IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆମର ପରିବେଶ ଯାହାକି ଭଗବାନଙ୍କ ଦ୍ଵାରା ସୃଷ୍ଟି ହୋଇଛି । ସେଥିରେ ବଣ, ପାହାଡ଼,ଗଛ,ଲତା, ପଶୁ ଓ ପକ୍ଷୀ ଇତ୍ୟାଡ଼ି ରହିଅଛି । ତାହା ମଧରୁ ପଶୁ ଓ ପକ୍ଷୀମନେ ଆମ ଜୀବନର ଭିନ୍ନ ଅଙ୍ଗ ଅଟେ । ଋଷି କିମ୍ବା ତାନ୍ତ୍ରିକମାନେ ମନୁଷ୍ୟର ଭାଗ୍ୟକୁ ପଶୁ ଓ ପକ୍ଷୀମାନଙ୍କ ସହ ଯୋଡିଛନ୍ତି । ପାରା- ସକାଳୁ ଉଠିବା ପରେ ଯଦି ପାରାର ଗୁଟୁରୁ ଗୁଂ ଶବ୍ଦ ଶୁଣୁଛନ୍ତି ତେବେ ପ୍ରେମ ସମ୍ପର୍କ ଭଲ ହୋଇଥାଏ ବୋଲି କହିଛନ୍ତି । ଯଦି ସନ୍ଧ୍ୟା ସମୟରେ ଗୁଟୁରୁ ଗୁଂ ଶୁଣୁଛନ୍ତି ତେବେ ଘରେ ଚୋରି ଓ ଝଗଡା ମଧ୍ୟ ହୋଇପାରେ । କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ପାର ଘରକୁ ଆସିଲେ ଅଶୁଭ ହୋଇଥାଏ ଏଥି ପାଇଁ ଘରେ ପାରର ବସା ରଖିବା ଅପେକ୍ଷା ତାକୁ ବାହାର କରିଦିଅନ୍ତି ।କାହିଁକି ନା ପାରା ର ସମ୍ବନ୍ଧ ରାହୁ ସହ ଥାଏ । ଏହି କାରଣ ପାଇଁ ପାରର ବସା ଘର ରହିବା ଦ୍ୱାରା ନକରାତ୍ମକ ପ୍ରଭାବ ବଢିଥାଏ ଓ ଘର ଲୋକମାନଙ୍କୁ ଅସଫଳତାର ସାମ୍ନା କରିବାକୁ ପଡିଥାଏ । ପେଚା ପେଚା ଲକ୍ଷ୍ମୀଙ୍କ ବାହାନ ହୋଇଥାଏ କିନ୍ତୁ ଏହା ଘରକୁ ଆସିଲେ ଅଶୁଭ ହୋଇଥାଏ କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ପେଚା ଦିବାଲି ଦିନ ଘରକୁ ଆସିଲେ ଶୁଭ  ହୋଇଥାଏ । ଅନ୍ୟ ଦିନରେ ପେଚା ଘରକୁ ଅଯ଼ିଲେ ଅଶୁଭ ହୋଇଥାଏ । ଘରର ଉନ୍ନତିରେ ପ୍ରଭାବ ପଡ଼ିଥାଏ । ଯଦି ସନ୍ଧ୍ୟା ସମୟରେ ପେଚା ଘର ପାଖରେ ଚୋବାଇ ତେବେ ଏହା ମୃତ୍ୟୁ ର ସୂଚନା ଦେଇଥାଏ । ଶାଗୁଣା ଶାଗୁଣା ମର ଶରୀର କୁ ଖାଇ ଥାଏ ଏଥି ପାଇଁ ତାକୁ ଅଶୁଭ ମାନନ୍ତି । ଯେଉଁ ଘରକୁ ଏମାନେ ଆସନ୍ତି ସେଠାରେ ବିକାଶ ହୋଇନଥାଏ ଓ ଘର ପରିବାରରେ ଝଗଡା ହୋଇଥାଏ । ଏଥିପାଇଁ ଯଦି ଶାଗୁଣା ଘରକୁ ଆସେ ତେବେ ତାକୁ ଘଉଡ଼ାଇ ଦେଇ ଘରେ ଶାନ୍ତି ପୂଜା କରିବା ଉଚିତ । କାଉ କାଉ ଏମିତି ଏକ ପକ୍ଷୀ ଯାହା କୁ କି ଆଗକୁ ଆସୁଥିବା କୌଣସି ବିପଦର ସୂଚନା ଆଗୁଆ ମିଳିଥାଏ । କାଉ ଯଦି କୋଉ ଆସି ବ୍ୟକ୍ତିର ମୁଣ୍ଡ ଉପରେ ବସିପଡ଼େ ତେବେ ସେହି ବ୍ୟକ୍ତିର ମାଁ ସମ୍ମାନ ହାନି ଓ ଧନ ର ଅଭାବ ହୋଇଥାଏ । ଯଦି କିଛି କାଉ ଘର ପାଖରେ ଆସି ରାବନ୍ତି ତେବେ ସେହି ଘରର ମାଲିକଙ୍କର କୌଣସି ବଡ ବିପଦ ଆସିପାରେ । ବାଦୁଡି ବାଦୁଡି ରାତିରେ ଦେଖିପାରେ ନାହିଁ ସେ ବହୁତ ପ୍ରେତ ଭଳି ଓଲଟା ଓହୁଲୁଥାଏ ଏଥିପାଇଁ ଶାସ୍ତ୍ର ଅନୁସାରେ ଘରକୁ ବାଦୁଡି ଆସିବା ଅଶୁଭ ହୋଇଥାଏ ଅର୍ଥାତ ମୃତ୍ୟୁ କଷ୍ଟ ଦେଇଥାଏ । କିନ୍ତୁ ଚୀନ ରେ ଏହାକୁ ଶୁଭ ଓ ଧନ ଦାୟକ ମାନନ୍ତି । ବୁଲବୁଲ ବୁଲବୁଲ ପକ୍ଷୀ ଘର ପାଖରେ ବସା କଲେ ଶୁଭ ହୋଇଥାଏ କିନ୍ତୁ ଘର ଭିତରେ କିମ୍ବା କୌଣସି ରୋଗୀ ଖଟ ପାଖରେ ବୁଲିବା ଅଶୁଭ ହୋଇଥାଏ ।

ପ୍ରକୃତି ପ୍ରେମରେ ପଡ଼ି ଘର ଛାଡିଛନ୍ତି ଏବଂ ପାହାଡ଼ ଭିତରେ ଥିବା ଗୁମ୍ଫାରେ ୧୮ ବର୍ଷ ଧରି ଜୀବନ ବିତାଉଛନ୍ତି କୈଳାସ ଯୋଗୀ । ଭିକ୍ଷାବୃତି କରି ପେଟ ପୋଷୁଥିବା ଏହି ବାବା ଯୁବ ଅବସ୍ଥାରୁ ଘର ତ୍ୟାଗ କରିଥିଲେ । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କୋକୁଳନ ପଞ୍ଚାୟତ ରେ ଥିବା ଏକ ପାହାଡ଼ ଉପରେ ରହୁଛନ୍ତି ଏହି ପ୍ରକୃତି ପ୍ରେମୀ ବାବା । ଭୂମିଠାରୁ ୬୦୦ ଫୁଟ ଉପରେ ଥିବା ପାହାଡ଼ ଉପରେ ଥିବା ଏହି ଗୁମ୍ଫାରେ ଯୁବ ଅବସ୍ଥାରୁ ରହିଆସିଛନ୍ତି ଏହି ବାବା ।

ଲକ୍ଷ୍ମୀନ୍ଦର ରେ ଥିବା ୭ ଟି ଗୁମ୍ଫାରୁ ଗୋଟେ ଗୁମ୍ଫାକୁ ସଫା କରି ରହୁଛନ୍ତି ବାବା । ପ୍ରତିଦିନ ପାଇଁ ଏବଂ ଭିକ୍ଷା ଗ୍ରହଣ କରିବାପାଇଁ ବାବା ୬୦୦ ଫୁଟ ତଳକୁ ଆସିଥାନ୍ତି । ଗୁମ୍ଫା ଭିତରେ ରହି ଈଶ୍ୱର ଙ୍କୁ ଧ୍ୟାନ କରିବା ସହିତ ପ୍ରକୃତି ସ୍ତୃଷ୍ଟି କରୁଛନ୍ତି ବାବା କୈଳାସ ।

୧୮ ବର୍ଷର ସୈନ୍ୟସ ଜୀବନରେ ୩୦୦୦ ରୁ ଅଧିକ ଅଲଗା ଅଲଗା କିସମର ଗଛ ଲଗାଇସାରିଲେଣି ବାବା । ଆମ୍ବ, ପଣସ, ସଫେଦା, ଲେମୁ ଭଳି ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି ବାବା । ଈଶ୍ୱର ଆରାଧନା ଭିତରେ ବାବା ଙ୍କ ଏହି ପ୍ରକୃତି ପ୍ରେମ ସମସ୍ତଙ୍କୁ ଆକର୍ଷିତ କରିଛି । କୈଳାସ ବାବା ଙ୍କୁ ୨୮ ବର୍ଷ ପୂର୍ବରୁ ସ୍ୱପ୍ନାଦିଶ ହୋଇଥିଲା ଏବଂ ସେ ଘର ତ୍ୟାଗ କରି ଏହି ପାହାଡକୁ ଆସି ରହିବାକୁ ଲାଗିଥିଲେ ।

ଠାକୁର ଙ୍କ ନିର୍ଦ୍ଦେଶ ଦ୍ଵାରା ବାନ ଗୁମ୍ଫା ଗୁଡ଼ିକୁ ସଯାଡୁଛନ୍ତି ଏବଂ ସେହି ଜାଗାକୁ ପୂର୍ବାଠାରୁ ବହୁତ ସୁନ୍ଦର କରିଛନ୍ତି । ବାବା ନିଜେ ଗଇନ୍ତି ମାରି ମାଟି ଖୋଲି ରାସ୍ତା ତିଆରି କରିଥିଲେ । ବାତ୍ୟା, ବର୍ଷା, ଖରା, ଶୀତ ସବୁ ସମୟରେ ବାବା ଏହି ଗୁମ୍ଫାରେ ଏକୁଟିଆ ରହିଛନ୍ତି । ୨୬ ବର୍ଷ ବୟସରୁ ବାବା ଘର ତ୍ୟାଗ କରିଥିଲେ ଏବଂ ସନ୍ନ୍ୟାସୀ ଗ୍ରହଣ କରିଥିଲେ ।

ବାବା ଏହି ଗୁମ୍ଫାରେ ଏନେକ ଦେବା ଦେବୀଙ୍କୁ ପୂଜା ଅର୍ଚ୍ଚନା କରୁଛନ୍ତି । ଅନେକ ଲୋକ ଏହି ଗୁମ୍ଫାକୁ ପୂଜା କରିବାକୁ ମଧ୍ୟ ଆସୁଛନ୍ତି । ଏବଂ ବାବା ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏହିଠାରେ ରହି ଈଶ୍ବରଙ୍କ ସେବା କରିବେ ବୋଲି କହିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button