IBN ଓଡ଼ିଶା ଏକ୍ସକ୍ଲୁସିଭ୍

୧୬ ଥର ଭାଙ୍ଗିଛି ଘର, କିନ୍ତୁ ଭାଙ୍ଗିବାକୁ ଦେଇ ନାହାଁନ୍ତି ସ୍ଵପ୍ନ, ଫୁଟପାଥରେ ବସି ପଢୁଥିବା ଝିଅ ହେଲା ଜଜ

ଆଜି ଆମେ ଆପଣଙ୍କୁ ଏକ ଏମିତି ଝିଅ ବିଷୟରେ କହିବୁ ଯାହାର କାହାଣୀ ଆପଣଙ୍କୁ ପ୍ରେରଣା ଦେବ । କହିବାକୁ ଗଲେ ଏହି ଝିଅର ଘର ବାରମ୍ବାର ଭାଙ୍ଗିଯାଏ । ଥରେ ନୁହେଁ ୧୬ ଥର ଘର ଭାଙ୍ଗିଛି । ଏହା ସହିତ ମୁଣ୍ଡ ଉପରେ ପିତାର ଛାୟା ବି ନ ଥିଲା । କିନ୍ତୁ ତାହାର ସ୍ଵପ୍ନ କେବେ ବି ଭାଙ୍ଗି ନ ଥିଲା । ଏହାକୁ ହାସଲ କରିବା ପାଇଁ ତା’ ପାଖରେ କେବଳ ନିଜର ଶିକ୍ଷା ହିଁ ଥିଲା ।

ଜୀବନରେ ଏତେ ସମସ୍ୟା ଥିବା ସତ୍ତ୍ୱେ ବି ପାନୀପତର ମୁସ୍ଲିମ ପରିବାରର ଝିଅ ରୁବି ଶେଷରେ ଜଜ ହୋଇଗଲା । ତାହାର କାହାଣୀ ବର୍ତ୍ତମାନ ଦ୍ଵିତୀୟ ବ୍ୟକ୍ତିଙ୍କ ପାଇଁ ପ୍ରେରଣା ହୋଇ ଯାଇଛି । ପଢନ୍ତୁ କେଉଁ କେଉଁ କଷ୍ଟର ସାମ୍ନା କରି ଏହି ଝିଅ ଝାରଖଣ୍ଡର ଜଜ ହେଲା । ଜୀଟୀ ରୋଡ ପାଖରେ ଥିବା ଶସ୍ୟ ମଣ୍ଡି ପାଖରେ କିଛି ଚାଳଘର ଅଛି । ଏହି ଚାଳ ଘର ମଧ୍ୟରୁ ଗୋଟିଏ ଘରେ ରହୁଥିଲା ରୁବିର ପରିବାର ।

ଉପଯୋଗ କରାଯାଇ ସାରିଥିବା କପଡାରୁ ସେ କପଡା ବାଛିଥାନ୍ତି ଜୃନ୍ଥିରୁ ସୂତା କରାଯାଇ ପାରିବ । ୱେସ୍ଟ କାରୋବାରରେ ମୂଳ ଲାଗୁଥିବା ପରିବାର ର ଝିଅ ରୁବି ପଢି ଅଫିସର ହେବାକୁ ଚାହୁଁଥିଲା । ଆପଣଙ୍କୁ କହିଦେଉଛୁ କି ଚାରି ଭଉଣୀରେ ସବୁଠୁ ସାନ ଝିଅ ରୁବି ଇଂଗ୍ଲିଶରେ ଏମଏ କରିଛି । ସଂଘ ଲୋକ ସେବା ଆୟୋଗର ପରୀକ୍ଷା ବି ଦେଇଛି, କିନ୍ତୁ ସେଥିରେ ରୁବି ସଫଳ ହେଲା ନାହିଁ ।

ଏହା ମଧ୍ୟରେ ସରକାର ଚାଳଘର ଭାଙ୍ଗିବା ପାଇଁ ଏକ ଅଭିଯାନ ଆରମ୍ଭ କରିଲେ । ବାରମ୍ବାର ରୁବିର ଘର ବି ଭାଙ୍ଗିଗଲା ଓ ରାସ୍ତା ଉପରକୁ ଆସିବାକୁ ରୁବୀର ପରିବାର ବାଧ୍ୟ ହେଲେ । ଏହି ସବୁ କଷ୍ଟ ସତ୍ଵେ ବି ରୁବି ପଛକୁ ହଟିଲା ନାହିଁ । ଏହା ପରେ ରୁବି ଦିଲ୍ଲୀ ବିଶ୍ଵବିଦ୍ୟାଳୟ ରେ ବର୍ଷ ୨୦୧୬ରେ ଏଲଏଲବି କରିଲା । ବର୍ଷ ୨୦୧୮ରେ ଉତ୍ତର ପ୍ରଦେଶ ଓ ହରିୟାଣା ନ୍ୟାୟିକ ସେବାର ପରୀକ୍ଷାରେ ବି ବସିଲା, କିନ୍ତୁ ସଫଳତା ବର୍ତ୍ତମାନ ଆହୁରି ବି ଦୂରରେ ଥିଲା ।

ଏହା ପରେ ୨୭ ଏପ୍ରିଲ ୨୦୧୯ରେ ତାଙ୍କର ଚାଳଘରେ ନିଆଁ ଲାଗିଗଲା । ଗୋଟିଏ ମାସ ପରେ ମାନେ ୨୭ ମେ ରେ ଝାରଖଣ୍ଡ ନ୍ୟାୟିକ ସେବାର ପରୀକ୍ଷା ଥିଲା । ଏମିତିରେ କେତେ ଥର ଫୁଟପାଥରେ ବସି ରୁବିକୁ ପଢିବାକୁ ବି ପଡିଛି । ପ୍ରାରମ୍ଭିକ ଓ ମୁଖ୍ୟ ପରୀକ୍ଷା ପାସ କରିବା ପରେ ୧୦ ଜାନୁୟାରୀ ୨୦୨୦ର ସାକ୍ଷାତ୍କାର ଦେଇ ଯେତେବେଳେ ରୁବି ଫେରିଲା ତେବେ ମନରେ ସଫଳତାର ଆଶା ଜାଗି ଉଠିଲା । ଶେଷରେ ରୁବି ସିବିଲ ଜଜ (ଜୁନିୟର ଡିଭିଜନ) ପରିଣାମରେ ୫୨ ତମ ସ୍ଥାନ ହାସଲ କରିଲା ।

ମିଡିଆ ସହିତ କଥା ହୋଇ ରୁବି କହିଲା କି ଦୁଇ ବେଳା ପାଇଁ ଖାଦ୍ୟର ପ୍ରବନ୍ଧ କରିବା ଜୀବନର ସବୁଠୁ ବଡ କଷ୍ଟ ଅଟେ । ଅଚାନକ ପିତା ଅଲ୍ଲାଉଦ୍ଦୀନଙ୍କ ମୃତ୍ୟୁ ୨୦୦୪ରେ ହୋଇଯିବା ପରେ ମା ଜାହିଦା ବେଗମ ଆମ ୫ ଜଣ ଭାଇ ଭଉଣୀଙ୍କୁ ବଡ କରିଲେ । ମାଆ ଦରିଦ୍ରତା ମଧ୍ୟରେ ବି ମୋର ସବୁ ସ୍ଵପ୍ନକୁ ପୁରା କରିଛନ୍ତି । ରୁବି କହିଲା କି ଭାଇ ମୋହମ୍ମଦ ରଫୀ ସବୁବେଳେ ମୋର ସାହସ ବଢାଇଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button