IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବିଦେଶୀ ଝିଅକୁ ହେଲା ଇଣ୍ଡିଆନ ପୁଅ ସହିତ ପ୍ରେମ, ଏବେ ବାହା ହୋଇ ଗାଁରେ ବିତାଉଛନ୍ତି ଏମିତି ଜୀବନ

ଆମ ଦେଶ କୁ ଲୋକେ ଯେତେ ଖରାପ କହିଥାନ୍ତୁ କିନ୍ତୁ ଏଠାକୁ ଆସୁଥିବା ଲୋକମାନେ ଏଠାକାର ହୋଇ ରହି ଯାଆନ୍ତି । ଏଥିପାଇଁ ମଣିଷକୁ ଭଲ ପାଇବା ଜରୁରୀ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ବିଦେଶୀ ଝିଅକୁ ଏକ ଇଣ୍ଡିଆନ ପୁଅ ସହିତ ହୋଇଗଲା ପ୍ରେମ, ତାଙ୍କ ଫଟୋ ଦେଖି ଆପଣଙ୍କୁ ଲାଗିବାନାହିଁ କି କୌଣସି ବିଦେଶୀ ଝିଅ ଏମିତି ବି କରିପାରିବ ।

ବିଦେଶୀ ଝିଅଙ୍କୁ ହେଲା ଇଣ୍ଡିଆନ ପୁଅ ସହିତ ପ୍ରେମ

୩୩ ବର୍ଷର ମାରୀ ଭାରତ ଆସିଥିଲେ ବୁଲିବା ପାଇଁ ଏଠି ଐତିହାସିକ କିଳା ଦେଖି ଏବଂ ସେଗୁଡିକର ସୁନ୍ଦରତା କୁ କହୁଥିବା ଗାଇଡକୁ ନିଜର ହୃଦୟ ଦେଇ ବସିଲେ । ଏହି ବିଦେଶୀ ମହିଳା ଟୁରିଷ୍ଟ ଗାଇଡ ଧିରାଜ ଙ୍କ ସହିତ ବାହା ହୋଇଗଲେ । ବର୍ତ୍ତମାନ ସେ ମାଣ୍ଡୁରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ମାରୀଙ୍କ ବାପ ଡାକ୍ତର ଏବଂ ମା ଶିକ୍ଷୟତ୍ରି ଅଟନ୍ତି । ମାରୀ ନିଜେ ଜଣେ ଶିକ୍ଷୟତ୍ରି ଅଟନ୍ତି ଏବଂ ଟିକେ ଟିକେ ହିନ୍ଦୀ କହି ଦେଉଛନ୍ତି । ସେ ଶାଢୀ ଏବଂ ଚୁଡିଦାର ହିଁ ପିନ୍ଧନ୍ତି ଏବଂ ଏହାକୁ ପିନ୍ଧି ସେ ନିଜ ଉପରେ ଗର୍ବ ଅନୁଭବ କରୁଛନ୍ତି । ଆଜି ବି ସେ ପାରିସ ର କିଛି ପିଲାଙ୍କୁ ଅନ୍ଲାଇନ ପଢାଉଛନ୍ତି । ତାଙ୍କର ଦୁଇଟି ପିଲା ଅଛନ୍ତି । ସେ ତାଙ୍କୁ ଫ୍ରେଞ୍ଚ ଏବଂ ହିନ୍ଦୀ ଦୁଇଟି ଭାଷା ଶିଖାଉ ଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟର କଥା ଏହା କି ମାଣ୍ଡୁରେ ମାରୀ ନିଜର ଘର ନିଜେ ବନାଉଛନ୍ତି ଏବଂ ସେଥିପାଇଁ ସେ ମିସ୍ତ୍ରୀ ସହ କାମ ମଧ୍ୟ କରୁଛନ୍ତି ।

ମାରୀଙ୍କ ର ଗୋଟିଏ ପୁଅ କାଶୀ ଯିଏ ୫ ବର୍ଷର ଏବଂ ନୀଳ ଯିଏ ୩ ବର୍ଷର ଅଟନ୍ତି । ଜଣେ ଦିଲ୍ଲୀ ରେ ଏବଂ ଅନ୍ୟ ଜଣ କୋଚିରେ ଜନ୍ମ ହୋଇଥିଲେ । ମାରୀ ଘରର ପୁରା କାମ ନିଜେ କରିଥାନ୍ତି । ସେ କହୁଛନ୍ତି କି ସେ ତାଙ୍କର ପିଲାଙ୍କୁ ବର୍ତ୍ତମାନ ସ୍କୁଲ ପଠେଇବେ ନାହିଁ, ୧୦ ବର୍ଷ ପର୍ଯ୍ୟନ୍ତ ସେ ନିଜେ ପଢେଇବେ ।

ବେଶି ସେ ପିନ୍ଧନ୍ତି ଶାଢୀ ଏବଂ ଚୁଢିଦାର

ମାରୀ ପୂରାପୂରି ଦେଶୀ ହୋଇଯାଇଛନ୍ତି ଏବଂ ସେ ସବୁବେଳେ ଶାଢୀ କିମ୍ବା ଚୁଢିଦାର ପିନ୍ଧନ୍ତି । ସେ ନିଜର ସ୍ଵାମୀ ଏବଂ ପିଲାମାନଙ୍କର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବେଶୀ ଧ୍ୟାନ ଦିଅନ୍ତି । ତାଙ୍କର କୌଣସି ସ୍ୱାସ୍ଥ୍ୟ ଖରାପ ହେଲେ ସେ ନିଜର ବାପାଙ୍କର ପରାମର୍ଶ ନିଅନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button