ଛାତ ଉପରେ ତୁଳସୀ ଗଛ ଲଗାଇଛନ୍ତି କି ? ତେବେ ଏହି ୩ ଟି ଭୁଲ୍ ଆଦୌ କରନ୍ତୁ ନାହିଁ

ଆଜିର ସମୟରେ ଲୋକମାନେ ଛୋଟ ଘରି କିମ୍ବା ଆପାର୍ଟମେଣ୍ଟ କିଣି ରହୁଛନ୍ତି । ଯାଗା କମ୍ ଥିବାରୁ ଲୋକମାନେ ଏପରି ପରିସ୍ଥିତିରେ ଛାତ ଉପରେ ଅନେକ ଗଛ ଲଗାଇଥାଆନ୍ତି । ଏଥିସହ ଯାଗା କମ୍ ଥିବାରୁ ଛାତ ଉପରେ ତୁଳସୀ ଗଛ ମଧ୍ୟ ଲଗାଇଥାଉ । ଫଳରେ ଘରେ ସୁଖ ଓ ସମୃଦ୍ଧି ଦେଖାଦେବ । କିନ୍ତୁ ବାସ୍ତୁ ଅନୁସାରେ ଛାତ ଉପରେ ତୁଳସୀ ଗଛ ଲଗାଇବା ଅନୁଚିତ୍ ନୁହେଁ । ହେଲେ ପଦ୍ଧତି ଏବଂ ସ୍ଥାନ ନିର୍ଣ୍ଣୟ କରିବା ଗୁରୁତ୍ବପୂର୍ଣ୍ଣ । ନଚେତ୍ ଅଯଥାରେ ଆଶୀର୍ବାଦ ପରିବର୍ତ୍ତେ ନାନା ଅସୁବିଧାର ସମ୍ମୁଖୀନ କରିବାକୁ ପଡିପାରେ । ଯଦି ଛାତ ଉପରେ ତୁଳସୀ ଗଛ ରଖୁଛନ୍ତି ତେବେ ଏହି ୩ଟି ଭୁଲ ଆଦୌ କରନ୍ତୁ ନାହିଁ । ନଚେତ୍ ଏହା ଆପଣଙ୍କୁ ଖୁସି ଦେବା ବଦଳରେ ଜୀବନରେ ଦୁଃଖ ଭରିଦେବ ।
ପରିଷ୍କାର ରଖନ୍ତୁ : ତୁଳସୀକୁ ଦେବୀ ଲକ୍ଷ୍ମୀଙ୍କର ଏକ ରୂପ ଭାବେ ବିବେଚନା କରାଯାଏ । ଛାଥ ଉପରେ ପ୍ରାୟତଃ ଧୂଳି, ପତ୍ର ଏବଂ ଚଢେଇଙ୍କ ମଳ ପଡିଥାଏ । ଯାହାକୁ ସଫା କରିବା ଜରୁରୀ । ନହେଲେ ସକରାତ୍ମକ ଶକ୍ତି ପରିବର୍ତ୍ତେ ନକରାତ୍ମକ ଶକ୍ତି ଦେଖାଦିଏ । ଛାତ ଉପରେ ମଇଳା ଅଶାନ୍ତି ଓ ଦାରିଦ୍ର୍ୟତାକୁ ଆମନ୍ତ୍ରଣ କରିଥାଏ । ତେଣୁ ତୁଳସୀ ଲାଗିଥିବା ସ୍ଥାନକୁ ପରିଷ୍କାର ରଖନ୍ତୁ ।
ଭୁଲ ଦିଗ ଏଡାନ୍ତୁ : ବାସ୍ତୁ ଅନୁସାରେ ଦିଗର ଗୁରୁତ୍ବ ଅନେକ ରହିଛି । ତୁଳସୀକୁ ସର୍ବଦା ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ୍ । ଏହାକୁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖିବା ଦ୍ୱାରା ଆପଣଙ୍କ ଆର୍ଥିକ ପ୍ରଗତିରେ ବାଧା ସୃଷ୍ଟି ହୋଇପାରେ । ଭୁଲ ଦିଗରେ ରଖାଯାଇଥିବା ଗଛ ଶକ୍ତି ଶୋଷଣ କରିବା ପରିବର୍ତ୍ତେ ଘରେ ଦୁଃଖ ଏବଂ ଚାପକୁ ବଢାଇଥାଏ ।
ଶୁଖିଲା ଗଛକୁ ଅବହେଳା : ଅନେକ ଲୋକ ଛାତ ଉପରେ ତୁଳସୀ ଲଗାନ୍ତି, କିନ୍ତୁ ନିୟମିତ ପାଣି ଦେବାକୁ କିମ୍ବା ଦୀପ ଜାଳିବାକୁ ଭୁଲିଯାଆନ୍ତି । ଛାତ ଉପରେ ଲାଗିଥିବା ତୁଳସୀ ଗଛ ଶୁଖିଯିବା ଦ୍ବାରା ଘରର ମୁଖ୍ୟଙ୍କ ସ୍ବାସ୍ଥ୍ୟ ଏବଂ ଧନ ଉପରେ ସିଧାସଳଖ ପ୍ରଭାବ ପଡ଼େ । ଯଦି ନିୟମିତ ଛାତକୁ ଯାଇ ଏହାର ଯତ୍ନ ନେଇପାରୁନାହାଁନ୍ତି ତେବେ ଛାତ ଉପରେ ତୁଳସୀ ଗଛ ଲଗାନ୍ତୁ ନାହିଁ ।




