ରାଜ୍ୟ

ଏନଆରଇଜିଏରେ କାମ ନକରି ଟଙ୍କା ଚଳୁ, ଆମ୍ବୁଡସମ୍ୟାନଙ୍କ ତରଫରୁ ବିଡିଓଙ୍କୁ ନୋଟିସ – Ibnodisha

[ad_1]

ରାୟଗଡା: ଜିଲ୍ଲାରେ ମହାତ୍ମଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କିପରି ଦୁର୍ନୀତି ଜାରି ରହିଛି ତାହା ପୂର୍ବରୁ ସମ୍ବାଦରେ ଦୁଇଟି ବ୍ଲକ ଯଥା କାଶୀପୁର ଏବଂ ଚନ୍ଦ୍ରପୁର ବ୍ଲକର ଦୁର୍ନୀତିକୁ ପର୍ଦାଫାସ କରାଯାଇଛି। ଏବେ ପୁଣି ବିଷମକଟକ ବ୍ଲକରେ ଏହି ଯୋଜନାରେ କିପରି କାମ ନକରି ଟଂକା ଚଳୁ କରାଯାଇଛି ତାହା ସାମ୍ନାକୁ ଆସିଛି। ବିଷମକଟକ ସଦର ବ୍ଲକର ମା‘ମାରକମା କଲେଜର ଖେଳପଡିଆ ନିର୍ମାଣ ନେଇ ୫ ଲକ୍ଷ ଟଂକା ଏମଜିଏନଆରଜିଏରେ କାମ ଆରମ୍ଭ ହୋଇଥିଲା।

ତେବେ ଏହି କାମ କେବେ ଆରମ୍ଭ ହେଲା ଏବଂ କେବେ ଶେଷ ହେଲା କେହି ଜାଣନ୍ତି ନାହିଁ। କାମ ଆରମ୍ଭ ହେବା ପୂର୍ବରୁ କାମ ନିକଟରେ ଏକ ସୂଚନା ଫଳକ ବା ଟି-ବୋର୍ଟ ରହିବା କଥା। କିନ୍ତୁ ଏଠାରେ କୌଣସି ସୂଚନା ଫଳକ ନାହିଁ। ଏହି କାମର ଵାର୍କ କୋଡ ହେଲା ୨୪୨୯୦୦୧୦୦/ଏଲଡି/୧୦୭୨୫୩୯୨।ଏହି କାମରେ କୌଣସି ଶ୍ରମିକ ନିୟୋଜିତ ହୋଇ ନାହାନ୍ତି। କିନ୍ତୁ ୨୬ଟି ମାଷ୍ଟର ରୋଲରେ ୧୪୮୦ ଦିନ କାମ ହୋଇଥିବା ନେଇ ଦର୍ଶାଯାଇଛି। ଅତି ଚଞ୍ଚକତାର ସହ ୩,୫୦,୭୬୦ ଟଂକା ଶ୍ରମିକ ବାବଦକୁ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି।

ତେବେ ମାଷ୍ଟର ରୋଲରେ ଯେଉଁ ଶ୍ରମିକମାନଙ୍କର ନାମ ରହିଛି ସେହି ଶ୍ରମିକମାନେ ଏହି କାମରେ ନିୟୋଜିତ ହୋଇନାହାନ୍ତି। ଖେଳ ପଡିଆର ନିର୍ମାଣ କାମ ଆଦୌ ହୋଇନଥିବା ବେଳେ ଏହି ଶ୍ରମିକମାନେ କୁଆଡୁ ଆସିଲେ ବୋଲି ପ୍ରଶ୍ନ କରାଯାଇଛି। ଏନେଇ ଆମ୍ବୁଡସମ୍ୟାନଙ୍କୁ ଅଭିଯୋଗ କରାଯିବା ପରେ ଆମ୍ଭୁଡସମ୍ୟାନ ଗତ ୧୧ ତାରିଖରେ ବିଡିଓଙ୍କୁ ନୋଟିସ ଜାରି କରିଛନ୍ତି। ବିଷମକଟକ ବ୍ଲକର ସଦର ପଞ୍ଚାୟତର ଏହା ଗୋଟିଏ ଘଟଣା। ବ୍ଲକରେ ବହୁ ଖେଳ ପଡିଆ ନିର୍ମାଣ ହୋଇଛି ସତ କିନ୍ତୁ ତାହା କାମରେ ଆସୁନଥିବା ଦେଖିବାକୁ ମିଳିଛି। ବ୍ଲକରେ ଯେତେ ଖେଳପଡିଆ ନିର୍ମାଣ ହୋଇଛି, ତାହାର ଅଧାରୁ ଅର୍ଦ୍ଧାଧିକ ଟଂକା ଖର୍ଚ୍ଚ ହୋଇଥିଲେ ମଧ୍ୟ ଖେଳ ପଡିଆ ଗୁଡିକ ଖେଳ ଉପଯୋଗୀ ହୋଇପାରିନାହିଁ। ଏହି ଖେଳ ପଡିଆ ନିର୍ମାଣ ଯୋଜନା ମନରେଗା ଯୋଜନା ଅର୍ଥ ଆତ୍ମସାତର ଏକ ପ୍ରମୁଖ ମାଧ୍ୟମ ହୋଇଛି।

ଏହି ବ୍ଲକର ପାଇକଡାକୁଳୁଗୁଡା ପଞ୍ଚାୟତର ଡାଡିଙ୍ଗପାଇ ଗ୍ରାମରେ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଏକ ଖେଳ ପଡିଆ ନିର୍ମାଣ ପାଇଁ ୫ ଲକ୍ଷ ଟଂକା ବ୍ୟୟ ବରାଦ ହୋଇଥିଲା। ମଞ୍ଜୁର ଆର୍ଥର ୯୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଯାଇଥିଲେ ମଧ୍ୟ ଖେଳ ପଡିଆର ଦେଖା ମିଳୁନାହିଁ। ଏହି କାମର ଟଂକା ଶ୍ରମିକ ମଜୁରୀ ବାବଦକୁ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ଅର୍ଥାତ ୩୪୯ ଜଣ ଶ୍ରମିକ ୨୦୯୦ ଦିନର ଶ୍ରମ ଦିବସରେ ମୋଟ ୪,୫୪,୧୬୮ ଟଂକା ପ୍ରଦାନ କରାଯାଇଥିବା କୁହାଯାଇଛି।କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ ରହିଛି।ଏହି କାମର ମଧ୍ୟ ସୂଚନା ଫଳକ ନାହିଁ। ସଂପୃକ୍ତ ବିଭାଗୀୟ ଅଧିକାରୀ ଅତି ଚଂଚକତାର ସହ ଏଭଳି କାମ କରି ଟଂକା ଉଠାଇ ଚଳୁ କରିଥିବା ନେଇ ଅଭିଯୋଗ କରାଯାଇଛି। ଏହି କାମଗୁଡିକର ବିଧିବଦ୍ଧ ତଦନ୍ତ ହେଲେ ମନରେଗାରେ ଚାଲିଥିବା ଅନ୍ୟକାମଗୁଡିକର ମଧ୍ୟ ସତ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button