ମନୋରଞ୍ଜନ

୫୦ ଟଙ୍କା କମାଉଥିବା ଗରିବ ଚାଷୀର ପୁଅ ଆଜି ୩୩୦୦ କୋଟିର ଏହି ପପୁଲାର ବ୍ରାଣ୍ଡର ମାଲିକ, ଜାଣନ୍ତୁ ତାଙ୍କ ସଫଳତାର ରହସ୍ୟ

କୁହାଯାଇଥାଏ କି ଯଦି କୌଣସି କାମ କରିବାକୁ ମନରେ ଇଚ୍ଛା ଥାଏ ଏବଂ ତାକୁ କରିବା ପାଇଁ ନିଜ ଭିତରେ ସାହାସ ଥାଏ ତାହେଲେ ଭଗବାନ ଆପଣଙ୍କର ସାହାଯ୍ୟ ନିଶ୍ଚୟ କରିଥାନ୍ତି । ଏହି କଥାକୁ ସତ କରି ଦେଖାଇଛନ୍ତି ଡା. ବେଲୁମନି ଅରୋକ୍ୟାସ୍ଵାମୀ । ଏହା ଏକ ଏପରି ନାମ ଯିଏ କି ତାଙ୍କ ପିଲା ଦିନେ ଦୁଇବେଳା ଠିକ ଭାବେ ଖାଇବା ପାଇଁ ପାଉନଥିଲେ କିନ୍ତୁ ଆଜି ସେ ଜଣେ ଜଣାଶୁଣା ବୈଜ୍ଞାନିକ ଏବଂ ବଡ ଇଂଡ୍ରଷ୍ଟ୍ରିୟାଲିଷ୍ଟ ଅଟନ୍ତି । ତାଙ୍କର ସମୁଦାୟ ସପତ୍ତି ଆଜି କୋଟି କୋଟି ଅଟେ ।

ସେ ଜଣେ କୁଶଳ ଉଦୋଗ୍ୟପତି ସହିତ ମେଡିକାଲ ଡାଇଗ୍ନୋଷ୍ଟିକ, ଥାଇରଏଡ ପରୀକ୍ଷା, ଆନାଲିଟିକାଲ ବାୟୋକେମିଷ୍ଟ୍ରି, ନ୍ୟୁକ୍ଲିଆର ମେଡ଼ିସିନ । କ୍ଷେତ୍ରରେ ତାଙ୍କର ନାମ ବହୁତ ଗର୍ବରେ ନିଆଯାଇ ଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ସେ ଏପର୍ଯ୍ୟନ୍ତ କେମିତି ପହଞ୍ଚି ପାରିଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କର ପରିଶ୍ରମର କାହାଣୀ ବିଷୟରେ କହିବୁ ।

ଡା. ବେଲୁମନି ଅରୋକ୍ୟାସ୍ଵାମୀ ଙ୍କ ଜନ୍ମ ୧୯୫୯ ମସିହାରେ କୋୟମ୍ବତୁର ତାମିଲନାଡ଼ୁର ଏକ ଗରିବ ପରିବାରରେ ହୋଇଥିଲା । ଘରେ ଚାରୋଟି ପିଲା,ସ୍ତ୍ରୀ ଏବଂ ବାପା ମାଆ ଙ୍କ ସହିତ ବହୁତ କଷ୍ଟରେ ତାଙ୍କର ସମୟ କଟୁଥିଲା । ତାଙ୍କର ବାପା ସବୁ ଜମିବାଡି ବିକିଦେଇ ଥିଲେ ଏବଂ ଏହାର କାର୍ଯ୍ୟଭାର ତାଙ୍କ ମାଆ ଙ୍କ ମୁଣ୍ଡକୁ ଚାଲିଆସିଥିଲା ଏବଂ ତାଙ୍କ ମାଆ ଦୁଇଟି ମଇଁଷି ସାହାରାରେ ୧୦ ବର୍ଷ ପୁରା ପରିବାରର ଭରଣ ପୋଷଣ ସମ୍ଭାଳିଥିଲେ ।

ସପ୍ତାହରେ ମାତ୍ର ୫୦ ଟଙ୍କା ରୋଜଗାର କରି ପରିବାରକୁ ବହୁତ କଷ୍ଟରେ ଚଳାଉଥିଲେ । ସେ ପଢିବା ପାଇଁ ଘର ପରିବାରକୁ ତ୍ୟାଗ କରିଦେଇଥିଲେ ଏବଂ ସେ ୧୯ ବର୍ଷରେ ବିଶ୍ୱବିଦ୍ୟାଳୟରେ ପାଠ ପଢା ସାରିଥିଲେ ଏବଂ ତାପରେ ତାଙ୍କର ଘରର ସମସ୍ୟା ଏବଂ ଚାକିରି ବହୁତ ଚିନ୍ତାର କାରଣ ହୋଇଥିଲା । ତାଙ୍କୁ କୋୟମ୍ବତୁର ର ଏକ କମ୍ପାନୀରେ ଚାକିରି ମିଳିଥିଲା ଏବଂ ସେଠାରେ ତାଙ୍କୁ ୧୫୦ଟଙ୍କା ଦରମା ମିଳୁଥିଲା । ସେ ୧୫୦ ଟଙ୍କାରୁ ତାଙ୍କ ଘରକୁ ୧୦୦ଟଙ୍କା ପଠାଉଥିଲେ କାରଣ ତାଙ୍କର ଘରର ପରିସ୍ଥିତି ବହୁତ ଖରାପ ଥିଲା । କାମ କରିବା ଭିତରେ ସେ ନିଜର ମାଷ୍ଟର ଡିଗ୍ରୀ ପୁରା କରିଥିଲେ ।

୧୪ ବର୍ଷ ଚାକିରି କରିବା ପରେ ୩୭ ବର୍ଷ ବୟସରେ ସେ ଚାକିରି ଛାଡିବା ପାଇଁ ସ୍ଥିର କଲେ ଏବଂ ଥାୟରୟଡ ବାୟୋକେମେଷ୍ଟ୍ରି ରେ ନିଜର ବିଶେଷଜ୍ଞତା କୁ ଆଧାର କରି ସେ ଟେଷ୍ଟିଙ୍ଗ ଲ୍ୟାବ ସ୍ଥାପନ କରିବା ପାଇଁ ଠିକ କଲେ । ଏହା ସହିତ ସେ ପିଲା ମାନଙ୍କୁ ଟିୟୁସନ କରି ୮୦୦ ଟଙ୍କା ରୋଜଗାର କରୁଥିଲେ । ଏହା ସବୁ ୧୫ବର୍ଷ ଚାଲିଲା ଯାହାପରେ ସେ ପିଏଚଡି ଡିଗ୍ରୀ ପୁରା କରିଦେଲେ । ବର୍ତ୍ତମାନ ସେ ଡା. ବେଲୁମନୀ ହୋଇ ଯାଇଛନ୍ତି । ସେ ପିଏଚଡି କରିବା ସମୟରେ ବୁଝିଯାଇ ଥିଲେ କି ଥାୟରୟଡେ ପରୀକ୍ଷା କରି ଲୋକମାନେ ବହୁତ ଟଙ୍କା କମାଇ ପାରୁଛନ୍ତି ତାହେଲେ ମୁଁ କଣ ପାଇଁ କମାଇ ପାରିବିନି ।

ଏହାପରେ ସେ ଚାକିରି ଛାଡିଦେଲେ ଏବଂ ନିଜେ ଜମା କରିଥିବା ପଇସାରେ ମୁମ୍ବାଇ ରେ ଏକ ଥାୟରୟଡେ ଟେଷ୍ଟିଙ୍ଗ ଲ୍ୟାବ ତିଆରି କଲେ ଏବଂ ସମୟ ସହିତ ସେ ଆଗକୁ ବଢି ଚାଲିଲେ । ସେ ୨୦୧୧ ମସିହାରେ ନୂଆଦିଲ୍ଲୀ ର କମ୍ପାନୀ ସିଏକ୍ସ ପାର୍ଟନର୍ସ ଥାୟରୋକେୟର ରେ ୩୦% ଷ୍ଟକ କିଣିନେଲେ । ଯେଉଁଥିରେ କି କମ୍ପାନୀର ପୁରା ଦାମ ୬୦୦ କୋଟି ଟଙ୍କା ଥିଲା ।

ଏହା ପରେ ତାଙ୍କ ସ୍ଥିତି ଆହୁରି ଦୃଢ ହୋଇଗଲା ଏବଂ ଆଜି ତାଙ୍କ କମ୍ପାନୀର ସମୁଦାୟ ଦାମ ଅରବ ରେ ମପା ଯାଇଥାଏ । ତାଙ୍କ ଜୀବନରୁ ବହୁତ କିଛି ଶିଖିବା ପାଇଁ ମିଳିଲା କି ଜଣେ ମଣିଷ କେମିତି ୫୦ ଟଙ୍କାର ଜୀବନ ଆରମ୍ଭ କରିଥିଲା ଏବଂ ଆଜି ଅରବ ଟଙ୍କାର ମାଲିକ ଅଟନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button