IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହା ହେଉଛି ଦେଶର ସବୁଠୁ ବଡ କ୍ୟାନ୍ସର ହସ୍ପିଟାଲ, ଯେଉଁଠି ଏକା ଥରେ କରାହେବ କ୍ୟାନ୍ସରର ଟ୍ୟୁମରକୁ ନଷ୍ଟ

ଆମ ଦେଶରେ ନ୍ୟାସନଲ କ୍ୟାନ୍ସର ସଂସ୍ଥାରେ ଜଲ୍ଦି ହିଁ ଜାପାନୀ ଟେକନିକ ଦ୍ଵାରା କ୍ୟାନ୍ସର ରୋଗୀଙ୍କର ଚିକିସ୍ଛା କରାଯିବ । ଏହି ଟେକନିକ ସାହାର୍ଯ୍ୟରେ କ୍ୟାନ୍ସର ରୋଗୀଙ୍କର ଚିକିସ୍ଛା ବିନା କୌଣସି ଅପରେସନ ଦ୍ଵାରା ହେବ । ବର୍ଷ ୨୦୨୧ ପର୍ଯ୍ୟନ୍ତ ଏହି ଟେକନିକ ଭାରତକୁ ଆସିଯିବ । କ୍ୟାନସର ଟ୍ୟୁମରକୁ ଗୋଟେ ଥରରେ ହିଁ ନଷ୍ଟ କରିଦେବ ଏହି ଟେକନିକ । ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକା ପାଖରେ ବି ନାହିଁ । କିନ୍ତୁ ବର୍ତ୍ତମାନ ଭାରତ ପାଖରେ ଅଛି ।

କଣ ଅଟେ ଏହି ଟେକନିକ

ଏହି ଟେକନିକର ନାମ ହେଭି ଆୟନ ରେଡିୟୋଥେରେପୀ ଅଟେ । ଏହା ଏକ ପ୍ରୋଟନ ଥେରେପି ଅଟେ । ଆୟନ ରେଡିୟୋଥେରେପୀ ସାହାର୍ଯ୍ୟରେ କେବଳ କ୍ୟାନ୍ସରର ଟ୍ୟୁମର ଉପରେ ହିଁ ପ୍ରଭାବ ପଡିଥାଏ ଏବଂ ଏହି ଟ୍ୟୁମରର ଆଖପାଖରେ ଥିବା ଅଂସ ବିଲକୁଲ ଠିକ ଥାଏ । ଏହି ଟେକନିକର ବ୍ୟବହାର କରିବା ସମୟରେ ରେଡିଏଶନ ଟ୍ୟୁମର ଅନ୍ୟ ପଟକୁ ଯାଏ ନହିଁ ଏବଂ କେବଳ ଟ୍ୟୁମର ଅଂସକୁ ହିଁ ପ୍ରଭାବିତ କରିଥାଏ ।

ଏହି ଟେକନିକ ସାହାର୍ଯ୍ୟରେ ମାତ୍ର ରୋଗୀ ପାଞ୍ଚ ସପ୍ତାହ ସମୟ ଭିତରେ ଠିକ ହୋଇଯାଏ । ଏନସୀଆଈର ନିର୍ଦେଶକ ଡା. ଜୀକେ ରଥ ଏହି ଟେକନିକର ସୂଚନା ମିଡିୟାଙ୍କୁ ଦେଇଛନ୍ତି ।

ଆମ ଦେଶର ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥା (ଏନସୀଆଈ)ରେ ଏହି ଟେକନିକ ଆସିଯିବା ଦ୍ଵାରା ଭାରତର ନାମ ଦୁନିଆର ସେହି ଅଳ୍ପ ସଂଖ୍ୟକ ଦେଶ ମଧ୍ୟରେ ସାମିଲ ହୋଇଯିବ, ଯେଉଁମାନେ ଏହି ଟେକନିକର ବ୍ୟବହାର କରୁଛନ୍ତି । ଆପଣଙ୍କୁ କହି ଦେଉଛୁ ଯେ ଏହି ଟେକନିକ ଜାପାନ, ଚୀନ ଇଟାଲୀ ଏବଂ ଜର୍ମାନୀରେ ହିଁ ଅଛି ଏବଂ ବର୍ତ୍ତମାନ ଭାରତ ବି ଏହି ଦେଶର ସୂଚୀ ମଧ୍ୟରେ ସାମିଲ ହେବାକୁ ଯାଉଛି ।

ସବୁଦିନ ୬୦ ରୋଗୀଙ୍କର ହେଉଛି ରଜିସ୍ଟ୍ରେଶନ

ନ୍ୟାସନଲ କ୍ୟାନ୍ସର ସଂସ୍ଥାର ଉଦଘାଟନ ଏହି ବର୍ଷ ପିଏମ ମୋଦୀଙ୍କ ଦ୍ଵାରା କରାଯାଇଛି । ନ୍ୟାସନଲ କ୍ୟାନ୍ସର ସଂସ୍ଥାରେ ସବୁଦିନ ପାଖାପାଖି ୬୦ କ୍ୟାନ୍ସର ରୋଗୀଙ୍କର ରଜିସ୍ଟ୍ରେଶନ ହେଉଛି । କିନ୍ତୁ ବର୍ତ୍ତମାନ ଏହି ହସ୍ପିଟାଲରେ ଅପରେସନର ସୁବିଧା ଆରମ୍ଭ ହୋଇନାହିଁ । ସେଥିପାଇଁ ରୋଗୀଙ୍କୁ ବର୍ତ୍ତମାନ ଦିଲ୍ଲୀର ଏମସକୁ ପଠା ଯାଉଛି ।

ଏହି ହସ୍ପିଟାଲକୁ ତିଆରି କରିବାରେ ଏବଂ ଏହି ହସ୍ପିଟାଲରେ ରଖା ଯାଇଥିବା ମେସିନକୁ ନେଇ ସରକାର ତରଫରୁ ୨୦୩୫ କୋଟି ଟଙ୍କା ଖର୍ଚ କରାଯାଇଛି । ଏହି ହସ୍ପିଟାଲକୁ ଦିଲ୍ଲୀରେ ସ୍ଥିତ ଏମସ ଭଳି ପ୍ରସ୍ତୁତ କାରାଯାଇଛି । ଏହି ହସ୍ପିଟାଲ ଆରମ୍ଭ ହୋଇଯିବା ପରେ ହରିୟାନା, ପଞ୍ଜାବ, ହିମାଚଳ ପ୍ରଦେଶ ଭଳି ରାଜ୍ୟର ଲୋକମାନଙ୍କୁ ଦିଲ୍ଲୀ ଯାଇ ନିଜର ଚିକିସ୍ଛା କରିବାକୁ ପଡିବ ନାହିଁ ।

ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ବେଡର ସୁବିଧା ଉପଲବ୍ଧ କରାଯାଇଛି । ଆଶା କରାଯାଉଛି କି ବର୍ଷର ଶେଷ ପର୍ଯ୍ୟନ୍ତ ଏହି ହସ୍ପିଟାଲରେ ୪୦୦ ବେଡର ଉପଲବ୍ଧ କରାଯିବ । ଏବଂ ଏହି ହସ୍ପିଟାଲରେ ଦାଖିଲ ହେବ ପାଇଁ ରୋଗୀମାନଙ୍କୁ ମାତ୍ର ୧୦ ଟଙ୍କା ଦେବାକୁ ପଡିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button