IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଜାଣନ୍ତୁ କାହିଁକି ଚନ୍ଦ୍ରରୁ ନାସା ଆଣିବାକୁ ଚାହୁଁଛି ମଣିଷଙ୍କର ମଳ – ମୁତ୍ରର ୯୬ଟି ବ୍ୟାଗ !

୫୦ ବର୍ଷ ପୂର୍ବେ ଯେତେବେଳେ ବୈଜ୍ଞାନିକମାନେ ଚନ୍ଦ୍ର ଉପରେ ପାଦ ରଖିଥିଲେ, ସେହି ସମୟରେ ପୁରା ଦୁନିଆ ବହୁତ ଉତ୍ସୁକ ଥିଲା ସେଠିକା ବିଷୟରେ ଜାଣିବା ପାଇଁ । ବୈଜ୍ଞାନିକମାନେ ସେଠାରୁ କିଛି ମାଟି ଓ ପଥର ଆଣିଥିଲେ । ଏହା ଛଡା ମଧ୍ୟ ସେ ବହୁତ କିଛି ଛାଡି ଦେଇ ଆସିଥିଲେ । ଯେଉଁଥିରେ ନୀଲ ଆର୍ମ ସ୍ଟ୍ରାଂଗଙ୍କର ପାଦର ଚିହ୍ନ ଏବଂ ଆମେରିକାର ପତାକା ଓ ତା ସହିତ ସେ ମାନବର ପାଖାପାଖି ୯୬ଟି ବ୍ୟାଗ ଆବର୍ଜନା ଛାଡି ଆସିଥିଲେ ।

ନାସା ଫେରାଇ ଆଣିବାକୁ ଚାହୁଁଛି ବର୍ଷ ବର୍ଷ ପୁରୁଣା ବ୍ୟାଗ

ବିଶେଷ କଥା ଏହା ଅଟେ କି ବୈଜ୍ଞାନିକମାନେ ସେଠାକୁ ଯାଇ ବହୁତ ବର୍ଷ ପୁରୁଣା ମାନବ ଅପଶିଷ୍ଟ ଫେରାଇ ଆଣିବାକୁ ଚାହୁଁଛନ୍ତି, ଯେଉଁଥିରେ ସେଠିକାର ଜୀବନକୁ ଖୋଜି ପାରିବେ ଏବଂ ଆଗକୁ ବଢି ପାରିବେ । ସେହି ସମୟରେ ପାଖାପାଖି ୧୨ ଜଣ ଅନ୍ତରିକ୍ଷ ଯାତ୍ରୀ ଚନ୍ଦ୍ରରେ ପହଞ୍ଚିଥିଲେ ଏବଂ ସେମାନେ ୯୬ଟି ବ୍ୟାଗ ଆବର୍ଜନାକୁ ସେଠି ଛାଡି ଆସିଥିଲେ । ଯେଉଁଥିରେ ସେମାନଙ୍କର ମଳ – ମୁତ୍ର ଓ ଆବର୍ଜନା ଭର୍ତ୍ତି ଥିଲା, କିନ୍ତୁ ଯାତ୍ରୀମାନେ ସ୍ପେସରେ ଅଧିକ ସମୟ ବିତାଇ ପାରିନଥିଲେ ।

ବାଧ୍ୟରେ ଛାଡିବାକୁ ପଡିଥିଲା ବ୍ୟାଗ

କହିବାକୁ ଗଲେ, ସ୍ପେସକ୍ରାଫ୍ଟରେ ଅଧିକ ଜିନିଷ ନେଇ ଯାଇ ହୋଇ ନଥାନ୍ତା । ତାହାର ଓଜନ ନିର୍ଦ୍ଧାରିତ କରାଯାଇଥିଲା । ଯେଉଁଥିରେ ଯଦି ଅଳ୍ପ ଓଜନ ବି ବଢିଯାଏ ତେବେ ସ୍ପେସକ୍ରାଫ୍ଟ ଓ ଯାତ୍ରୀମାନଙ୍କର ଜୀବନ ଉପରେ ସଙ୍କଟ ଆସିପାରେ ଏବଂ ଏହା ଛଡା ବୈଜ୍ଞାନିକମାନଙ୍କୁ ସେଠାରୁ ମାଟି ଓ ପଥର ମଧ୍ୟ ଆଣିବାର ଥିଲା , ଯେଉଁ କାରଣରୁ ସେମାନେ ଠିକ କରିଲେ କି ସେମାନେ ସେଠାରେ ନିଜର ଆବର୍ଜନାକୁ ଛାଡିଦେବେ ।

୨୦୨୪ରେ ଚନ୍ଦ୍ରକୁ ଯିବେ ବୈଜ୍ଞାନିକ

ସତ୍ତାରେ ଆସିବା ପରେ ଟ୍ରମ୍ଫ ପ୍ରଶାସନ ପୁଣି ଥରେ ଚନ୍ଦ୍ରରେ ଜୀବନକୁ ଖୋଜିବା ଉପରେ ଜୋର ଦେଉଛନ୍ତି । ୨୦୨୪ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ସେଠାରେ କିପରି ଜୀବନ ଯାପନ ହୋଇ ପାରିବ ତାହା ବିଷୟରେ ଜାଣିବାକୁ ଯିବେ । ଏହା ସହିତ ସେଠି ଛାଡିଥିବା ଆବର୍ଜନାକୁ ଆଣିବା ପାଇଁ ମଧ୍ୟ ଆଲୋଚନା ଚାଲିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button