ଦେଶ

ପାକିସ୍ତାନରୁ ବଞ୍ଚାଯାଇଥିବା ‘ଭାରତର ଝିଅ’ ଉଜ୍ମା ଅହମଦ ଖୋଲିଲେ ପାର୍ଲର, କହିଲେ ‘ମୋତେ ମୋ ଝିଅମାନଙ୍କ ପାଇଁ…’

ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ବର୍ଷ ୨୦୧୭ରେ ଉଜ୍ମା ଅହମଦକୁ ପାକିସ୍ତାନ ଠାରୁ ବଞ୍ଚାଇ ଭାରତର ଝିଅ ବୋଲି କହିଥିଲେ । ଉଜ୍ମା ଅହମଦ ଯେତେବେଳେ ୨୭ ବର୍ଷର ଥିଲେ, ସେତେବେଳେ ତାଙ୍କୁ ଅପହରଣ କରି ବନ୍ଧୁକ ଦେଖାଇ ପାକିସ୍ତାନର ବୁନେର ଗ୍ରାମର ତାହିର ଅଲୀ ସହିତ ଜବରଦସ୍ତି ବିବାହ କରିଦିଆ ଯାଇଥିଲା, ଯାହା ପରେ ସେ ଗୋଟିଏ କଏଦି ଭଳି ଜୀବନ ଯାପନ କରୁଥିଲେ ।

କିନ୍ତୁ ଉଜ୍ମା ଅହମଦ କୌଣସି ପ୍ରକାରେ ପାକିସ୍ତାନ ସ୍ଥିତ ଭାରତୀୟ ଉଚ୍ଚାୟୋଗ ପହଞ୍ଚିବାରେ ସଫଳ ହୋଇଥିଲେ, ଯାହା ପରେ ତାଙ୍କୁ ଭାରତକୁ ଅଣାଗଲା । ଭାରତ ଆସିବା ପରେ ଉଜ୍ମା ଅହମଦ ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ଡିପ୍ରେଶନକୁ ଚାଲି ଯାଇଥିଲେ, କିନ୍ତୁ ବର୍ତ୍ତମାନ ସେ ସେହି ଡିପ୍ରେଶନରୁ ବାହାରି ଯାଇଛନ୍ତି ।

ଏହା ପରେ ସେ ଆଗକୁ ବଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିପାଇଁ ସେ ଏକ ପାର୍ଲର ଖୋଲିଛନ୍ତି । ପାର୍ଲରର ଉଦ୍ଘାଟନ ବୁଧବାର ଦିନ କରାଯାଇଛି । ପାର୍ଲର ର ନାମ ଉଜ୍ମା ନିଜର ଛୋଟ ଝିଅ ଫଲକ ନାମରେ ରଖିଛନ୍ତି ।

ମୋତେ ନିଜ ଝିଅମାନଙ୍କ ପାଇଁ ଆଗକୁ ବଢିବାର ଅଛି – ଉଜ୍ମା ଅହମଦ

ପାର୍ଲର ଉଦ୍ଘାଟନ କରିବା ପରେ ଉଜ୍ମା କହିଲେ କି ମୋତେ ନିଜ ଝିଅମାନଙ୍କ ପାଇଁ ଆଗକୁ ବଢିବାର ଥିଲା, ଯେଉଁଥିପାଇଁ ମୁଁ ନିଜର ସମସ୍ତ ଯନ୍ତ୍ରଣାକୁ ଭୁଲି ଯାଇ ଆଗକୁ ବଢୁଛି । ଉଜ୍ମା ଆଗକୁ କହିଲେ କି ସେ ନିଜ ଝିଅମାନଙ୍କୁ ଏକ ଭଲ ଜୀବନ ଦେବା ପାଇଁ ଓ ତାଙ୍କର ଭଲ ଭାବରେ ଲାଳନ ପାଳନ କରିବା ପାଇଁ ଚେଷ୍ଟା କରିବି ।

ମୁର୍ତ୍ୟୁର କୂଅ ଅଟେ ପାକିସ୍ତାନ

ପାକିସ୍ତାନରେ ଭିନ୍ନ ଭିନ୍ନ ଯନ୍ତ୍ରଣା ସହିବା ପରେ ଉଜ୍ମା କହିଲେ କି ପାକିସ୍ତାନ ଏକ ମୁର୍ତ୍ୟୁର କୂଅ ଅଟେ । ସେ କହିଲେ କି ପାକିସ୍ତାନକୁ ଯିବା ସହଜ ଅଟେ, କିନ୍ତୁ ସେଠୁ ଫେରିବା ବହୁତ କଷ୍ଟ ଅଟେ । କହିଦେଉଛୁ କି ଉଜ୍ମାଙ୍କୁ ନିଶା ଔଷଧ ଖୁଆଇ ଧୋକା ରେ ବୁନେର ନିଆ ଯାଇଥିଲା । ଯେଉଁଠି ତାଙ୍କୁ ମାରିବା ପାଇଁ ମଧ୍ୟ ଚେଷ୍ଟା କରାଯାଇଥିଲା । କିନ୍ତୁ ସେ କୌଣସି ପ୍ରକାରରେ ନିଜର ଜୀବନ ବଞ୍ଚାଇ ପାରିଥିଲେ ।

ସେଠି ବହୁତ ଝିଅମାନେ ଥିଲେ – ଉଜ୍ମା ଅହମଦ

ଉଜ୍ମା ଅହମଦ କହିଲେ କି ଯେତେବେଳେ ମୋତେ ବୁନେର ନିଆଗଲା, ସେତେବେଳେ ମୁଁ ଦେଖିଲି କି ସେଠି ବହୁତ ଝିଅମାନେ ବି ଥିଲେ, ଯେଉଁମାନେ କି ବହୁତ ଦୂର ଦୂର ଜାଗାରୁ ଆସିଥିଲେ । ତାଙ୍କର କହିବା ଅଟେ କି ବୁନେର ର ପ୍ରାୟତଃ ପୁରୁଷ ମାଲେସିୟାରେ ରୁହନ୍ତି । ଯେଉଁମାନେ କି ଝିଅମାନଙ୍କୁ ଫସାନ୍ତି ଓ ସେମାନଙ୍କୁ ବୁନେର ନେଇ ଯାଆନ୍ତି ଏବଂ ପୁଣି ସେମାନଙ୍କୁ ସେଠି ପ୍ରତାଡିତ କରିଥାନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button