ରାଜ୍ୟ

ସ୍ଵପ୍ନରେ ମିଳିଥିବା ଏହିଭଳି ସଂକେତ ଯାହା କହିଥାଏ ଆପଣ ଜଲ୍ଦି ହେବାକୁ ଯାଉଛନ୍ତି ମାଲାମାଲ

ଏହି ସଂସାରରେ ସମସ୍ତ ବ୍ୟକ୍ତିଙ୍କର ସ୍ଵପ୍ନ ଥାଏ କି ତାଙ୍କୁ ଜୀବନରେ ସମସ୍ତ ପ୍ରକାରର ସୁଖ ସୁବିଧା ଓ ବହୁତ ଟଙ୍କା ମିଳୁ । ସମସ୍ତେ ନିଜ ଜୀବନକୁ ଆରାମରେ ବିତାଇବାକୁ ଚାହାଁନ୍ତି । କହିବାକୁ ଗଲେ ସମସ୍ତ ବ୍ୟକ୍ତି ଶୋଇବା ସମୟରେ ସ୍ଵପ୍ନ ନିଶ୍ଚିତ ଦେଖିଥାନ୍ତି ।

ବହୁତ ସ୍ଵପ୍ନ ଏମିତି ଅଛି ଯେଉଁ ଗୁଡିକ ଆପଣଙ୍କର ମନେ ରୁହେ ନାହିଁ, କିନ୍ତୁ ଏହି ସ୍ଵପ୍ନ ମଧ୍ୟରୁ କିଛି ସ୍ଵପ୍ନ ଏମିତି ବି ଥାଏ ଯାହା ଆପଣଙ୍କୁ ଧନବାନ କରିପାରେ, ଏହା ଛଡା ଏଥିରେ ଦିନଚର୍ଯ୍ୟାର ବି କିଛି ସଂକେତ ସାମିଲ ହୋଇଥାଏ । ଆଜି ଆମେ ଏହି ଲେଖା ମାଧ୍ୟମରେ ସ୍ଵପ୍ନରେ ଦେଖାଯାଉଥିବା ସେହି ଶୁଭ ସଂକେତ ବିଷୟରେ କହିବୁ ।

ଆସନ୍ତୁ ଜାଣିବା ଏହି ଶୁଭ ସଂକେତ ବିଷୟରେ

ସବୁଜ ପରିବେଶ ଦେଖା ଦେବା

ଯଦି କୌଣସି ବ୍ୟକ୍ତିକୁ ସ୍ଵପ୍ନରେ ସବୁଦିନ ବଗିଚା ନଜର ଆସିଥାଏ ଓ ଚାରିଆଡେ ଗଛ ଲତା ଦେଖାଯାଏ ତେବେ ଏହାର ଅର୍ଥ ଆପଣ ବହୁତ ଜଲ୍ଦି ଧନ ପ୍ରାପ୍ତି କରିବେ । ଯଦି ଆପଣଙ୍କୁ ବଗିଚା ମଧ୍ୟରେ ଭଗବାନ ଶିବ କିମ୍ବା ଶିବଲିଙ୍ଗ ଦେଖାଯିବେ ତେବେ ଏହାର ଅର୍ଥ ଆପଣ ଅଭୁତ ଜଲ୍ଦି ଧନୀ ହୋଇଯିବେ ।

ଶଙ୍ଖର ଶବ୍ଦ

ଯଦି ଆପଣଙ୍କୁ ସ୍ଵପ୍ନରେ ମନ୍ଦିରରେ ବାଜୁଥିବା ଶଙ୍ଖର ଶବ୍ଦ କିମ୍ବା ଘଣ୍ଟି ବାଜିବାର ଶବ୍ଦ ଶୁଣାଯାଉଛି ତେବେ ଏହା ସଂକେତ ଦେଇଥାଏ କି ଆପଣଙ୍କୁ ବହୁତ ଶୀଘ୍ର ଧନଲାଭ ହେବ । ଏହା ଅତିରିକ୍ତ ଯଦି ଆପଣଙ୍କୁ ସ୍ଵପ୍ନରେ ମାତା ଲକ୍ଷ୍ମୀଙ୍କର ବାହନ ପେଚା ଦେଖା ଯାଉଛି ତେବେ ଏହା ଅର୍ଥ ଆପଣଙ୍କୁ ଜଲ୍ଦି ଧନ ପ୍ରାପ୍ତ ହେବ ।

ଧଳା ରଙ୍ଗର ସାପ ଦେଖା ଦେଲେ

ଯଦି ଆପଣଙ୍କୁ ସ୍ଵପ୍ନରେ ଧଳା ରଙ୍ଗର ସାପ କିମ୍ବା ଗୋଲ୍ଡେନ ରଙ୍ଗର ସାପ ଦେଖା ଯାଉଛି ତେବେ ଏହା ସଙ୍କେତ ଦେଇଥାଏ କି ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ବର୍ଷା ହେବାର ଅଛି । ଜଲ୍ଦି ହିଁ କୌଣସି ସମ୍ପତ୍ତି ଆପଣଙ୍କ ହାତରେ ଲାଗିପାରେ ।

ଦୈନିକ ଜୀବନେରେ ମିଳୁଥିବା ଅନ୍ୟ ସଂକେତ

ଯେତେବେଳେ ଟଙ୍କା ପଡିଯିବା

ଯଦି ଆପଣ କୌଣସି କାମ କାରଣରୁ ବାହାରକୁ ଯାଉଛନ୍ତି ଓ ଆପଣଙ୍କ ପକେଟରୁ ଟଙ୍କା ପଡି ଯାଉଛି ତେବେ ଏହାର ଅର୍ଥ ଆପଣ ଯେଉଁ କାମ ପାଇଁ ଯାଉଛନ୍ତି ତାହା ପୁରା ହେବ ।

କଳସ ସହ କନ୍ୟା

ଯଦି ଆପଣ ଶୁକ୍ରବାର ଦିନ କୌଣସି କନ୍ୟାକୁ କଳସ ସହ ଦେଖୁଛନ୍ତି ଓ ସେହି କଳସ ପାଣିରେ ଭରପୁର ଅଛି ତେବେ ତାହା ଧନ ସମ୍ବନ୍ଧିତ ଶୁଭ ସଂକେତ ଦେଇଥାଏ । କିନ୍ତୁ ଯଦି କଳସ ଖାଲି ଅଛି ତେବେ ଧନ ସମ୍ବନ୍ଧିତ ସମସ୍ୟା ଭୋଗିବାକୁ ପଡିବ ।

ପେଚା ଦେଖିବା

ଯଦି ଆପଣ ମାତା ଲକ୍ଷ୍ମୀଙ୍କର ବାହନକୁ ଘର ବାହାରେ କିମ୍ବା ଅଫିସରେ ଦେଖୁଛନ୍ତି ତେବେ ତାହା ସଂକେତ ଦେଇଥାଏ କି ଆପଣଙ୍କୁ ଧନ ପ୍ରାପ୍ତି ହେବାର ଅଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button