IBN ଓଡ଼ିଶା ଏକ୍ସକ୍ଲୁସିଭ୍

ନବଜାତ ଶିଶୁମାନଙ୍କର ତିଆରି କରିଥିଲା ରେଟ କାର୍ଡ, ସୁନ୍ଦର ପିଲାମାନଙ୍କୁ ୩.୭୫ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲା, ଏମିତି ଧରାପଡିଥିଲା ପୋଲିସ ହାତରେ

ତାମିଲନାଡୁ ପୁଲିସ ହାତରେ ଏକ ଅଡିଓ ଟେପ ଲାଗିଛି, ଯେଉଁଥିରେ ଗୋଟିଏ ନର୍ସ ନିଜର ଦୋଷକୁ ସ୍ଵୀକାର  କରୁଛି ଏବଂ କହୁଛି କି କେଉଁଭଳି ଭବାରେ ସେ ପିଲାମାନଙ୍କୁ ବିକ୍ରି କରୁଥିଲା । ଅଡିଓ ଟେପରେ ଯେଉଁ ନର୍ସର ଆବାଜ ଶୁଣିବାକୁ ମିଳୁଛି ତାହାର ନାମ ଅମୁତବଲ୍ଲୀ ଅଟେ । ଏହି ଟେପ ଭାଇରାଲ ହେବା ପରେ ପୁଲିସ ସଙ୍ଗେ ସଙ୍ଗେ ସେହି ନର୍ସକୁ ଗିରଫ୍ତାର କରି ସାରିଛନ୍ତି ।

କଣ ଅଟେ ପୁରା ଘଟଣାକ୍ରମ

କହିବାକୁ ଗଲେ ଅମୁତବଲ୍ଲୀ ଏକ କ୍ଲାଇଂଟ ସହ କଥାବାର୍ତ୍ତା କରି ତାକୁ କହୁଥିଲା କି ‘ସେ ୧୦ ବର୍ଷ ହେବ ରିଟାୟର ହୋଇ ସାରିଛି ଏବଂ ଗତ ୩୦ ବର୍ଷ ହେବ ସେ ନବଜାତ ଶିଶୁକୁ ବିକ୍ରି କରୁଥିଲା । ଆଜି ପର୍ଯ୍ୟନ୍ତ ଭଗବାନଙ୍କ କୃପାରେ କେହି ବି ତାକୁ ଧରି ପାରି ନାହାନ୍ତି । ଅମୁତବଲ୍ଲୀଙ୍କ ଅନୁସାରେ ସେ ସୌଦା କରିବା ପୂର୍ବରୁ ପ୍ରଥମେ ୩୦ ହଜାର ଟଙ୍କାର ଏଡଭାନ୍ସ ନେଉଥିଲା ଏବଂ ଏହା ପରେ ପିଲାକୁ ବିକ୍ରି କରିବାର ପ୍ରକ୍ରିୟା ଆରମ୍ଭ କରୁଥିଲା । ଏହି ଅଡିଓ ଟେପ ପାଖାପାଖି ୧୦ ମିନିଟର ଅଟେ ଏବଂ ଏହି ଅଡିଓ ଟେପ ୨୩ ଏପ୍ରିଲକୁ ରେକର୍ଡ କରାଯାଇଥିଲା ।

ଅମୁତବଲ୍ଲୀ ଅନୁସାରେ ଯେତେବେଳେ ସେ ନର୍ସ ଥିଲା ସେତେବେଳେ ସରକାରୀ ହସ୍ପିଟାଲରେ ଜନ୍ମିତ ପିଲାମାନଙ୍କୁ ସେହି ଦମ୍ପତିମାନଙ୍କୁ ବିକ୍ରି କରୁଥିଲା, ଯେଉଁମନଙ୍କର ପିଲା ନଥିଲା । ଅମୁତବଲ୍ଲୀ ଦମ୍ପତିମାନଙ୍କୁ ନବଜାତ ଶିଶୁ ବିକ୍ରି କରି ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲା । ଏତିକି ନୁହେଁ ଏହି କାମରେ ଅମୁତବଲ୍ଲୀ ସହିତ ତାର ସ୍ଵାମୀ ଏବଂ ସରକାରୀ ହସ୍ପିଟାଲର ଏକ ଏମ୍ବୁଲେନ୍ସର ଡ୍ରାଇଭର ବି ସାମିଲ ଥିଲା ।

ନବଜାତ ପିଲାମାନଙ୍କର ତିଆରି କରି ରଖିଥିଲା ରେଟ କାର୍ଡ

ଅମୁତବଲ୍ଲୀ ନବଜାତ ଶିଶୁମାନଙ୍କର ଏକ ରେଟ କାର୍ଡ ବି ତିଆରି କରିଥିଲା । ଏହି ରେଟ କାର୍ଡ ଅନୁସାରେ ଶିଶୁଙ୍କର ଦାମ ଅମୁତବଲ୍ଲୀ ୨.୭୫ ଲକ୍ଷ ରଖିଥିଲା । ଯଦି ଶିଶୁଟି ଗୋରା ହୋଇଥିବ ତ ୩.୭୫ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲା । ଏହା ପରେ ଅମୁତବଲ୍ଲୀ ପିଲାମାନଙ୍କୁ ବିକ୍ରି କରିବା ପରେ ଦମ୍ପତିମାନଙ୍କ ଠାରୁ ପୁଣି ଥରେ ୭୦ ହଜାର ଟଙ୍କା ନେଇ ନକଲି ଜନ୍ମ ପ୍ରମାଣ ପତ୍ର ବି ପ୍ରସ୍ତୁତ କରି ଦେଉଥିଲା ।

କରାଗଲା ଗିରଫ୍ତାର

ତମିଲନାଡୁ ପୁଲିସ ଏହି ଅଡିଓ ଟେପ ଆଧାରରେ ଅମୃତୱଲ୍ଲୀ ଏବଂ ତାହାର ସ୍ଵାମୀ ରବିଚନ୍ଦ୍ରନକୁ ଗିରଫ୍ତାର କରିଛନ୍ତି । ଏବଂ ତାଙ୍କ ବିରୁଦ୍ଧରେ କେସ ବି ଦାୟର କରିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button