IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମହିଳା ଡାକ୍ତର କରିଲେ ଆତ୍ମହତ୍ୟା, ସୁସାଇଡ ନୋଟରେ ଲେଖିଲେ ମୁର୍ତ୍ୟୁ ପରେ ମୋତେ ସ୍ଵାମୀ ହାତ ବି ଲଗାଇବେ ନାହିଁ

ଗୁଜୁରାଟରେ ଅଡାଜନରେ ରହୁଥିବା ଏକ ମହିଳା ଡାକ୍ତର ନିଜର ସ୍ଵାମୀ ଏବଂ ଶଶୁର ଘର ଉପରେ ବିତୃଷ୍ଣା ଆସିବା ପରେ ଆତ୍ମହତ୍ୟା କରି ଦେଇଛନ୍ତି । କୁହାଯାଉଛି କି ତାଙ୍କର ବୟସ ୨୯ ବର୍ଷ ଅଟେ ଏବଂ ସେ ୬ ବର୍ଷ ପୂର୍ବେ ବାହା ହୋଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ମନାଲୀ ଚିଂତନ ପଟେଲଙ୍କର ଆତ୍ମହତ୍ୟା ପଛରେ ତାଙ୍କର ସ୍ଵାମୀ ଏବଂ ଶଶୁରଘରର ଲୋକମାନଙ୍କୁ ଆରୋପି କୁହା ଯାଉଛି ।

କାରଣ ମନାଲୀ ଚିଂତନ ପଟେଲ ନିଜର ସୁସାଇଡ ନୋଟରେ ନିଜ ଶଶୁରଘରର ଲୋକମାନଙ୍କ ବିଷୟରେ କହିଛନ୍ତି ଏବଂ ଏହା ସହିତ ସେ ଲେଖିଛନ୍ତି କି ତାଙ୍କର ଶବକୁ ତାଙ୍କର ସ୍ଵାମୀ ହାତ ଲଗାଇବେ ନାହିଁ ।

୫ ଟା ବେଳେ ଲଗାଇଲେ ଫାସି

ପୁଲିସଙ୍କ ଅନୁସାରେ ମନାଲୀ ପାଖାପାଖି ୫ ଟା ସମୟରେ ନିଜ ଘରେ ଫାସି ଲଗାଇଛନ୍ତି । ଫାସି ଲଗାଇବା ପୂର୍ବରୁ ମନାଲୀ ଦ୍ଵାରା ଏକ ସୁସାଇଡ ନୋଟ ଲେଖାଯାଇଛି ଏବଂ ଏହି ନୋଟକୁ ଫୋନ ଜରିଆରେ ସେ ତାଙ୍କର ଭାଇକୁ ମଧ୍ୟ ପଠାଇଛନ୍ତି । କିନ୍ତୁ ଫୋନ ବନ୍ଦ ଥିବାରୁ ତାଙ୍କ ଭାଇଙ୍କ ପାଖରେ ସେତେବେଳେ ଏହି ନୋଟ ପହଞ୍ଚି ପାରି ନ ଥିଲା ।

କଣ ଲେଖା ହୋଇଛି ନୋଟରେ

ନିଜର ସୁସାଇଡ ନୋଟରେ ମନାଲୀ ନିଜର ସବୁ ଦୁଖକୁ ପ୍ରକଟ କରି ଲେଖିଛନ୍ତି କି ତାଙ୍କର ସ୍ଵାମୀ ତାଙ୍କର ଶବ ପାଖକୁ ଆସିବାକୁ ଦେବେ ନାହିଁ ଏବଂ ତାଙ୍କର ଅନ୍ତିମ ସଂସ୍କାର ସହିତ ଜଡିତ କିଛି କୌଣସି ବି ବିଧି ତାଙ୍କର ସ୍ଵାମୀଙ୍କୁ କରିବାକୁ ଦେବେ ନାହିଁ । ଏହାର ସିଧା ଇସାର କରୁଛି କି ସେ ତାଙ୍କ ସ୍ଵାମୀଙ୍କ ଉପରେ ବହୁତ ରାଗିଥିଲେ ।

ବର୍ଷ ୨୦୧୩ରେ କରିଥିଲେ ବିବାହ

କେପୀ ସଂଘବୀ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ ମନାଲୀ, ଏବଂ ସେ ବର୍ଷ ୨୦୧୩ରେ ଡା. ଚିଂତନ ପଟେଲଙ୍କୁ ବିବାହ କରିଥିଲେ । ବାହାଘରର କିଛି ସମୟ ପରେ ହିଁ ସେମାନଙ୍କ ମଧ୍ୟରେ ଝଗଡା ହେବାକୁ ଲାଗିଲା ଏବଂ ମନାଲୀ ବହୁତ ଦୁଖୀ ରହିବାକୁ ଲାଗିଲେ । ମନାଲୀ ନିଜର ପରିବାର ଲୋକଙ୍କୁ ମଧ୍ୟ ଏହା କହିଥିଲେ କି ତାଙ୍କର ସ୍ଵାମୀ ଏବଂ ଶଶୁର ଘରର ଲୋକମାନେ ତାଙ୍କୁ କଷ୍ଟ ଦେଉଛନ୍ତି ।

ମାନସିକ ରୂପରେ ପ୍ରତାଡିତ କରୁଥିଲେ

ମନାଲୀଙ୍କ ପରିବାରର ଲୋକମାନେ କହିଲେ କି ତାଙ୍କର ଝିଅଙ୍କୁ ମାନସିକ ରୂପରେ ପ୍ରତାଡିତ କରାଯାଉଥିଲା । ଏତିକି ନୁହେଁ ମନାଲୀ ନିଜର ସ୍ଵାମୀଙ୍କ ସହିତ ଗୋଟିଏ ରୁମରେ ବି ରହୁ ନଥିଲେ । ମନାଲୀଙ୍କର ସମ୍ପର୍କୀୟ ଅନୁସାରେ ତାଙ୍କ ସ୍ଵାମୀଙ୍କ ସହିତ ତାଙ୍କର ଶାଶୁ, ଶଶୁର, ନଣନ୍ଦ ଏବଂ ନଣନ୍ଦଙ୍କ ସ୍ଵାମୀ ବି ତାଙ୍କୁ ହଇରାଣ କରୁଥିଲେ ।

ବହୁତ ସମୟ ହେବ ତଲାକ ପାଇଁ ଜୋର ଦେଉଥିଲେ

ମନାଲୀଙ୍କର ପରିବାରଙ୍କର କହିବା ଅନୁସାରେ ମନାଲୀଙ୍କର ସ୍ଵାମୀ ତାଙ୍କ ଠାରୁ ଅଲଗା ହେବା ପାଇଁ ଚାହୁଁଥିଲେ ଏବଂ ତାଙ୍କୁ ତଲାକ ଦେବାକୁ ଯାଉଥିଲେ । କିନ୍ତୁ ଏହା ବିଷୟରେ କିଛି କହି ନାହାନ୍ତି ପରିବାରର ଲୋକମାନେ ।

ପୁଲିସ ମାମଲା ଦର୍ଜ କରିଲେ

ପୁଲିସ ମନାଲୀଙ୍କର ଆତ୍ମହତ୍ୟାର କେସକୁ ଦର୍ଜ କରିଛନ୍ତି ଏବଂ ମନାଲୀଙ୍କର ଫୋନକୁ ଜବତ କରିଛନ୍ତି । ପୁଲିସ ଏହି ମାମଲାର ସମସ୍ତ ପ୍ରକାରରେ ଯାଞ୍ଚ କରୁଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button