IBN ଓଡ଼ିଶା ବ୍ୟୁରୋ

ହନୁମାନ କହିଥିଲେ ଲୋକଙ୍କୁ ପ୍ରଭାବିତ କରିବାର କଳା, ଆପଣ ବି ଶିଖି ପାରିବେ! ଜାଣନ୍ତୁ କିପରି ?

ରାମାୟଣ ଜରିଆରେ ଆମକୁ ଏମିତି କିଛି ଶିକ୍ଷା ମିଳିଥାଏ, ଯାହାକୁ ଆପଣାଇବା ଦ୍ଵାରା ଜୀବନରେ ଶାନ୍ତି ମିଳିଥାଏ ଓ ଜୀବନ ଖୁସିରେ କଟି ଥାଏ । ରାମାୟଣର ସବୁଠୁ ବଡ ଚରିତ୍ର ହନୁମାନଙ୍କ ଠାରୁ ବି ଆମକୁ ବହୁତ ଜିନିଷ ଶିଖିବାକୁ ମିଳିଥାଏ । ହନୁମାନଙ୍କର ଲଙ୍କା କାଣ୍ଡ ଠାରୁ ଆମକୁ ଏହା ଶିକ୍ଷା ମିଳିଥାଏ କି କେମିତି ସଠିକ ସମୟର ଲାଭ ଉଠାଇବା ଉଚିତ ।

ଏହିଭଳି ଭାବରେ କରନ୍ତୁ ଲୋକମାନଙ୍କୁ ପ୍ରଭାବିତ

ହନୁମାନଙ୍କୁ ଲଙ୍କାରେ ରାବଣଙ୍କ ସହିତ କଥାବାର୍ତ୍ତା କରିବାର ମଉକା ମିଳିଲା ଓ ଏହାର ସେ ଲାଭ ବି ଉଠାଇଲେ । ରାବଣଙ୍କ ସହ ଦେଖା କରି ହନୁମାନ ପ୍ରଥମେ ତାଙ୍କୁ ରାମଙ୍କ ବିଷୟରେ କହିଲେ ଓ ସୀତା ମାତାଙ୍କୁ ଛାଡିଦେବା ପାଇଁ ଅନୁରୋଧ କଲେ । କିନ୍ତୁ ଅହଙ୍କାରୀ ରାବଣ ହନୁମାନଙ୍କର କଥା ନ ଶୁଣି ହନୁମାନଙ୍କ ଲାଞ୍ଜରେ ନିଆଁ ଲଗାଇ ଦେଲା ।

ଏହା ପରେ ହନୁମାନ ପୁରା ଲଙ୍କାରେ ନିଆଁ ଲଗାଇଦେଲେ । ହନୁମାନଙ୍କର ଏହି ପରାକ୍ରମ ଦୂର ଦୂର ପର୍ଯ୍ୟନ୍ତ ବ୍ୟାପିଗଲା ଓ ସମସ୍ତେ ହନୁମାନଙ୍କର ସାହସ ବିଷୟରେ ଜାଣିଗଲେ । ରାବଣଙ୍କ ସହ ପ୍ରଥମ ଦେଖାରେ ହିଁ ହନୁମାନ ନିଜର ଗଭୀର ଛାପ ତାଙ୍କ ଉପରେ ଛାଡି ଦେଇଥିଲେ । ହନୁମାନଙ୍କ ପ୍ରଭାର ବର୍ଣ୍ଣନା ରାବଣ ଓ କାଲନେମି ନାମକ ରାକ୍ଷସ ମଧ୍ୟରେ ହୋଇଥିବା କଥାବାର୍ତ୍ତରୁ ଜଣା ପଡିଥାଏ ।

ରାମାୟଣ ଅନୁସାରେ ଯେତେବେଳ ଲକ୍ଷ୍ମଣ ଯୁଦ୍ଧ ସମୟରେ ମୂର୍ଛିତ ହୋଇ ଯାଇଥିଲେ, ତେବେ ଏହା ଅପରେ ହନୁମାନ ତାଙ୍କର ଚେତା ଫେରାଇ ଆଣିବା ପାଇଁ ଔଷଧ ଆଣିବା ପାଇଁ ବାହାରି ପଡିଲେ । ରାବଣଙ୍କୁ ଏହି କଥାର ସୂଚନା ମିଳିବା ପରେ ସେ କାଲନେମି ନାମକ ରାକ୍ଷସକୁ ହନୁମାନଙ୍କୁ ଔଷଧ ଆଣିବା ପାଇଁ ଅଟକାନ୍ତୁ ବୋଲି କହିଥିଲେ । କାରଣ ରାବଣ ଚାହୁଁ ନ ଥିଲେ କି ହନୁମାନଙ୍କୁ ସେହି ଔଷଧ ମିଳୁ ।

ରାବଣଙ୍କର କଥା ଶୁଣି କାଲନେମି ନାମକ ରାକ୍ଷସ ଆଶ୍ଚର୍ଯ୍ୟ ହୋଇଗଲା ଓ କାଲନେମି ରାବଣଙ୍କୁ କହିଲା –

‘ଦସମୁଖ କହା ମରମୁ ତେହିଂ ସୁନା । ପୁନି ପୁନି କାଲନେମି ସିରୂ ଧୁନା ।।

ଦେଖତ ତୁମ୍ହହି ନଗରୂ ଜେହିଂ ଜାରା । ତାସୁ ପଂଥ କୋ ରୋକନ ପାରା ।।

ଏହି ଦୋହା ଅନୁସାରେ କାଲନେମି ରାବଣର ଏହି କଥା ଶୁଣିବା ପରେ ନିଜର ମୁଣ୍ଡ ପିଟିବା ଆରମ୍ଭ କରିଦେଲେ ଓ ରାବଣଙ୍କୁ କହିଲେ କି ଯିଏ ତୁମ ସାମ୍ନାରେ ତୁମର ପୁରା ଲଙ୍କାକୁ ନିଆଁ ଲଗାଇଦେଲା ଓ ତୁମେ ତାହାର କିଛି ବି କରି ପାରିଲ ନାହିଁ, ସେହିଭଳି ପରାକ୍ରମକୁ ମୁଁ କିପରି ଅଟକାଇ ପାରିବି ।

ହନୁମାନଙ୍କର ଲଙ୍କା କାଣ୍ଡ ଦ୍ଵାରା ଆମକୁ ଏହି ଶିକ୍ଷା ମିଳେ କି ଯେତେବେଳେ ଜୀବନରେ ନିଜର ପକ୍ଷ ରଖିବାର ମଉକା ମିଳୁଛି, ତେବେ ଆମକୁ ସେହି ମଉକାର ଲାଭ ଉଠାଇବା ଉଚିତ, ଯେଉଁଭଳି ଭାବରେ ହନୁମାନ ରାବଣଙ୍କ ଠାରୁ ନିଜର ମଉକାର ଲାଭ ଉଠାଇଲେ ଓ ନିଜ କଥା ଦ୍ଵାରା ସମସ୍ତ ରାକ୍ଷସଙ୍କୁ ପ୍ରଭାବିତ କରି ଦେଇଥିଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button