IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଦେଶର ୫ଟି ସବୁଠୁ ଭଲ ଚାକିରି, ଯାହାକୁ ପାଇବା ପାଇଁ କରିବାକୁ ପଡିଥାଏ ଏମିତି କଷ୍ଟ

ଆଜି ଆମେ ଦେଶର ଏମିତି ୫ଟି ଚାକିରି ବିଷୟରେ କହିବାକୁ ଯାଉଛୁ, ଯାହାକୁ ସବୁ ଚାକିରି ମଧ୍ୟରେ ସର୍ବଶ୍ରେଷ୍ଠ ବୋଲି କୁହାଯାଏ । ଏହି ଚାକିରିକୁ କରିଥିବା ଲୋକମାନେ ବହୁତ ଭାଗ୍ୟବାନ ଓ ପ୍ରତିଭାବାନ ହୋଇଥାନ୍ତି । ଏହିଭଳି ଚାକିରି ପାଇବା ପାଇଁ ଆପଣଙ୍କୁ କିଛି ବର୍ଷ ପୂର୍ବରୁ ହିଁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡିଥାଏ, ଯାହାକି ବହୁତ ହିଁ କଷ୍ଟକର ହୋଇଥାଏ । ଏହି ଚାକିରି ସାମ୍ନାରେ କମ୍ପାନୀରେ ମିଳୁଥିବା ଲକ୍ଷ ଲକ୍ଷ ଟଙ୍କାର ଚାକିରି ବି କିଛି ନୁହେଁ । ତେବେ ଆସନ୍ତୁ ଜାଣିବା…

୧. ଇଣ୍ଡିଆନ ଆଡମିନିସ୍ଟ୍ରେଟିବ ସର୍ବିସ (IAS)

ଦେଶରେ ଏହି ଚାକିରି ସବୁଠୁ ଉଚ୍ଚ ଚାକିରି ମଧ୍ୟରୁ ଗୋଟିଏ ଅଟେ । ଏହାର ପରୀକ୍ଷାକୁ ପାସ କରିବା ପାଇଁ ଛାତ୍ରମାନଙ୍କୁ ବହୁତ କଠିନ ରାସ୍ତା ଦେଇ ଯିବାକୁ ପଡିଥାଏ । ଏହି ଚାକିରିରେ ବହୁତ ସ୍ୟାଲେରୀ ସହିତ ବହୁତ ସରକାରୀ ସୁବିଧା ବି ମିଳିଥାଏ ।

୨. ଇଣ୍ଡିଆନ ଫରେନ ସର୍ଭିସ (IFS)

ଏହି ଚାକିରି ସେହି ଲୋକମାନଙ୍କ ପାଇଁ ସ୍ଵପ୍ନ ଭଳି ହୋଇଥାଏ, ଯେଉଁମାନେ ଅନ୍ତରାଷ୍ଟ୍ରୀୟ ପ୍ଲାଟଫର୍ମରେ ନିଜ ରାଷ୍ଟ୍ରର ନେତୃତ୍ଵ କରିବାକୁ ଇଚ୍ଛା ରଖିଥାନ୍ତି ଓ ଦେଶ ବାହାରେ ଅଲଗା ଅଲଗା ଜାଗା ବୁଲିବାକୁ ଚାହାନ୍ତି । ଏହି ଚାକିରିରେ ଆପଣଙ୍କୁ ଅଧିକ ସ୍ୟାଲେରୀ ସହିତ ବିଭିନ୍ନ ସରକାରୀ ସୁବିଧା ବି ମିଳିଥାଏ ।

୩. ଇଣ୍ଡିଆନ ଆର୍ମ୍ଡ ଫୋର୍ସ (ଏୟାର ଫୋର୍ସ, ନେବି, ଆର୍ମୀ)

ଦେଶର ସେବା କରିବାର ଇଚ୍ଛା ରଖୁଥିବା ଲୋକମାନେ ଏହି ଚାକିରିକୁ ସର୍ବ ପ୍ରଥମେ ବାଛନ୍ତି । ଏହି ଚାକିରିକୁ ବହୁତ ସମ୍ମାନଜନକ ଚାକିରି ରୂପରେ ବି ଦେଖାଯାଏ । ଏଥିରୁ ରିଟାୟର ହେବା ପରେ ପୁଣି ଥରେ ବିଭିନ୍ନ ପ୍ରକାରର ଚାକିରିରେ ଜଏନ କରି ପାରିବେ ।

୪. ପ୍ରଫେସର/ଟିଚର

ଏହି ଚାକିରିର ଖାସକଥା ଏହା ଅଟେ କି, ଆପଣ ଏହା ଜରିଆରେ ନିଜର ସମାଜର ଲୋକଙ୍କୁ ଶିକ୍ଷିତ କରାନ୍ତି, ଯେଉଁମାନେ ଆସନ୍ତା ସମୟ ପାଇଁ ବହୁତ ମହତ୍ଵପୂର୍ଣ୍ଣ  ଅଟନ୍ତି । ଦୁନିଆରେ ସବୁ ସ୍ଥାନରେ ଶିକ୍ଷା ସହ ଜଡିତ ଲୋକମାନଙ୍କୁ ବହୁତ ସମ୍ମାନ କରାଯାଏ । ଯଦି ଆପଣ ଦେଶରେ IIT ଭଳି ବଡ ବଡ ଇଂସ୍ଟିଚ୍ୟୁଟରେ ଶିକ୍ଷକ ଅଛନ୍ତି ତେବେ ଆପଣଙ୍କୁ ବହୁତ ଭଲ ସ୍ୟାଲେରୀ ମିଳିଥାଏ ।

୫. ଏନଡ଼ିଏ / ସିଡ଼ିଏସ (NDA/CDS)

ଯଦି ଆପଣ ସେନାର କୌଣସି ଭଲ ପୋସ୍ଟରେ ରହି ଏକ ଭଲ ଜୀବନ ଚାହୁଁଛନ୍ତି ତେବେ ଡିଫେନ୍ସ ଜୟେନ କରି ପାରିବେ । ଏହି ଜବ ରେ ବି ଦ୍ଵିତୀୟ ଜବ ଭଳି ଭଲ ସ୍ୟାଲେରୀ ସହ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ବି ମିଳିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button