ମନୋରଞ୍ଜନ

ସରିଲା ବିବାହ, ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ-ପରିଣୀତି – Ibnodisha

[ad_1]

ଉଦୟପୁର: ସରିଲା ବିବାହ। ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ-ପରିଣୀତି। ବଲିଉଡ୍ ସୁନ୍ଦରୀ ପରିଣୀତି ଚୋପ୍ରାଙ୍କର ବହୁ ଚର୍ଚ୍ଚିତ ବାହାଘର ଆଜି ଆପ୍ ସାଂସଦ ରାଘବ ଚଢ଼ାଙ୍କ ସହ ସଂପର୍ଣ୍ଣ ହୋଇଛି। କିଛି ଦିନ ହେବ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ପ୍ରସିଦ୍ଧ ଲୀଲା ପ୍ୟାଲେସ ହୋଟେଲରେ ଏହି ବାହାଘର ହୋଇଥିଲା। ଦୁହେଁ ସ‌ାତ୍ ଫେରେ ନେଇସାରିଥିବା ବେଳେ ଏବେ ପତି-ପତ୍ନୀ ହୋଇଛନ୍ତି। ଜନ୍ମ ଜନ୍ମ ପାଇଁ ରାଘବଙ୍କ ଜୀବନସାଥୀ ପାଲଟିଛନ୍ତି ପରୀ।

ଦୁହିଁଙ୍କ ବିବାହରେ ଅନେକ ବଡ଼ ବଡ଼ କଳାକାର ଓ ରାଜନେତା ଯୋଗ ଦେଇଥିଲେ। ଏହା ସହ ପରୀଙ୍କ ଭଲ ବନ୍ଧୁ ଭାବେ ଜଣାଶୁଣା ତଥା ଲୋକପ୍ରିୟ ଟେନିସ୍ ତାରକା ସାନିଆ ମିର୍ଜା ମଧ୍ୟ ବିବାହରେ ଯୋଗ‌ ଦେଇଥିବା ଦେଖାଯାଇଥିଲା। ନିଜ ଭଉଣୀଙ୍କ ସହ ସାନିଆ ଉଦୟପୁରରେ ପହଞ୍ଚିଥିଲେ। ବିବାହ ଶେଷ ହୋଇଥିଲେ ବି ଏପର୍ଯ୍ୟନ୍ତ ବିବାହର କୌଣସି ଫଟୋ ସାମ୍ନାକୁ ଆସିନାହିଁ। ପରୀଙ୍କ ପ୍ରଶଂସକ ତାଙ୍କୁ ବଧୁ ବେଶରେ ଦେଖିବା ପାଇଁ ଅନାଇ ବସିଛନ୍ତି।

ତେବେ ବିବାହ ପାଇଁ ବରଯାତ୍ରୀଙ୍କୁ ନେଇ ରାଘବ ଡଙ୍ଗାରେ ଯାଇଥିବା ଦେଖାଯାଇଥିଲା। ଡଙ୍ଗାକୁ ଖୁବ ସୁନ୍ଦର ଭାବେ ସଜାଯାଇଥିବା ବେଳେ ସମସ୍ତ ବରଯାତ୍ରୀ ଡଙ୍ଗାରେ ଲୀଲା ପ୍ୟାଲେସ ହୋଟେଲରେ ପହଞ୍ଚିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button