂ ଏକ ବର୍ଷ ହେଲେ ଏହାକୁ ବ୍ୟବହାର କରିବା ବନ୍ଦ କରିଦେବା ଉଚିତ ।

୩. ବ୍ରା

ମହିଳାଙ୍କର ଅନ୍ତବସ୍ତ୍ରରେ ବ୍ରା ର ମହତ୍ଵପୂର୍ଣ୍ଣ ସ୍ଥାନ ରହିଛି । ଅଧିକ ଦିନ ବ୍ୟବହାର କରିବା ଦ୍ଵାରା ଏହା ଢିଲା ଯାଇଥାଏ ସେଥିପାଇଁ ଜଲ୍ଦି ଏହାକୁ ବଦଳାଇ ଦେବା ଉଚିତ । ଏହାକୁ ୧ କିମ୍ବା ୨ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ ।

୪. ତଉଲିଆ

ସବୁ ଦିନ ଗାଧୋଇବା ପରେ ଶରୀରକୁ ପୋଛିବା କାମରେ ଆସୁଥିବା ତଉଲିଆ ର ବ୍ୟବହାର ଏକ ନିଶ୍ଚିତ ସମୟ ପରେ ବନ୍ଦ କରିଦେବା ଉଚିତ । ଏହାକୁ ୧ – ୩ ବର୍ଷ ରୁ ଅଧିକ ବ୍ୟବହାର କରିବା ଉଚିତ ନୁହେଁ ।

୫. ପେଶୀଫାୟାର

କାନ୍ଦୁଥିବା ପିଲାକୁ ଚୁପ କରିବା ପାଇଁ ପେଶୀଫାୟାର ର ପ୍ରୟୋଗ କରାଯାଇଥାଏ । ଏହାକୁ ସମୟ ସମୟରେ ଗରମ ପାଣି ରେ ସଫା କରିବା ଉଚିତ । ଏହାକୁ ୨ ମାସରୁ ବେଶୀ ବ୍ୟବହାର କରିବା ଉଚିତ ନୁହେଁ ।

୬. ସ୍ପଞ୍ଜ

ଆଜିକାଲି ସମସ୍ତେ ବାସନ ଧୋଇବା ପାଇଁ ସ୍ପଞ୍ଜ ର ବ୍ୟବହାର କରିଥାନ୍ତି । ଏହାକୁ ୨ ସପ୍ତାହରୁ ବେଶୀ ବ୍ୟବହାର କରିବେ ନାହିଁ ।

୭. ସ୍ଳିପରସ

ଆପଣଙ୍କୁ କହିଦେଉଛୁ ଯେ ସ୍ଳିପରସ କାରଣରୁ ଫଙ୍ଗଲ ଇନଫେକସନ ହୋଇଥାଏ । ସେଥିପାଇଁ ଏହାକୁ ୬ ମାସରୁ ବେଶୀ ବ୍ୟବହାର କରିବେ ନାହିଁ ।

୮. ତକିଆ

ତକିଆ କୁ ବେଶୀ ବ୍ୟବହାର କରିବା ଦ୍ଵାରା ତାହାର ଅବସ୍ଥା ବଦଳି ଯାଇ ଥାଏ ଯାହା ଆମ ବେକ ପାଇଁ ଖରାପ ହୋଇଥାଏ । ସେଥିପାଇଁ ଏହାକୁ ୨ ରୁ ୩ ବର୍ଷ ମଧ୍ୟରେ ବଦଳାଇବା ଉଚିତ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button