IBN ଓଡ଼ିଶା ବ୍ୟୁରୋ

ଫିଟିକିରିର ଏହି ଉପାୟ ଆପଣଙ୍କ ଜୀବନର ସମସ୍ତ ଦୁଃଖକୁ ଚୁଟକିରେ କରିଦେବ ଦୂର, ବଦଳାଇ ଦେବ ଆପଣଙ୍କ ଜୀବନ

ଫିଟିକିରି ଏକ ଧଳା ପଦାର୍ଥ ହୋଇଥାଏ, ଯାହାର ବ୍ୟବହାର ଔଷଧ ପ୍ରସ୍ତୁତ କରିବା ଠାରୁ ନେଇ ପୂଜାରେ ମଧ୍ୟ କରାଯାଏ । ଯେଉଁଠି କିଛି ଲୋକ ଫିଟିକିରି ସମ୍ବନ୍ଧିତ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରିଥାନ୍ତି । ଫିଟିକିରି ସମ୍ବନ୍ଧିତ ଉପାୟ ବହୁତ ଲାଭଦାୟକ ହୋଇଥାଏ ଏବଂ ଏହି ଉପାୟ କରି ଆପଣ ଧନଲାଭ ଠୁ ଆରମ୍ଭ କରି ବିଭିନ୍ନ ସମସ୍ୟାରୁ ମଧ୍ୟ ବଞ୍ଚି ପାରିବେ ।

ଫିଟିକିରି ସମ୍ବନ୍ଧିତ ଉପାୟ

ଧନ ଲାଭ କରିବା ପାଇଁ

ଫିଟିକିରି ର କିଛି ଖଣ୍ଡ ତିଜୋରିରେ ରଖିବା ଦ୍ଵାରା ଏବଂ ଫିଟିକିରି ପାଣିରେ ଗାଧୋଇବା ଦ୍ଵାରା ଧନ ଲାଭ ହୋଇଥାଏ । ଏହା ଛଡା ଯଦି ଘର କିମ୍ବା ଦୋକାନର ମୁଖ୍ୟ ଦ୍ଵାରରେ କଳା କପଡାରେ ଫିଟିକିରି ବାନ୍ଧି ଦିଆଯାଏ, ତେବେ ଜୀବନରେ ଆର୍ଥିକ ଲାଭ ହୋଇଥାଏ ।

କରଜରୁ ମୁକ୍ତି ପାଇବା ପାଇଁ

ଯଦି ଆପଣ କରଜରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଲଗାତାର ତିନି ଟି ବୁଧୁବାର ଏହି ଉପାୟକୁ କରନ୍ତୁ । ଏହି ଉପାୟରେ ଆପଣ ଏକ ପାନ ପତ୍ର ଉପରେ ଫିଟିକିରି ଓ ସିନ୍ଦୁର ରଖି ଦିଅନ୍ତୁ ଓ ଏହି ପତ୍ରକୁ ଏକ ସୂତାରେ ବାନ୍ଧି ଦିଅନ୍ତୁ । ଏହା ପରେ ବୁଧୁବାର ଦିନ ଓସ୍ଥ ଗଛ ତଳେ ଏହାକୁ ପୋତି ଦିଅନ୍ତୁ ।

ନକାରାତ୍ମକ ଊର୍ଜାକୁ ନଷ୍ଟ କରିବା ପାଇଁ

ନକାରାତ୍ମକ ଊର୍ଜାକୁ ଘରୁ ବାହାର କରିବା ପାଇଁ ଘରର ବାଥରୁମରେ ଗୋଟିଏ ପାତ୍ରରେ ଫିଟିକିରି ରଖନ୍ତୁ ଓ ଏହାକୁ ଏମିତି ଏକ ଜାଗାରେ ରଖନ୍ତୁ ଯାହା ଦ୍ଵାରା ଏହା ଉପରେ କାହାର ନଜର ପଡିବ ନାହିଁ ।

ଘରର ବାସ୍ତୁ ଦୋଷକୁ ଠିକ କରିବା ପାଇଁ

ଯେଉଁ ଲୋକମାନଙ୍କର ଘରେ ବାସ୍ତୁ ଦୋଷ ଅଛି ସେମାନେ ନିଜ ଘରର ସବୁ ରୁମରେ ଫିଟିକିରିର ଖଣ୍ଡ ରଖିଦିଅନ୍ତୁ । ଏହିଭଳି କରିବା ଦ୍ଵାରା ବାସ୍ତୁଦୋଷର ଖରାପ ପ୍ରଭାବ ଆପଣଙ୍କ ଜୀବନରେ ପଡିବ ନାହିଁ ।

ଖରାପ ନଜର

ଯଦି କୌଣସି ବ୍ୟକ୍ତିକୁ ଖରାପ ନଜର ଲାଗିଯାଏ ତେବେ ଫିଟିକିରି ସାହାର୍ଯ୍ୟରେ ସେମାନେ ସେହି ଖରାପ ନଜରକୁ ନଷ୍ଟ କରି ପାରିବେ । ଯେଉଁ ବ୍ୟକ୍ତିଙ୍କୁ ନଜର ଲାଗିଛି ତାଙ୍କ ମୁଣ୍ଡ ଉପରୁ ୭ ଥର ଫିଟିକିରି ର ଖଣ୍ଡକୁ ବୁଲାଇ ଦିଅନ୍ତୁ । ଏହା ପରେ ସେହି ଫିଟିକିରିକୁ ଜଳାଇ ଦିଅନ୍ତୁ ।

ଦୁଃସ୍ଵପ୍ନରୁ ବଞ୍ଚିବା ପାଇଁ

ଯଦି ଆପଣଙ୍କୁ ରାତିରେ ଖରାପ ସ୍ଵପ୍ନ ଆସୁଛି ତେବେ ଆପଣ ଫିଟିକିରିକୁ କୌଣସି କଳା କପଡାରେ ବାନ୍ଧି ନିଜର ବିଛଣା ତଳେ କେବଳ ମଙ୍ଗଳବାର ଓ ରବିବାର ଦିନ ହିଁ ରଖନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କୁ ଆଉ ଦୁଃସ୍ଵପ୍ନ ଆସିବ ନାହିଁ ।

ଝଗଡା ଶେଷ କରିବା ପାଇଁ

ପରିବାରର ଲୋକମାନଙ୍କ ସହିତ ଯଦି ବାରମ୍ବାର ଝଗଡା ହେଉଛି ତେବେ ଶୋଇବା ସମୟରେ ନିଜ ବିଛଣା ପାଖରେ ଗୋଟିଏ ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ ଫିଟିକିରି ପକାଇ ଦିଅନ୍ତୁ । ଏହା ପରେ ଏହି ପାଣିକୁ ଓସ୍ଥ ଗଛ ତଳେ ପକାଇ ଦିଅନ୍ତୁ । ଏମିତି କରିବା ଦ୍ଵାରା ଘରେ ଶାନ୍ତି ରହିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button