IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ହୋଇଥାଏ, ଜାଣନ୍ତୁ

ଯଦି ଆପଣ ସ୍ଵପ୍ନରେ ସାପ ଦେଖୁଛନ୍ତି ଓ ଏହା ଯଦି ବାରମ୍ବାର ହେଉଛି ତେବେ ଆପଣ ସାବଧାନ ହୋଇ ଯାଆନ୍ତୁ । ଆପଣ ଭାବୁଥିବେ କି ମୁଁ ବାରମ୍ବାର ସାପ ସ୍ଵପ୍ନ କାହିଁକି ଦେଖୁଛି ? ମୁଁ ତ କେବେ ହେଲେ ସାପ ବିଷୟରେ ଭାବି ନାହିଁ, ତେବେ କାହିଁକି ମୋ ସ୍ଵପ୍ନରେ ବାରମ୍ବାର ସାପ ଆସୁଛି । କିଛି ଲୋକ ଆପଣଙ୍କ ମଧ୍ୟରୁ ଏପରି ଥିବେ ଯେଉଁମାନେ ସତରେ କେବେ ହେଲେ ସାପ ଦେଖି ନାହାଁନ୍ତି କିନ୍ତୁ ତାଙ୍କ ସ୍ଵପ୍ନରେ ବାରମ୍ବାର ବିଭିନ୍ନ ପ୍ରକାରର ସାପ ଆସୁଛି । ତେବେ ଆଜି ଆପଣଙ୍କୁ ଏହାର ପ୍ରକୃତ ଅର୍ଥ ଜଣାଇବୁ ।

ବିଜ୍ଞାନ ଯେତେ ଆଗକୁ ଆଗେଇ ଯାଇଥିଲେ ମଧ୍ୟ କେବେହେଲେ ସେ ଧର୍ମ ଶାସ୍ତ୍ରକୁ ଟପି ଯାଇ ପାରିବ ନାହିଁ । କାରଣ ବିଜ୍ଞାନର ଅନେକ ବିଷୟ ଧର୍ମ ଶାସ୍ତ୍ରରେ ଆଗରୁ ହିଁ ମିଳି ସାରିଛି । ତେଣୁ ଆଜି ଆମେ ସେହି ଧର୍ମ ଶାସ୍ତ୍ରକୁ ଭିତ୍ତି କରି ଜାଣିବା ଯେ ଆମର ମୁନିଋଷି ଗଣ ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ବୋଲି କୁହନ୍ତି ।

ଯଦି ଆପଣ ସ୍ଵପ୍ନରେ ବାରମ୍ବାର ସାପ ଦେଖୁଛନ୍ତି ତେବେ ଧ୍ୟାନ ଦେବେ ଯେ ସେ ଆପଣଙ୍କ ସହ କଣ କରୁଛି ।

୧. ଯଦି ଆପଣ ସ୍ଵପ୍ନରେ ସାପ ଦେଖୁଛନ୍ତି, ସେ ଆପଣଙ୍କ ସହ କିଛି କରୁ ନାହିଁ ବା ସାପ ଆପଣଙ୍କ ସାମ୍ନାରେ ଅଛି ତେବେ ଏହା ଅର୍ଥ ତାହା ଆପଣଙ୍କ ପାଇଁ ବହୁତ ଭଲ । ଆପଣଙ୍କ ସମସ୍ତ ଅସୁବିଧା ଦୂର ହେବାକୁ ଯାଉଛି ଏବଂ ଆପଣଙ୍କର ସୁଖର ଦିନ ଆସୁଛି ।

୨. ଯଦି ସ୍ଵପ୍ନରେ ଆପଣଙ୍କୁ ସାପ କ୍ଷତି ପହଞ୍ଚାଉଛି, କିମ୍ବା କାମୁଡିବା ପାଇଁ ଗୋଡାଉଛି ତେବେ ଧ୍ୟାନ ଦେବେ ଯେ ଏହାର ସୂଚନା ହେଉଛି ଆପଣ କିଛି ଭୁଲ କରୁଛନ୍ତି ମାନେ ଆପଣ ଏପରି କିଛି କରୁଛନ୍ତି ଯାହା ପାଇଁ ଆପଣ ଭବିଷ୍ୟତରେ ଅସୁବିଧାରେ ପଡିବେ ।

୩. ଯଦି ଆପଣଙ୍କୁ ସାପ ସ୍ଵପ୍ନରେ କାମୁଡି କ୍ଷତ ବିକ୍ଷତ କରି ଦେଉଛନ୍ତି ତେବେ ଆପଣ ସତର୍କ ହୋଇଯାନ୍ତୁ । ଏହାର ଅର୍ଥ ହେଉଛି ଆପଣଙ୍କ ଆଖ ପାଖରେ ଶତୃ ଘେରି ରହିଛନ୍ତି ଏବଂ ସେ ଆପଣଙ୍କର ଅନିଷ୍ଟ କରିବାକୁ ସୁଯୋଗ ଖୋଜୁଛନ୍ତି ।

୪. ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଯଦି ଆପଣ କୌଣସି ଖାସ ଦିନରେ ସାପ ସ୍ଵପ୍ନ ଦେଖୁଛନ୍ତି ଯେପରିକି ଶନିବାର କିମ୍ବା ସୋମବାର ତେବେ ଶିବ ମନ୍ଦିର ଯାଇ ଶିବ ଲିଙ୍ଗରେ କ୍ଷୀର ଚଢାନ୍ତୁ । ଯାହା ଦ୍ଵାରା ଆପଣଙ୍କ ସମସ୍ତ ଆଶଙ୍କା ଦୂର ହେବ ଏବଂ ଆସୁଥିବା ସମସ୍ତ ସମସ୍ୟାର ବିନାଶ ହେବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button