IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସବୁଠୁ କମ ବୟସରେ IAS ହୋଇଥିବା ଅଂଶାର ସେଖ କହିଲେ ତାଙ୍କ ସଫଳତାର ରାଜ ବିଷୟରେ, ପଢନ୍ତୁ ତାଙ୍କ ସଙ୍ଘର୍ଷର କାହାଣୀ

କଷ୍ଟ କେତେ ବି ହେଉ, ଯେତେବେଳ ଲକ୍ଷକୁ ପାଇବା ପାଇଁ ଇଛା ଅଛି ତେବେ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ଆପଣଙ୍କର ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅଟକାଇ ପାରିବ ନାହିଁ । ଆମର ସମାଜରେ ଏମିତି କେତେ ଉଦାହରଣ ଅଛି ଯେଉଁଠି ଆର୍ଥିକ, ସାମାଜିକ, ଏବଂ ପାରିବାରିକ କଷ୍ଟର ସାମ୍ନା କରି ଲୋକମାନେ ସଫଳତାର କାହାଣୀ ଲେଖନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯେ ପିଲାବେଳୁ ହିଁ ବହୁତ କଷ୍ଟର ସାମ୍ନା କରିଛନ୍ତି । ଆଜି ସେହି ବ୍ୟକ୍ତି ଆମ ମଧ୍ୟରେ ଏକ ସଫଳ ପ୍ରଶାସନିକ ଅଫିସର ରୂପରେ ବିରାଜମାନ ଅଟନ୍ତି ।

ମରାଠବାଡାର ଶେଲଗ୍ରାମରେ ଜନ୍ମ ନେଇଥିବା ଅଂସାର ଶେଖ ଦେଶର ସବୁଠୁ ଯୁବ ଆଇଏସ ଅଫିସର ମଧ୍ୟରୁ ଜଣେ ଅଟନ୍ତି । କିନ୍ତୁ ତାଙ୍କର ସଂଘର୍ଷର କାହାଣୀ ବହୁତ ପ୍ରେରଣାଦାୟକ ଅଟେ । ତାଙ୍କ ପିତା ଅଟୋ ରିକ୍ସା ଚଲାନ୍ତି ଏବଂ ମା କ୍ଷେତ ରେ ମୁଲିଆ କାମ କରନ୍ତି । ପିଲାବେଳୁ ହିଁ ଦୁଇ ବେଳର ରୋଟି ପାଇଁ ସେ ସଂଘର୍ଷ କରି ବଡ ହୋଇଛନ୍ତି । ତାଙ୍କ ଅଞ୍ଚଳ ଏକ ଶୁଖିଲା ଜାଗା ହୋଇଥିବାରୁ ସେଠି ଚାଷ ବି ହୋଇ ପାରେ ନାହିଁ । ଗ୍ରାମର ପ୍ରାୟତଃ ଲୋକମାନେ ମଦ ପିଇ ନିଜର ଜୀବନ ବର୍ବାଦ କରୁଛନ୍ତି

ଅଂସାରଙ୍କର ବାପା ବି ସବୁଦିନ ମଦ ପିଇ ଅଧା ରାତିରେ ଘରକୁ ଆସନ୍ତି ଏବଂ ଗାଳି ଗୁଲଜ କରନ୍ତି । ଅଂସାର ପିଲାବେଳୁ ହିଁ ଭଲ ପଢୁଥିଲେ । ସେହି ସମୟକୁ ମନେ ପକାଇ ଅଂସାର କହିଲେ କି ‘ଯେତେବେଳ ମୁଁ ଚତୁର୍ଥ ଶ୍ରେଣୀରେ ଥିଲି, ସେତେବେଳ ସମ୍ପର୍କୀୟମାନେ ମୋର ବାପାଙ୍କୁ ମୋର ଶିକ୍ଷାକୁ ବନ୍ଦ କରିଦେବା ପାଇଁ କହୁଥିଲେ ।

ଅଂସାର କହୁଥିଲେ କି ଯେତେବେଳ ସେ ଜିଲ୍ଲା ପରିଷଦ ସ୍କୁଲରେ ପଢୁଥିଲେ, ମଧ୍ୟାନ ଭୋଜନରେ ହିଁ ସେ ତାଙ୍କର ଭୋକ ମେଣ୍ଟାଊ ଥିଲେ । ସମୟ ବିତିଲା ଏବଂ ସେ ୧୨ ଶ୍ରେଣୀରେ ୯୧ % ସହିତ ପାସ ହେଲେ। ସେଥିପାଇଁ ପୁରା ପରିବାର ଏବଂ ଗ୍ରାମର ଲୋକକମାନେ ତାଙ୍କର ପ୍ରଶଂସା କଲେ ।

ମରାଠୀ ମାଧ୍ୟମରେ ପଢିବା କାରଣରୁ ଏବଂ ଗରିବ ଘରର ପିଲା ହୋଇଥିବାରୁ ତାଙ୍କର ସବୁଠୁ ବଡ କମଜୋର ଥିଲା ଇଂଗ୍ଲିଶ ଭାଷା । ତଥାପି ସେ ହାର ମାନିଲେ ନାହିଁ, ଘର ଲୋକମାନଙ୍କର ସାହାର୍ଯ୍ୟରେ ସେ ପୁନେ ର ଫର୍ଗୁସନ କଲେଜରେ ପଢିଲେ । ତାଙ୍କ ପିତା ସବୁ ମାସରେ ଅଳ୍ପ ଟଙ୍କା ପଠାଉଥିଲେ ଏବଂ ସେଥିରେ ସେ ନିଜର ଭରଣ ପୋଷଣ କରି ଦେଉଥିଲେ ।

କଲେଜର ପ୍ରଥମ ବର୍ଷରେ ହିଁ ସେ ୟୁପିଏସସୀ ପରୀକ୍ଷା ବିଷୟରେ ଜାଣିଲେ ଏବଂ ଏହା ପାଇଁ ସେ ବହୁତ କଷ୍ଟ କେଲ ଏବଂ ବର୍ଷ ୨୦୧୫ ରେ ରେଜଲ୍ଟ ବାହରିଲା ଏବଂ ସେ ଦେଶର ସବୁଠୁ କମ ୨୧ ବର୍ଷ ବୟସରେ ୟୁପିଏସସୀ ପରୀକ୍ଷା ପାସ କରିଥିବା ଯୁବକ ହୋଇ ଗଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button