ଦେଶ

ରୁଷର ବିଦ୍ୟୁତ କେନ୍ଦ୍ର ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ – Ibnodisha

[ad_1]

ମସ୍କୋ : ୧୯ ମାସ ବିତିଯାଇଥିଲେ ବି ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିଛି । ପୂର୍ବରୁ ୟୁକ୍ରେନର ବିଦ୍ୟୁତ ଶକ୍ତି କେନ୍ଦ୍ର ଉପରେ ବୋମା ଓ କ୍ଷେପଣାସ୍ତ୍ର ମାଡ କରୁଥିଲା ରୁଷ, କିନ୍ତୁ ଏବେ ୟୁକ୍ରେନ ମଧ୍ୟ ସମାନ ଧରଣର ଆକ୍ରମଣ ରୁଷ ଉପରେ କରୁଛି ।

ୟୁକ୍ରେନ୍ ସୀମାରେ ଥିବା ରୁଷିଆର କୁର୍ସ୍କ ଅଞ୍ଚଳର ଅନେକ ଗାଁରେ ସୋମବାର ରାତିରେ ହଠାତ୍ ବିଜୁଳି ସେବା ବିଚ୍ଛିନ୍ନ ହୋଇଯାଇଥିଲା। ଏହାର କାରଣ ଥିଲା ବିଦ୍ୟୁତ ସବଷ୍ଟେସନ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ। କୁର୍ସ୍କ ଗଭର୍ଣ୍ଣର ରୋମାନ ଷ୍ଟାରୋଭୋଇଟ ଗଣମାଧ୍ୟମକୁ କହିଛନ୍ତି, ସକାଳେ ୟୁକ୍ରେନର ଏକ ଡ୍ରୋନ୍ କୋରେନେଭସ୍କିର ସ୍ନାଗୋସ୍ ଗ୍ରାମର ଏକ ବିଦ୍ୟୁତ ସବଷ୍ଟେସନ ଉପରେ ବୋମା ପକାଇଥିଲା, ଯାହା ଫଳରେ  ବିଦ୍ୟୁତ ସରବରାହ ବ୍ୟାହତ ହେବା ସହ ଆଖପାଖ ଅଂଚଳ ଅନ୍ଧାର ହୋଇଯାଇଛି।

ସେହିପରି ସେଣ୍ଟ ପିଟର୍ସବର୍ଗର ପୁଲକୋଭୋ ବିମାନବନ୍ଦର ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ ସାମୟିକ ବିଜୁଳି ବିଚ୍ଛିନ୍ନ ହୋଇଛି। ତେବେ ଏହାର କାରଣ ୟୁ୍କ୍ରେନ ଦ୍ବାରା ବୋମା ମାଡ଼ କିମ୍ବା ଅନ୍ୟ କିଛି, ତାହା ସ୍ପଷ୍ଟ ହୋଇପାରିନାହିଁ ।

ତେବେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ବିଦ୍ୟୁତ୍ କାଟ ହେବାର ଅଧଘଣ୍ଟା ପୂର୍ବରୁ ଆକାଶମାର୍ଗରୁ ହଠାତ୍ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଥିଲା। ଅନେକ ସ୍ଥାନରେ ଆକାଶରେ ବିସ୍ଫୋରଣର ନିଆଁ  ଦେଖିବାକୁ ମିଳିଥିଲା । ଏହି କାରଣରୁ ତାହା ୟୁ୍କ୍ରେନ ଦ୍ବାରା କରାଯାଇଥିବା ଡ୍ରୋନ ଆକ୍ରମଣ ବୋଲି ସଂଦେହ କରାଯାଉଛି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button