ଦେଶ

୮୦ ଟଙ୍କା ଊଧାର ନେଇ ଆରମ୍ଭ କରିଥିଲେ କମ୍ପାନୀ, ଆଜି ସବୁ ବର୍ଷ ଆୟ କରୁଛନ୍ତି ୩୦୦ କୋଟି ଟଙ୍କା, ଜାଣନ୍ତୁ ମହିଳାଙ୍କ ଦ୍ଵାରା ଚଲାଯାଉଥିବା ଏହି କମ୍ପାନୀର ସଫଳତାର ରାଜ

ବର୍ତ୍ତମାନ ସମୟରେ ପାମ୍ପଡ ଦୁନିଆରେ ‘ଲିଜ୍ଜତ’ ଏକ ବହୁତ ବଡ ନାମ ଅଟେ । ଆପଣଙ୍କ ମଧ୍ୟରୁ କେତେକ ଲୋକମାନେ ଏହି ବ୍ରାଣ୍ଡର ପାମ୍ପଡ ଖାଇଥିବେ । ଆଜି ଲିଜ୍ଜତ ପାମ୍ପଡ ସବୁ ବର୍ଷ ୩୩୪ କୋଟି ଟଙ୍କାର ବିଜନେସ କରୁଛି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି କମ୍ପାନୀର ମୂଳଦୁଆ ଯେତେବେଳେ ରଖା ଯାଇଥିଲା ସେତେବେଳେ କିଛି ମହିଳାମାନେ ୮୦ ଟଙ୍କା ଧାର ନେଇ ଏହାକୁ ଆରମ୍ଭ କରିଥିଲେ । ଆଜି ଆମେ ଆପଣଙ୍କୁ କହିବୁ କି କେଉଁଭଳି ଭାବରେ ଏହି ମହିଳାମାନେ ନିଜ ଦମରେ ଛିଡା କରିଛନ୍ତି କୋଟି କୋଟି ଟଙ୍କାର କମ୍ପାନୀ ।

୮୦ ଟଙ୍କା ଧାର କରି ଆରମ୍ଭ କରିଥିଲେ କମ୍ପାନୀ

ଏହି କମ୍ପାନୀକୁ ସଫଳତାର ଶୀର୍ଷରେ ନେଇଯିବାରେ ସବୁଠୁ ବଡ ଯୋଗଦାନ ‘ଜସବନ୍ତି ବେନ ପୋପଟ’ଙ୍କର ହାତ ଅଛି । ୧୫ ମାର୍ଚ ୧୯୫୯କୁ ଜସବନ୍ତି ବେନ ନିଜର କିଛି ସାଙ୍ଗମାନଙ୍କ ସହ ମିଶି ପାମ୍ପଡର ବ୍ୟବସାୟ ଆରମ୍ଭ କରିଥିଲେ । ଏଥିପାଇଁ ଏହି ଲୋକମାନେ ୮୦ ଟଙ୍କା ଊଧାର ରେ ଆଣିଥିଲେ । ପ୍ରଥମ ଦିନ ସେମାନେ ପାଖରେ ହିଁ ଥିବା ଏକ ଦୋକାନରେ ପାମ୍ପଡ ପ୍ରସ୍ତୁତ କରି ୪ଟି ପ୍ୟାକେଟ ବିକ୍ରି କରିଦେଲେ ।

ଏହା ପରେ ଦୋକାନଦାର ଆହୁରି ପାମ୍ପଡର ଅର୍ଡର ଦେଲା । ଏହିଭଳି ଭାବରେ ସେମାନେ ୧୫ ଦିନ ମଧ୍ୟରେ ହିଁ ଧାର ନେଇଥିବା ୮୦ ଟଙ୍କାକୁ ସୁଝି ଦେଲେ । ଏହା ପରେ ଲିଜ୍ଜତ ପାମ୍ପଡ ପ୍ରଥମ ବର୍ଷ ହିଁ ୬,୧୯୬ ଟଙ୍କାର କାରୋବାର କରିଥିଲା । ଏହା ପରେ ଏମାନେ ଅନ୍ୟ ମହିଳାମାନଙ୍କୁ ବି ନିଜ ଟିମ ସହିତ ଯୋଡି ନେଲେ ।

ଏହି ୱୋର୍କିଙ୍ଗ ମଡେଲଙ୍କ ଠାରୁ ମିଳିଲା କମ୍ପାନୀକୁ ସଫଳତା

କହିବାକୁ ଗଲେ ଏହି କମ୍ପାନୀରେ କାମ କରୁଥିବା ସମସ୍ତ ମହିଳା ନିଜ ଘରେ ହିଁ କାମ କରିଥାନ୍ତି । ପ୍ରଥମେ କମ୍ପାନୀର ମୁଖ୍ୟ ମହିଳାମାନେ ପାମ୍ପଡର ଅଟାକୁ ଗୁନ୍ଥି ଦିଅନ୍ତି । ଏହା ପରେ ସମସ୍ତ ମସଲା, ଅଟାର ଗୁଣବତ୍ତା ଏବଂ ସଫା ସଫି ଇତ୍ୟାଦି ଚେକ କରାଯାଉଥିଲା । ଏହା ପରେ ଏହାକୁ ଅନ୍ୟ ମହିଳାମାନଙ୍କ ଘରେ ବାଣ୍ଟି ଦିଆଯାଉଥିଲା । ଏହା ପରେ ମହିଳାମାନେ ଘରେ ଖାଲି ସମୟରେ ପାମ୍ପଡ ବେଲିବାର କାମ କରନ୍ତି ।

ଏହା ଛଡା ପାମ୍ପଡ କେମେତି ବେଲିବେ ଓ ସଫା ସଫି ପ୍ରତି ଧ୍ୟାନ ରଖିବା ଇତ୍ୟାଦି ସମସ୍ତ ଗାଇଡଲାଇନ୍ସ ମହିଳା ମାନଙ୍କୁ ପ୍ରଥମ ଦିନ ରୁ ହିଁ କହି ଦିଆ ଯାଉଥିଲା ।

ସବୁଦିନ କରନ୍ତି ୯୦ ଲକ୍ଷ ପାମ୍ପଡ

ଏହି କାମରୁ ମହିଳାମାନେ ଦିନକୁ ୪୦୦ ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରି ନିଅନ୍ତି । ବର୍ତ୍ତମାନ ଲିଜ୍ଜତ କମ୍ପାନୀରେ ୪୦ ହଜାର ଲୋକ କାମ କରୁଛନ୍ତି । ଏମାନେ ସମସ୍ତେ ମିଶି ସବୁଦିନ ୯୦ ଲକ୍ଷ ପାମ୍ପଡ ବେଲିଥାନ୍ତି । ଯେଉଁ ୨୧ ଜଣ ମହିଳା ସମିତି ଏହାକୁ ଆରମ୍ଭ କରିଥିଲେ ଆଜି ସେହି ମହିଳାମାନେ ହଜାର ହଜାର ମେମ୍ବରସଙ୍କୁ ମ୍ୟାନେଜ କରୁଛନ୍ତି । ଏହି କମ୍ପାନୀର ୬୩ ସେଂଟର୍ସ ଏବଂ ୪୦ ଟି ଡିଭିଜନ ଅଛି । ଏହି କାମରୁ କେତେକ ମହିଳାମାନେ ନିଜ ଗୋଡରେ ଛିଡା ହୋଇ ପାରିଛନ୍ତି ଓ ସେମାନଙ୍କୁ ଆତ୍ମବିଶ୍ୱାସ ମିଳିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button