IBN ଓଡ଼ିଶା ବ୍ୟୁରୋ

ବିବାହ ବନ୍ଧନରେ ଯୋଡିହେଲେ କପିଲ ଶର୍ମା, ବାହାଘର ଫୋଟୋ ସବୁ ଦେଖିଲେ ଆପଣ ବି ହେଇଯିବେ ଦିବାନା

୧୨ ଡିସେମ୍ବର ଦିନ ଯେଉଁଠି ମିଡିୟା ର ସମସ୍ତ ଲୋକମାନେ ବିଜେନସ ଟାଇକୁନ ମୁକେଶ ଅମ୍ବାନୀଙ୍କର ଝିଅ ଇଶା ଅମ୍ବାନୀ ଏବଂ ଆନନ୍ଦ ପରିମଲଙ୍କ ବାହାଘର ଦେଖାଉ ଥିଲେ ଏବଂ ଅନ୍ୟ ପଟେ ହସର ବାଦଶାହା କପିଲ ଶର୍ମା ବାହା ହେଉ ଥିଲେ । କପିଲ ଶର୍ମା ଗିନ୍ନୀଙ୍କ ସହ ଜଲନ୍ଧରରେ ବିବାହ କଲେ । କପିଲ ଶର୍ମା ଗିନ୍ନୀଙ୍କ ସହ ସାତ ଫେରା ନେଇଥିଲେ ।

କପିଲ ଶର୍ମା ଗର୍ଲଫ୍ରେଂଡ ସହିତ ନେଲେ ସାତ ଫେରା

ଗ୍ରୀନ – ଗୋଲ୍ଡେନ ରଙ୍ଗର ସେରବାନୀ, ମୁଣ୍ଡରେ କ୍ରିମ ରଙ୍ଗର ପଗଡି ଏବଂ ହାତରେ ଖଣ୍ଡା ଧରି କମେଡିୟାନ କପିଲ ଶର୍ମା ବର ହୋଇ ଭଲ ଲାଗୁଥିଲେ । ସେଠି ଗିନ୍ନୀ ଲାଲୀ ରଙ୍ଗର ଲେହେଙ୍ଗା ପିନ୍ଧି ବହୁତ ସୁନ୍ଦର ଦେଖା ଯାଉଥିଲେ ।

କପିଲ ଶର୍ମାଙ୍କର ପଞ୍ଜାବୀ ବାହାଘରରେ ବହୁତ ଟିଭି ଷ୍ଟାର ସାମିଲ ହୋଇଥିଲେ, ଯେଉଁଥିରେ ସୁମୋନା ଚକ୍ରବର୍ତୀ, କୃଷ୍ଣା ଅଭିଷେକ, ରାଜୀବ ଠାକୁର, ଭାରତୀ ସିଂହ ସହିତ ତାଙ୍କ ସ୍ଵାମୀ ହର୍ଷ ଲିଂବାଚିୟା, ଆରତୀ ସିଂହ, ସୁଦେଶ ଲହରୀ, ଚଂଦନ ପ୍ରଭାକର, ଏବଂ ରାଜୀବ ସାମିଲ ହୋଇଥିଲେ । ଏହା ସହିତ ବଲୀଉଡ ର ଗାୟିକା ଋଚା ଶର୍ମା ବି ଏହି ବାହାଘରରେ ସାମିଲ ହୋଇଥିଲେ ।

ଏହି ବାହାଘରରେ ବହୁତ କଡା ସ୍ୟକୁରୀଟି ରକ୍ଷା ଯାଇଥିଲା । ଖବର ଅନୁସାରେ ଏହି ବାହାଘରରେ ସଲମାନ ଖାନ ଏବଂ ଅକ୍ଷୟ କୁମାର ସାମିଲ ହେବାର ଥିଲା କିନ୍ତୁ ସେମାନେ ଆସିଲେ ନାହିଁ । ତଥାପି ପାଣ୍ଡାଲରେ ବହୁତ ପ୍ରାଇଭେଟ ସୁରକ୍ଷା ଗାର୍ଡ ରଖାଯାଇଥିଲା ଏବଂ ଚାରିପଟେ ବାଉଂସର୍ସ ପୁରା ବାହାଘର ସମୟରେ ଥିଲେ । ତାଙ୍କ ବାହାଘରରେ କଂଗ୍ରେସ ନେତା ନବଜୋତ ସିଂହ ସିଧୁ ମଧ୍ୟ ସାମିଲ ହୋଇଥିଲେ ।

ଆପଣଙ୍କୁ କହିଦେଉଛୁ ଯେ କଲେଜ ସମୟରେ ଯେତେବେଳେ କପିଲ ଶର୍ମା ୨୪ ବର୍ଷର ଥିଲେ ସେ ୧୯ ବର୍ଷ ର ଗିନ୍ନୀଙ୍କୁ ପସନ୍ଦ କରୁଥିଲେ । ଏହି ଦୁଇଜଣ ଗୋଟିଏ ଡ୍ରାମା କମ୍ପାନୀରେ କାମ କରୁଥିଲେ । ଏବଂ ସବୁଦିନ ଗିନ୍ନୀ ତାଙ୍କ ପାଇଁ ଟିଫିନ ଆଣୂଥିଲେ । ଥରେ କପିଲ ଏହି ବିଷୟରେ ତାଙ୍କୁ ପଚାରିବାରୁ ଗିନ୍ନୀ ସେହି ସମୟରେ ନିଜର ଭଲ ପାଇବା କଥା ତାଙ୍କୁ କହିଥିଲେ ।

ସେହି ସମୟରୁ ହିଁ ଦୁଇ ଜଣ ରିଲେଶନଶିପ ରେ ଅଛନ୍ତି କିନ୍ତୁ କପିଲ ମାତ୍ର ଗୋଟିଏ ବର୍ଷ ପୂର୍ବରୁ ନିଜର ଗର୍ଲଫ୍ରେଂଡ ବିଷୟରେ ମିଡିୟାରେ କହିଥିଲେ ।

କପିଲ ଶର୍ମାଙ୍କ ବାହାଘରର ୱେଡିଂଗ ୱେନ୍ଯୂ ର ଫଟୋ ସୋସିୟାଲ ମିଡିୟାରେ ଭାଇରାଲ ହେଉଛି । ୱେଡିଂଗ ସ୍ଟେଜକୁ ଫୁଲରେ ସଜା ଯାଇଥିଲା । ବାହାଘର ପରେ କପିଲ ଶର୍ମା ୧୪ ରେ ଅମୃତସର ରେ ୱେଡିଂଗ ରିସେପ୍ଶନ ଦେବାର ଅଛି ଏବଂ ୨୪ ଡିସେମ୍ବରକୁ ମୁମ୍ବାଇ ରେ ଗ୍ରାଣ୍ଡ ରିସେପ୍ଶନ ଦେବାର ଅଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button