IBN ଓଡ଼ିଶା ବ୍ୟୁରୋ

ଏରୋପ୍ଲେନ କେତେ ମାଇଲେଜ ଦେଇଥାଏ, ଜାଣନ୍ତୁ ଏହାର ପ୍ରତି କିଲୋମିଟରରେ କେତେ ଲିଟର ଇନ୍ଧନ ଲାଗିଥାଏ

ଏରୋପ୍ଲେନ ସାହାର୍ଯ୍ୟରେ ଆପଣ ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ବହୁତ ଅଳ୍ପ ସମୟ ମଧ୍ୟରେ ପହଞ୍ଚି ଯାଆନ୍ତି । ଏହା ବସ ଓ କିମ୍ବା ଟ୍ରେନ ଅପେକ୍ଷା ବହୁତ ସୁବିଧାଜନକ ହୋଇଥାଏ । ଆପଣଙ୍କ ମଧ୍ୟରେ ପ୍ରାୟତଃ ଲୋକମାନେ ଏରୋପ୍ଲେନରେ ବସି ସାରିଥିବେ । କହିବାକୁ ଗଲେ ଏରୋପ୍ଲେନରେ ଟିକେଟ ସବୁଠୁ ଅଧିକ ହୋଇଥାଏ ।

ଏରୋପ୍ଲେନରେ ବସି ନିଜର ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ପ୍ରୋସେସ ଥାଏ ଯାହାର ମ୍ୟାନେଜମେଣ୍ଟ ବି ଦେଖିବାକୁ ପଡିଥାଏ । ଏହି ସବୁ ପାଇଁ ବି ଅଧିକ ଟଙ୍କା ଖର୍ଚ ହୋଇଥାଏ । କିନ୍ତୁ କହିବାକୁ ଗଲେ ଏରୋପ୍ଲେନରେ ଯାତ୍ରା କରିବା ପାଇଁ ଅଧିକ ଟଙ୍କା ଖର୍ଚ ହେବା ପଛରେ ସବୁଠୁ ବଡ କାରଣ ହେଉଛି ଏଥିରେ ଲାଗୁଥିବା ଇନ୍ଧନ ହୋଇଥାଏ ।

ଏରୋପ୍ଲେନରେ ଏକ ଭିନ୍ନ ପ୍ରକାରର ଇନ୍ଧନ ବ୍ୟବହାର ହୋଇଥାଏ । ସେଥିପାଇଁ ଏହା ସାମାନ୍ୟ ଇନ୍ଧନ ଅପେକ୍ଷା ମହଙ୍ଗା ହୋଇଥାଏ । ଏହା ଛଡା ଏତେ ବଡ ଜାହାଜକୁ ଉଡାଇବା ପାଇଁ ବହୁତ ଇନ୍ଧନ ବି ଖର୍ଚ ହୋଇଥାଏ । କହିବାକୁ ଗଲେ ଏରୋପ୍ଲେନ ଓ ସେଥିରେ ଥିବା ଯାତ୍ରୀ ଓ ଯାତ୍ରୀମାନଙ୍କର ଜିନିଷକୁ ବହୁତ ସମୟ ପର୍ଯ୍ୟନ୍ତ ଆକାଶରେ ଉଡାଇ ରଖିବା ପାଇଁ ବହୁତ ମାତ୍ରାରେ ଇନ୍ଧନ ବି ଦରକାର ହୋଇଥାଏ ।

ଏମିତିରେ ଆପଣ କେବେ ଚିନ୍ତା କରିଛନ୍ତି କି ଏକ ଏରୋପ୍ଲେନ କେତେ ମାଇଲେଜ ଦେଇଥାଏ । ଆଜି ଆମେ ଆପଣମାନଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ । ଏହି ପ୍ରଶ୍ନର ଉତ୍ତର ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହା ଅଟେ ଏରୋପ୍ଲେନର ମାଇଲେଜ

ବୋଇଙ୍ଗ ଏୟାର ଲାଇନ୍ସ ନିଜର ୱେବସାଇଟରେ ନିଜର ଜାହାଜ ଗୁଡିକର ମାଇଲେଜର ସୂଚନା ଦେଇ ରଖିଛନ୍ତି । ତାଙ୍କ ଅନୁସାରେ ଏକ ଏରୋପ୍ଲେନ ଜାହାଜ ଉଡିବାର ପ୍ରତି ସେକଣ୍ଡରେ ଚାରି ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ । ଯଦି ଏକ ଏରୋପ୍ଲେନ ୧୦ ଘଣ୍ଟା ଉଡିବ ତେବେ ଏରୋପ୍ଲେନରେ ୧.୫ ଲକ୍ଷ ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ ।

ଏରୋପ୍ଲେନ ଏକ କିଲୋମିଟର ଉଡିବା ପାଇଁ ପାଖାପାଖି ୧୨ ଲିଟର ଇନ୍ଧନ ଖର୍ଚ ହୋଇଥାଏ । ଏହାର ଅର୍ଥ ଏରୋପ୍ଲେନର ମାଇଲେଜ ୧୨ ଲିଟର ପ୍ରତି କିଲୋମିଟର ହୋଇଥାଏ । ଯାହାକି ବହୁତ ଅଧିକ ଅଟେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button