IBN ଓଡ଼ିଶା ବ୍ୟୁରୋ

ଅଜିଠୁ ୧୬ ନଭେମ୍ବର ପର୍ଯ୍ୟନ୍ତ ୬ଟି ରାଶିର ଲୋକ ହେବେ ମାଲାମାଲ। ସୂର୍ଯ୍ୟ ଦେବଙ୍କ କୃପା ବର୍ଷିବ।

ଅଜିଠୁ ୧୬ ନଭେମ୍ବର ପର୍ଯ୍ୟନ୍ତ ୬ଟି ରାଶିର ଲୋକ ହେବେ ମାଲାମାଲ

ଗୁରୁବାର ୧୮ ଅକ୍ଟୋବର କୁ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ରାଶି ପରିବର୍ତ୍ତନ କରି କନ୍ୟାରୁ ତୁଳାରେ ପ୍ରବେଶ କରିଛନ୍ତି । ଏହି ଗ୍ରହ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଏହି ରାଶିରେ ରହିବ । ଏହା ପରେ ବିଛା ରାଶିରେ ପ୍ରବେଶ କରିବ । ଜ୍ଯୋତିଷ ମାନଙ୍କ ଅନୁସାରେ ଏହି ରାଶି ପରିବର୍ତ୍ତନ ର ସିଧା ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିବ ।

ମେଷ-

ପରିବାରରୁ ସହଯୋଗ ମିଳିବ । ନୂତନ କର୍ମର ଯୋଗ ଅଛି । ଧାର୍ମିକ କାର୍ଯ୍ୟରେ ଯାତ୍ରା କରିପାରନ୍ତି । ଜମିରୁ ଲାଭ ମିଳିବ । ମା ଙ୍କ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ ।

ବୃଷ-

ସୂର୍ଯ୍ୟ ଙ୍କ କାରଣରୁ ସ୍ଵଭାବ ରେ କ୍ରୋଧ ଅଧିକା ରହିବ । ମାନସିକ ଚିନ୍ତା ଲାଗି ରହିବ । କିଛି ଦିନ ପରେ ସମୟରେ ପରିବର୍ତ୍ତନ ଆସିବ । ବାହାରକୁ ଯିବାର ଇଚ୍ଛା ହେବ ।

 

ମିଥୁନ-

ସନ୍ତାନ ସୁଖ ମିଳିବ । ଆୟରେ ବୃଦ୍ଧି ହେବ । କାର୍ଯ୍ୟ ସମୟରେ ପୂର୍ଣ୍ଣ ହେବ । ଯାତ୍ରା ସଫଳ ହେବ । ନୂତନ କର୍ମ କରିବାକୁ ଇଚ୍ଛା ହେବ । ପ୍ରଶନ୍ନ ମନୋଭାବ ରହିବ ।

କର୍କଟ-

 

ବର୍ତ୍ତମାନ ଆୟରେ ହାନି ହେବ । ଚିନ୍ତିତ ରହିବେ । ଧୋକା ପାଇବାର ସମ୍ଭାବନା ଅଛି । ବୋରୋଧୀ ସକ୍ରିୟ ହେବାକୁ ପ୍ରୟାସ କରିବେ । ଧନ ଲାଭର ଯୋଗ ଅଛି । ସମସ୍ତ ଖୁସି ମଧ୍ୟ ମିଳିବ ।

ସିଂହ-

ବହୁତ ଭଲ ସମୟ ରହିବ, ସଫଳତା ମିଳିବ । ନୂତନ କର୍ମରୁ ଲାଭ ମିଳିବ । କିଛି ଦିନ ପରେ ଅଧିକ ବେୟ ହୋଇପାରେ । ଘରେ ବିବାଦ ହେବ । ସେଥିପାଇଁ ଚିନ୍ତା ବଢିପାରେ ।

କନ୍ୟା-

 

କୌଣସି କାମ ସମୟରେ ପୁରା କରିପାରିବେ ନାହିଁ । ସମ୍ପର୍କୀୟ ମାନଙ୍କ ଠାରୁ କିଛି ଖରାପ ସମାଚାର ମିଳିପାରେ । କୌଣସି ଅତିଥିଙ୍କ ଆଗମନ ହୋଇପାରେ ।

ତୁଳା-

ଭାଗ୍ଯର ସାଥ ମିଳିବ । ଭୟ ଏବଂ ସମସ୍ତ ପ୍ରକାର ଚିନ୍ତାରୁ ମୁକ୍ତି ମିଳିବ । କାର୍ଯ୍ୟରେ ସଫଳ ହେବ । ଆୟ ରେ ବୃଦ୍ଧି ହେବ । ଭାଇମାନଙ୍କ ସାହାଯ୍ୟ ସହଯୋଗିତା ମିଳିବ ।

ବିଛା-

 

ଚିନ୍ତା ଲାଗି ରହିବ । ସମୟ ଭଲ ରହିବ ନାହିଁ । ପରିବାରରେ କେତକ ସମସ୍ଯା ଦେଖାଦେବ । ଆୟ ବୃଦ୍ଧି ର ଯୋଗ ରହିଛି । ଏହା ପରେ ଘର ପରିବାରରେ ହସ ଖୁସି ର ବାତାବରଣ ରହିବ ।

ଧନୁ-

ଭୂମିରୁ ଲାଭ ମିଳିବ । ସନ୍ତାନ ସୁଖ ମିଳିବ । ବୈଭବ ରେ ବୁଦ୍ଧି ହେବ । କିଛି ଦିନ ପରେ ଚିନ୍ତା ଆସିପାରେ । ଆୟରେ କମି ହୋଇପାରେ ।

ମକର-

କାର୍ଯ୍ୟ ସ୍ଥଳରେ କଳହ ହୋଇପାରେ । ବିରୋଧି ପରାସ୍ଥ ହେବେ । ପୁରୁଣା ସମସ୍ୟାର ଅନ୍ତ ହେବ ।

କୁମ୍ଭ-

 

କର୍ମରେ ଆସୁଥିବା ବାଧା ସମାପ୍ତ ହେବ । ଆୟ ବୃଦ୍ଧି ହେବ । କଷ୍ଟ ନିବାରଣ ହେବ । ମିତ୍ର ମାନଙ୍କ ସହ ସାକ୍ଷାତ ହେବ । କାର୍ଯ୍ୟ ସମୟରେ ପୂର୍ଣ୍ଣ ହେବ ।

ମୀନ-

ସ୍ଥାଇ ସମ୍ପତି ବିଷୟରେ ବିବାଦ ଦେଖା ଦେଇ ପାରେ । ଧନ ର ଅଭାବ ଦେଖା ଦେବ । ନୂତନ ଯୋଜନା ପ୍ରାପ୍ତ ହେବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button