IBN ଓଡ଼ିଶା ବ୍ୟୁରୋ

ଚିତ୍ରକୁଟ ମର୍ଡର କେସ: 20 ଲକ୍ଷ ଟଙ୍କା ଟଙ୍କା ନେଲା ପରେ ବି ଗୋଟିଏ “ହଁ” ହେଇଗଲା ଏହି ଦୁଇ ନୀରିହ ପିଲାଙ୍କର ମୃତ୍ୟୁର କାରଣ, ଦେଖନ୍ତୁ କଣ କହିଲେ ଆରୋପିମାନେ…

ମଧ୍ୟପ୍ରଦେଶର ଚିତ୍ରକୁଟରୁ କିଡନାପ କରାଯାଇଥିବା ଦୁଇଟି ଯାଆଁଳା ଭାଇଙ୍କୁ ୨୦ ଲକ୍ଷ ଟଙ୍କା ମିଳିବା ପରେ ବି କାହିଁକି ମାରି ଦିଆଗଲା । ପାଞ୍ଚ ବର୍ଷର ଦୁଇ ଭାଇଙ୍କ ଶବ ନଦୀରୁ ମିଲିବା ପରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଥିଲା, ଯାହାର ଜବାବ ଆରୋପିମାନେ ପୋଲିସ ପଚରା ଉଚରା କରିବାରୁ ଦେଇଛନ୍ତି ।

ରିବା ଜୋନ ର ଆଇଜି ଚଞ୍ଚଲ ଶେଖର ପ୍ରେସ ବାର୍ତ୍ତା ରେ କହିଲେ କି ୨୦ ଲକ୍ଷ ଟଙ୍କା ମିଳିବା ପରେ ଆରୋପି ଦୁଇ ପିଲାଙ୍କୁ ଶକୁଶଳ ଛାଡିବାକୁ ଚାହୁଁଥିଲେ, କିନ୍ତୁ ଏହା ପୂର୍ବରୁ ସେମାନେ ତାଙ୍କୁ ପଚାରିଥିଲେ କି ସେମାନେ ପୋଲିସ ସାମ୍ନାରେ ସେମାନଙ୍କୁ ଚିହ୍ନି ପାରିବେ କି? ପିଲା ଦୁଇଟି ସରଳତାରେ ହଁ ବୋଲି ଜବାବ ଦେଇଥିଲେ ।

ଏହା ପରେ ଆରୋପିମାନେ ସେମାନଙ୍କୁ ଜୀବିତ ଛାଡିବା ବଦଳରେ ମାରିବାର ନିଷ୍ପତ୍ତି ନେଇଥିଲେ । ଦୁଇ ଜଣଙ୍କ ହାତ ଝିଞ୍ଜିର ଦ୍ଵାରା ବାନ୍ଧିଥିଲେ ଓ ପୁଣି ପିଠିରେ ପଥର ବାନ୍ଧିଥିଲେ । ଏହା ପରେ ଦୁଇ ଜଣଙ୍କୁ UP ର ବାନ୍ଦା ଜିଲ୍ଲାରେ ନଦୀରେ ଫୋପାଡି ଦେଇଥିଲେ, ଯେଉଁଠୁ ଶନିବାର ରାତିରେ ପୋଲିସ ଦୁଇ ଜଣଙ୍କ ଶବ ଉଦ୍ଧାର କରି ୬ ଜଣ ଆରୋପିଙ୍କୁ ଗିରଫ କରିଛନ୍ତି ।

ପ୍ରଥମେ ଚିତ୍ରକୁଟରେ ରଖିଥିଲେ ପରେ UP ନେଇଥିଲେ

ମାମଲାରେ ଗିରଫ ହୋଇଥିବା ଆରୋପି ଚିତ୍ରକୁଟ ନିବାସୀ ପଦ୍ମ ଶୁକ୍ଲା, ଲକି ସିଂହ ତୋମର,ରୋହିତ ଦ୍ଵିବେଦୀ, ରାଜୁ ଦ୍ଵିବେଦୀ, ପିଣ୍ଟୁ ଓରଫ ପିଣ୍ଟା ଯାଦବ ପୋଲିସକୁ କହିଥିଲେ କି ତାଙ୍କୁ ସ୍କୁଲ ରୁ ଅପହରଣ କରିବା ପରେ ତାଙ୍କୁ ଚିତ୍ରକୁଟରେ ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ ଲକି ସିଂହ ର ଭଡା ଘରକୁ ନେଇ ଯାଇଥିଲେ । ସେଠାରେ ଦୁଇ ଦିନ ପର୍ଯ୍ୟନ୍ତ ରଖିଥିଲେ । ରୁମ କୁ ବାହାରୁ ବନ୍ଦ ରଖୁଥିଲେ ଯାହା ଦ୍ଵାରା କାହାକୁ ସନ୍ଦେହ ହେବ ନାହିଁ । ଏହା ପରେ ପିଲାମାନଙ୍କୁ UP ର ବାନ୍ଦା ରେ ଅନ୍ୟ ଏକ ଭଡା ଘରେ ନେଇ ରଖିଥିଲେ ।

ଭିଡିଓ ଗେମ ଖେଳାଇ ପିଲାଙ୍କୁ ଖୁସି କରୁଥିଲେ

ଅପହରଣ ପରେ ହାରାହାରି ୧୨ ଦିନ ପର୍ଯ୍ୟନ୍ତ ପିଲା ଦୁଇଟି କିଡନାପର ଙ୍କ ପାଖରେ ଥିଲେ । ପିଲାମାନଙ୍କୁ ଖୁସି କରିବା ପାଇଁ ତାଙ୍କୁ ଭିଡିଓ ଗେମ ଖେଳାଉ ଥିଲେ । ପିଲାମାନଙ୍କର ଶବ ମିଲିଲା ତ ସେମାନେ ସେହି କପଡାରେ ଥିଲେ ଯାହାକୁ ପିନ୍ଧି ସେମାନେ ୧୨ ଫେବ୍ରୁୟାରୀ କୁ ସ୍କୁଲ ଯାଇଥିଲେ ।

ଏମିତି ଧରା ପଡିଲେ

ଚିତ୍ରକୁଟରୁ ଦିନ ସମୟରେ ଅପହରଣ କରି ନେଇଯାଇଥିବା ବଦମାସ ବହୁତ ଚାଲାଖ ଅଟନ୍ତି । ମାଗିବା ପାଇଁ ନିଜ ଫୋନ ବ୍ୟବହାର କରୁ ନଥିଲେ । ବାଟରେ ଯାଉଥିବା ଲୋକଙ୍କଠୁ ଜରୁରୀ କଲ କରିବାର ଅଛି କହି ଫୋନ ନେଉଥିଲେ । ଥରେ ଜଣଙ୍କଠୁ ଫୋନ ମାଗିବା ସମୟରେ ତାକୁ ସନ୍ଦେହ ହୋଇଥିଲା, ତେଣୁ ସେ ଆରୋପି ମାନଙ୍କର ମୋଟର ସାଇକେଲ ର ଫୋଟୋ ନେଇ ଯାଇଥିଲେ, ଯାହା ପୋଲିସ ହାତରେ ଲାଗିଥିଲା । ପୋଲିସ ତଦନ୍ତ ରେ ମୋଟର ସାଇକେଲ UP ର ରୋହିତ ଦ୍ଵିବେଦୀଙ୍କର ବୋଲି ଜଣା ପଡିଲା । ପୋଲିସ ତା ପାଖରେ ପହଞ୍ଚିଲା ତ ସବୁ ଧରା ପଡିଗଲା ଓ ଆରୋପି ମାନଙ୍କୁ ଧରାଗଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button