IBN ଓଡ଼ିଶା ଏକ୍ସକ୍ଲୁସିଭ୍

‘ମା ତୋ ପାଇଁ ନୂଆ ଶାଢୀ ଆଣିବି, ତାକୁହିଁ ପିନ୍ଧିବୁ ମୋ..’, ଅଧା ରହିଗଲା ମେଜର ଚିତ୍ରେଶଙ୍କର ମାଙ୍କୁ କରିଥିବା ପ୍ରତିଜ୍ଞା

ମେଜର ଚିତ୍ରେଶ ଜମ୍ମୁ – କାଶ୍ମୀରର ରାଜୌରୀର ନୌଶେରା ସେକ୍ଟରରେ ଆଈଈଡୀକୁ ଡିଫ୍ଯୂଜ କରିବା ସମୟରେ ବ୍ଳାଷ୍ଟ ହୋଇଥିଲା ଏବଂ ସେ ସେଥିରେ ସହିଦ ହୋଇଥିଲେ । କହି ଦେଉଛୁ ଯେ ମେଜରଙ୍କର ବାହାଘର ୭ ମାର୍ଚକୁ ହେବାର ଥିଲା ଏବଂ ସେ ଛୁଟି ସାରି ୩ ଫେବ୍ରୁୟାରୀକୁ ଘରୁ ଡ୍ଯୁଟିକୁ ଯାଇଥିଲେ । କହି ଦେଉଛୁ ଯେ ଚିତ୍ରେଶ ବିଷ୍ଟ ପୁଲୱାମା ଆତଙ୍କି ଆକ୍ରମଣର ଦୁଇ ଦିନ ପରେ ନୌଶେରା ସେକ୍ଟରରେ ଆତଙ୍କିମାନଙ୍କ ଦ୍ଵାରା ବିଛାଇ ଯାଇଥିବା ଆଇଇଡୀକୁ ନିସ୍କ୍ରିୟ କରି ଦ୍ଵିତୀୟ ଆଇଇଡୀକୁ ଡିଫ୍ଯୂଜ କରୁଥିଲେ କି ସେହି ସମୟରେ ବ୍ଳାଷ୍ଟ ହୋଇଗଲା, ଯେଉଁଥିରେ ସେ ସହିଦ ହୋଇ ଯାଇଛନ୍ତି ।

କିନ୍ତୁ ବର୍ତ୍ତମାନ ତାଙ୍କୁ ନେଇ ଏକ ଏମିତି କଥା ସାମନାକୁ ଆସୁଛି କି ଯାହାକୁ ଶୁଣି ଆପଣ ଭାବୁକ ହୋଇଯିବେ । ନିଜ ବାହାଘରରେ ସେ ନିଜ ମାକୁ ଗୋଟିଏ ଶାଢୀ ଦେବେ ବୋଲି କହିଥିଲେ, ଯାହା ଅଧୁରା ରହିଗଲା ।

୭ ମାର୍ଚକୁ ହେବାର ଥିଲା ମେଜରଙ୍କର ବାହାଘର

ଦେହରାଦୂନରେ ରହୁଥିବା ମେଜର ଚିତ୍ରେଶ ବିଷ୍ଟ ଆଇଇଡୀ ନିଷ୍କ୍ରିୟ କରୁଥିବା ସମୟରେ ସେଥିରେ ଅଚାନକ ବିସ୍ଫୋଟ ହୋଇ ଯିବାରୁ ତାଙ୍କର ଜୀବନ ଚାଲି ଯାଇଥିଲା । ରିପୋର୍ଟ ଅନୁସାରେ ମେଜରଙ୍କର ଆସନ୍ତା ୭ ମାର୍ଚରେ ବାହାଘର ଠିକ ହୋଇଥିଲା । କିନ୍ତୁ ଭାଗ୍ୟକୁ କିଛି ଅଲଗା ହିଁ ମଞ୍ଜୁର ଥିଲା ।

ମାଙ୍କୁ କରିଥିଲେ ଶାଢୀ ଦେବାର ପ୍ରତିଜ୍ଞା

ବାହାଘରର କିଛି ଦିନ ପୂର୍ବେ ହିଁ ମେଜର ଚିତ୍ରେଶ ବିଷ୍ଟ ନିଜ ମାଆଙ୍କୁ ଏକ ପ୍ରତିଜ୍ଞା କରିଥିଲେ । କହି ଦେଉଛୁ ଯେ ତାଙ୍କର ପିତା ଏସଏସ ବିଷ୍ଟ ଏବଂ ତାଙ୍କର ମା ପୁଅର ବାହାଘର ପାଇଁ ପ୍ରସ୍ତୁତି କରୁଥିଲେ । କିନ୍ତୁ କିଛି ଦିନ ପରେ ହିଁ ପୁଅ ପତାକାରେ ଘୋଡେଇ ହୋଇ ତାଙ୍କ ପାଖକୁ ଆସିଥିଲେ । ମେଜର ନିଜ ମାଙ୍କୁ ବଚନ ଦେଇଥିଲେ କି ସେ ଫେରି ଆସି ତାଙ୍କୁ ଗୋଟିଏ ନୂଆ ଶାଢୀ ଦେବେ ।

ମେଜର ନିଜ ମାଙ୍କୁ କହିଥିଲେ, “ମୁଁ ଯେତେବେଳେ ଘରକୁ ଆସିବି, ତୁମକୁ ଗୋଟିଏ ନୂଆ ଶାଢୀ କିଣି ଦେବି ଏବଂ ତୁମେ ସେହି ଶାଢୀକୁ ମୋ ବାହାଘରରେ ପିନ୍ଧିବେ । କିନ୍ତୁ ମେଜରଙ୍କର ନିଜ ମାଙ୍କୁ କରିଥିବା ପ୍ରତିଜ୍ଞା ଅଧା ରହିଗଲା । ମେଜର ନିଜର ସମସ୍ତ ବନ୍ଧୁ ଏବଂ ପରିବାରର ଲୋକମାନଙ୍କୁ କହିଥିଲେ କି ସେ ଯେତେବେଳ ଫେରିବେ ତେବେ ଆମେ ସମସ୍ତେ ବହୁତ ମସ୍ତି କରିବା ।

ତାଙ୍କର ବାହାଘରକୁ ନେଇ ସମସ୍ତ ସମ୍ପର୍କୀୟ ଏବଂ ପରିବାର ଲୋକେ ଖୁସିରେ ଥିଲେ । କିନ୍ତୁ ବର୍ତ୍ତମାନ ପୁରା ପରିବାର ମଧ୍ୟରେ ଦୁଖର ଛାୟା ଖେଳି ଯାଇଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button