IBN ଓଡ଼ିଶା ଏକ୍ସକ୍ଲୁସିଭ୍

କନ୍ୟା ମଣ୍ଡପରେ ବରକୁ କରେଇଲେ ବହୁତ ଅପେକ୍ଷା, ଯାହା ପରେ ବର କନ୍ୟା ସହିତ କଲା ଏମିତି ବ୍ୟବହାର

ଗୋଟିଏ ବର ଏବଂ ତାହାର ସମ୍ପର୍କୀୟଙ୍କୁ ତାହାର ପତ୍ନୀ ବହୁତ ସମୟ ପର୍ଯ୍ୟନ୍ତ ବିବାହ ମଣ୍ଡପରେ ଅପେକ୍ଷା କରାଇଥିଲେ । କିନ୍ତୁ ଯେତେବେଳେ କନ୍ୟା ମଣ୍ଡପକୁ ଡେରି କରି ଆସିଲେ ସେତେବେଳେ ବର ଏବଂ ତାହାର ପରିବାର ଲୋକମାନେ କନ୍ୟାକୁ କିଛି କହିବା ଜାଗାରେ ତାହାର ସ୍ଵାଗତ କରିଲେ । ବାହାଘର ସମୟରେ ହୋଇଥିବା ଏହିଭଳି ଅଦ୍ଭୁତ ଘଟଣା ହେଲା ମହାରଷ୍ଟ୍ରର ଔରଂଗାବାଦର ଅଟେ ।

କୁହାଯାଉଛି କି ଯେଉଁ ଦିନ କନ୍ୟା ରେଣୁକା ପବାରଙ୍କର ବାହାଘର ଥିଲା ସେହି ଦିନ ରେଣୁକାଙ୍କର ପରୀକ୍ଷା ବି ଥିଲା । ଯେଉଁ କାରଣରୁ ରେଣୁକା ନିଜ ବିବାହ ସମାରୋହରେ ଡେରିରେ ପହଞ୍ଚିଥିଲେ ।

ବାହାଘର ଦିନ ହିଁ ଥିଲା ପରୀକ୍ଷା

ରେଣୁକାଙ୍କର ବାହାଘର ଶଙ୍କର ନାମକ ପୁଅ ସହିତ ଠିକ ହୋଇଥିଲା । ଏହି ଦୁଇ ଜଣଙ୍କର ବାହାଘରର ତାରିଖ ମାର୍ଚ ମାସରେ ବାହାରି ଥିଲା । ଏବଂ ରେଣୁକାଙ୍କୁ ଜଣା ଥିଲା କି ତାଙ୍କର ବୋର୍ଡ ପେପର ବି ଏହି ମାସରେ ଆସି ପାରେ । ସେଥିପାଇଁ ରେଣୁକା ପୁଅ ଘର ଲୋକମାନଙ୍କୁ ଆଗରୁ ହିଁ କହିଦେଇ ଥିଲେ କି ଯଦି ତାହାର ବାହାଘର ଦିନ ତାଙ୍କର ବୋର୍ଡ ପରୀକ୍ଷା ଆସିଲେ, ତେବେ ସେ ପ୍ରଥମେ ନିଜର ପରୀକ୍ଷାକୁ ପ୍ରାଥମିକତା ଦେବ ।

ବାହାଘର ଦିନ ଥିଲା ଇକୋନମିକ୍ସ ପେପର

ରେଣୁକାଙ୍କର ବାହାଘର ଦିନ ହିଁ ଇକୋନମିକ୍ସର ପରୀକ୍ଷା ପଡି ଗଲା । ଏହା ପରେ ରେଣୁକା ବାହାଘର ଦିନ ହିଁ ସକାଳେ ନିଜର ପେପର ଦେଲେ ଏବଂ ପୁଣି ଯାଇ ଦ୍ଵିପହର ପାଖାପାଖି ୨:୧୫ ସମୟରେ ନିଜ ବାହାଘର ସମାରୋହରେ ପହଞ୍ଚି ବିବାହ କରିଲେ ।

ଶଙ୍କରଙ୍କର ପରିବାର ଲୋକମାନେ ଦେଲେ ରେଣୁକାକୁ ପ୍ରୋତ୍ସାହନ

ଶଙ୍କରର ଘରର ଲୋକମାନେ ନିଜର ବୋହୁର ଏହି କାମ ପାଇଁ ତାହାକୁ ପ୍ରୋତ୍ସାହିତ କରିଲେ । କୁହାଯାଉଛି କି ରେଣୁକାର ବାହାଘର ଯେଉଁ ଘରେ ହେଉଥିଲା ସେହି ଜାଗାରେ ଆହୁରି ତିନୋଟି ବାହାଘର ବି ହେଉଥିଲା ଏବଂ ଏହି ତିନୋଟି ବାହାଘରରେ ଆସିଥିବା ସମସ୍ତ ଅତିଥି ତାଳି ମାରି ରେଣୁକାର ସ୍ଵାଗତ କରିଲେ ।

ବହୁତ ଗରିବ ପରିବାରର ଅଟନ୍ତି ରେଣୁକା

ହରସୁଲ ଗ୍ରାମର ରେଣୁକା ବହୁତ ଗରିବ ପରିବାର ଥିଲା । ଏବଂ ରେଣୁକାର ପିତାଙ୍କର ମୁର୍ତ୍ୟୁ ପରେ ତାଙ୍କର ପରିବାରକୁ ଟଙ୍କାର ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥିଲା । ରେଣୁକାର ଅନୁସାରେ ଶିକ୍ଷା ତା ପାଇଁ ବହୁତ ଜରୁରୀ ଅଟେ । ଏବଂ ସେ କୌଣସି ବି ପରିସ୍ଥିତିରେ ନିଜର ଶିକ୍ଷା ସହ ବୁଝାମଣା କରିବ ନାହିଁ  ବୋଲି ଆଗରୁ ଜଣାଇ ଦେଇଥିଲା । ରେଣୁକାର ଏହି ପଦକ୍ଷେପ ନିଶ୍ଚୟ ସମସ୍ତଙ୍କୁ ପ୍ରେରିତ କରିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button