ଓଃ… ତେବେ ଏଇଥିପାଇଁ ଏତେ ଫିଟ ଅଛନ୍ତି PM ମୋଦୀ, ଜାଣନ୍ତୁ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର ‘Daily Doutine’

ପିଏମ ମୋଦୀଙ୍କୁ ଦେଖି ଲୋକମାନଙ୍କ ମନରେ ଏହା ଚିନ୍ତାଧାରା ଆସେ କି ଏତେ ବୟସ ହେବା ପରେ ବି ସେ କେମିତି ସୁସ୍ଥ ସବଳ ଅଛନ୍ତି । ମୋଦୀ ବର୍ତ୍ତମାନ ଏତେ ଫିଟ ଦେଖାଯାନ୍ତି କି ଯେମିତି ଲାଗେ କି ସେ ମାତ୍ର ୩୦ ବର୍ଷର ବ୍ୟକ୍ତି ଅଟନ୍ତି । ସେ ପୁରା ଦିନ ନଥକି କାମ କରନ୍ତି । ମୋଦୀ ନିଜର ଉପବାସକୁ ନେଇ ବହୁତ ଚର୍ଚ୍ଚାର ବିଷୟ ବନିଛନ୍ତି ।

ପିଏମ ମୋଦୀ ଗତ ୪୦ ବର୍ଷ ହେବ ଅଧିକ ସମୟରୁ ଉପବାସ କରୁଛନ୍ତି । ପିଏମ ମୋଦୀ ବର୍ଷରେ ପଡୁଥିବା ଦୁଇଟି ନବରାତ୍ରି (ଶାରଦୀୟ ଏବଂ ଚୈତ୍ର) ରେ ଉପବାସ କରନ୍ତି । ମୋଦୀ କେବେ ବି ନିୟମ ଗୁଡିକ ଭାଙ୍ଗନ୍ତି ନାହିଁ । ଥରେ ମୋଦୀ ଉପବାସ କରିଥିଲେ ଏବଂ ସେ ସେହି ସମୟରେ ୱ୍ହାଇଟ ହାଉସରେ ଥିଲେ ଏବଂ ବରାକ ଓବାମା ତାଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ପାଇଁ ଯାଚି ଥିଲେ, କିନ୍ତୁ ସେ କେବେଳ ଲେମ୍ବୁ ପାଣି ପିଇଥିଲେ ।

ମୋଦୀ ୬୭ ବର୍ଷରେ ମଧ୍ୟ ପୁରା ଫିଟ ଅଛନ୍ତି । ଆଜି ଆମେ ଆପଣଙ୍କୁ ପିଏମ ମୋଦୀଙ୍କର ସୁସ୍ଥ ରହିବାର ରହସ୍ୟ ବିଷୟରେ କହିବାକୁ ଯାଉଛୁ ।
ପିଏମ ମୋଦୀଙ୍କର ଫିଟନେସ ର ରହସ୍ୟ :

· ପିଏମ ମୋଦୀ ରାତିରେ ଯେତେବେଳେ ବି ଶୋଇଥାନ୍ତୁ ନା କାହିଁକି, କିନ୍ତୁ ସେ ସକାଳ 4-5 ଟା ସମୟରେ ଉଠି ଯୋଗ କରନ୍ତି ।
· ପିଏମ ମୋଦୀ ନିଜର ବ୍ୟସ୍ତତାପୂର୍ଣ ସମୟ ମଧ୍ୟରେ ବି ମର୍ନିଙ୍ଗ ୱାର୍କ ପାଇଁ ସମୟ ବାହାର କରିଦିଅନ୍ତି ।

· ପିଏମ ମୋଦୀ ଦିନରେ ବହୁତ ସମୟ ଡୀପ ବ୍ରିଦିଙ୍ଗ ନିୟନ୍ତି । ଏହା ଦ୍ଵାରା ଫୁସଫୁସ ରେ ଭରପୁର ମାତ୍ରାରେ oxygen ପହଞ୍ଚି ଥାଏ ।
· ପିଏମ ମୋଦୀ ସକାଳ ଖାଦ୍ୟରେ ପୋହା, ଖାଖରା ଏବଂ ଭାଖରି, ଅଦା ଏବଂ ଗୁଜୁରାତି ପଡିଥିବା ଚା ପିଇ ଥାନ୍ତି ।

· ପିଏମ ମୋଦୀ ଶାକାହାରୀ ଅଟନ୍ତି । ସେ ନିଜର ଖାଦ୍ୟରେ ଫଳ, ପନିପରିବା ଏବଂ ଗୁଜୁରାଟି ଓ ଦକ୍ଷିଣ ଭାରତୀୟ ଖାଦ୍ୟ ପସନ୍ଦ କରନ୍ତି ।
· ପିଏମ ମୋଦୀ ଥରେ ବହୁତ ଖାଦ୍ୟ ଖାଆନ୍ତି ନାହିଁ । ସେ ମଝିରେ ମଝିରେ ଫଳ ଏବଂ ସ୍ନାକାଶ ନିଅନ୍ତି । ଏହା ଦ୍ଵାରା ନିଦ ଏବଂ ଥକିବା ଆସେ ନାହିଁ ।

· ପିଏମ ମୋଦୀ ସବୁ ସମୟରେ ଉଷୁମ ପାଣି ସେବନ କରନ୍ତି । ସେ ଦିନ ସାରା ବହୁତ ଥର ପାଣି ପିଅନ୍ତି ।
· ନବରାତ୍ରି ସହିତ ଅନ୍ୟ ଦିନ ଗୁଡିକରେ ପିଏମ ମୋଦୀ ଉପବାସ ରହନ୍ତି । ଉପବାସ ସମୟରେ ସେ କେବଳ ଲେମ୍ବୁ ପାଣି ନିଅନ୍ତି ।

· ମୋଦୀ ମେଡିଟେସନ କରିବାକୁ ଭୁଲନ୍ତି ନାହିଁ । ଏହା ଦ୍ଵାରା କାମରେ ମନ ଲାଗିଥାଏ ।
· ପିଏମ ମୋଦୀ ୨୪ ଘଣ୍ଟାରେ ମାତ୍ର ୩-୪ ଘଣ୍ଟା ଶୁଅନ୍ତି ।

· ପିଏମ ମୋଦୀଙ୍କର ସୁସ୍ଥ ଶରୀର ପଛରେ ଗୋଟିଏ ରହସ୍ୟ ଅଛି ଏହା କି ସେ ସବୁ ପ୍ରକାରର ନିଶା ଦ୍ରବ୍ୟ ରୁ ଦୂରେଇ ରହନ୍ତି ।
· ମୋଦୀ ନିଜର କାମ ପ୍ରତି ବହୁତ ସମର୍ପିତ ରୁହନ୍ତି । ସେଥିପାଇଁ ସେ ବହୁତ ଏକ୍ଟିଭ ରୁହନ୍ତି ।




