ମନୋରଞ୍ଜନ

ସ୍ୱପ୍ନର ଦୁନିଆ ମଧ୍ୟ ଖୁବ୍ ଅଦ୍ଭୁତ ଅଟେ । ଏଠାରୁ ଆମକୁ ଅଲଗା ଅଲଗା ବିଷୟ ଓ ଅଲଗା ସଙ୍କେତ ଗୁଡ଼ିକର ନିର୍ଦ୍ଦେଶ ମିଳିଥାଏ । ଅନେକ ସମୟରେ ଆମ ଜୀବନରେ କଣ ହାନି ବା କଣ ଲାଭ ହେବାକୁ ଯାଉଛି ସେହି ସମସ୍ତ ବିଷୟ ସ୍ବପ୍ନ ଦ୍ଵାରା ହିଁ ଆମକୁ ଜଣାଇ ଦିଆ ଯାଇଥାଏ । କିନ୍ତୁ ଏହି ବିଷୟରେ ଜ୍ଞାନର ଅଭାବ ଯୋଗୁଁ ତାହା ଆମେ ଜାଣି ପାରି ନ ଥାଉ । ଆମେ ସ୍ୱପ୍ନରେ ଦେଖୁଥିବା ବିଷୟ ଗୁଡ଼ିକ ଆମ ଜୀବନ ସହ କେତେ ଯୋଡ଼ି ହୋଇଥାଏ ଆଜି ଆମେ ସେହି ବିଷୟରେ ଜାଣିବା । ଯଦି ଆପଣଙ୍କ ସ୍ୱପ୍ନରେ ଭଗବାନ୍ ସ୍ପଷ୍ଟ ରୂପରେ ଦେଖା ଦିଅନ୍ତି ଅବା ନିଜକୁ ମନ୍ଦିର ଯାଉଥିବାର କିମ୍ବା ସ୍ୱପ୍ନରେ ମନ୍ଦିର ଦର୍ଶନ କରୁଥିବାର ଦେଖୁଛନ୍ତି ତେବେ ଏହା ଆମର ଜ୍ୟୋତିଷ ଶାସ୍ତ୍ର ଓ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଅତ୍ୟନ୍ତ ଶୁଭ ଅଟେ । ଏହା ଆପଣଙ୍କ ଜୀବନରୁ ଦୁଃଖ ସମସ୍ୟା ଦୂର ହେବାର ସଙ୍କେତ ଅଟେ । ଏହିପରି ସ୍ବପ୍ନ ଦେଖି ସକାଳୁ ଉଠିଲେ ଆପଣଙ୍କୁ ନିଶ୍ଚୟ ମନ୍ଦିର ଯିବା ଉଚିତ୍ ଓ ଭଗବାନ୍ ଙ୍କ ନିକଟରେ ନିଜ ସମସ୍ତ ମନୋସ୍କାମନା ଜଣାଇବା ଉଚିତ୍ । କାରଣ ଏହା ଭଗବାନ୍ ଙ୍କ ଆପଣଙ୍କୁ ତାଙ୍କ ପାଖକୁ ଡାକିବାର ସଙ୍କେତ ଅଟେ । ଭଗବାନଙ୍କର ଶରଣାଗତ ହୋଇ ନିଜ ମନକୁ ସମ୍ପୂର୍ଣ୍ଣ ରୂପେ ତାଙ୍କ ନିକଟରେ ସମର୍ପଣ କରନ୍ତୁ । ମନ୍ଦିରରେ ସ୍ପଷ୍ଟ ରୂପରେ ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥାଏ ଓ ତାଙ୍କ ଆଭା ମଧ୍ୟ ମନ୍ଦିର କ୍ଷେତ୍ରରେ ଚାରିଆଡ଼େ ଆବୋରି ହୋଇ ରହିଥାଏ । ସେଥିପାଇଁ ସେହି ଉର୍ଜା ପ୍ରାପ୍ତ ହେବା ମାତ୍ରେ ଆମର ସମସ୍ତ କାମ ସହଜ ଓ ଶୀଘ୍ର ହୋଇଥାଏ । ଆପଣଙ୍କୁ ସ୍ୱପ୍ନରେ ଭଗବାନଙ୍କ ସ୍ପଷ୍ଟ ଦର୍ଶନ ମିଳିଲେ ସେହିଦିନ ଆପଣଙ୍କୁ ଭଗବାନଙ୍କ ଦର୍ଶନ କରିବା ନିହାତି ଆବଶ୍ୟକ ଅଟେ । ମନ୍ଦିର ଯାଇ ଭଗବାନଙ୍କ ସମ୍ମୁଖରେ ବସି ତାଙ୍କ ସମ୍ବନ୍ଧିତ ମନ୍ତ୍ର ବା ଜପ ଉଚ୍ଚାରଣ କରନ୍ତୁ । ଭକ୍ତିର ସହକାରେ ତାଙ୍କୁ ଧ୍ୟାନ କରନ୍ତୁ ଓ ତାଙ୍କର ପୂଜାର୍ଚ୍ଚନା କରନ୍ତୁ । ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ଧ୍ୟାନ ଲଗାଇ ବସି ତାଙ୍କର ଦର୍ଶନ ମଧ୍ୟ କରି ଚାଲନ୍ତୁ । ସବୁବେଳେ ମନ୍ଦିର ଯାଆନ୍ତୁ ଓ ଯେତେ କରି ପାରିବେ ସେତେ ଅଧିକ ଭଗବାନଙ୍କ ଭକ୍ତି କରନ୍ତୁ । ଆପଣଙ୍କ ସମସ୍ତ ଦୁଃଖ, ମନର ବ୍ୟଥା ଓ ସମସ୍ୟା ଭଗବାନଙ୍କୁ ଜଣାନ୍ତୁ । ତଦ୍ୱାରା ସେ ତାହା ଶୀଘ୍ର ଦୂର କରିବେ ଓ ଆପଣଙ୍କ ଜୀବନ କେବଳ ସୁଖ ଶାନ୍ତିରେ ପୂର୍ଣ୍ଣ ହୋଇ ଯିବ । କାରଣ ଏହି ସ୍ୱପ୍ନରେ ଭଗବାନ ମଧ୍ୟ ଏହା ଚାହାନ୍ତି କି ଆପଣ ତାଙ୍କ ସହ ଯୋଡ଼ି ହୋଇ ରୁହନ୍ତୁ ବୋଲି । ଯାହାଦ୍ଵାରା ଆପଣଙ୍କ ସମସ୍ତ ଦୁଃଖ ବ୍ୟଥା ସେ ଶୀଘ୍ର ଦୂର କରିବାକୁ ପାରିବେ ଓ କେବେ ମଧ୍ୟ ଆପଣଙ୍କ ନିକଟରେ ସେହି ଦୁଃଖ ସମସ୍ୟା ଗୁଡ଼ିକୁ ଆସିବାକୁ ମଧ୍ୟ ଦେବେ ନାହିଁ ।

ଯେଉଁ ପ୍ରକାରରେ ଏହି ଦୁନିଆରେ ପ୍ରତେକ ବ୍ୟକ୍ତିଙ୍କ ଗୁଣ ଏବଂ ବ୍ୟବହାର ଅଲଗା ଅଲଗା ହୋଇଥାଏ ଠିକ ସେହି ପ୍ରକାରରେ ପ୍ରତୀକ ବ୍ୟକ୍ତିଙ୍କ ପସନ୍ଦ ମଧ୍ୟ ଅଲଗା ଅଲଗା ହୋଇଥାଏ । କୌଣସି ବ୍ୟକ୍ତିକୁ ଶାନ୍ତି ପସନ୍ଦ ହୋଇଥାଏ ତ କୌଣସି ବ୍ୟକ୍ତିକୁ ଗହଳି ପସନ୍ଦ ହୋଇଥାଏ । ସେହି ପ୍ରକାରରେ ରଙ୍ଗ ବିଷୟରେ ସମସ୍ତଙ୍କର ପସନ୍ଦ ଅଲଗା ଅଲଗା ହୋଇଥାଏ ।

ଯେପରିକି କାହାକୁ ନାଲି ରଙ୍ଗର ଗୋଲାପ ପସନ୍ଦ ହୋଇଥାଏ ତ କାହାକୁ ଧଳା ରଙ୍ଗର ଗୋଲାପ ଭଲ ଲାଗିଥାଏ । ଏହା ସତ ଯେ ରଙ୍ଗର ଅଭାବରୁ ବ୍ୟକ୍ତିର ଜୀବନ ଫିକା ହୋଇଥାଏ । ଆପଣ ଜାଣିକି ଆଶ୍ଚର୍ୟ୍ଯ ହୋଇଯିବେ ଯେ ଆପଣ ଏହି ରଙ୍ଗ ଦ୍ୱାର ବହୁତ କିଛି ଜାଣି ପାରିବେ ଆଜି ଆମେ ଆପଣଙ୍କୁ ତିନୋଟି ରଙ୍ଗର ଫୁଲ ଦେଖାଇବୁ ।

 

ଏବଂ ଆପଣଙ୍କୁ ତାଙ୍କ ମଧ୍ୟରୁ କୌଣସି ଗୋଟିଏ ପ୍ରକାରର ଫୁଲ ବାଛିବାକୁ ଅଛି । ତ ରଙ୍ଗର ଆଧାରରେ ଏହି କଥାର ଉତ୍ତର ମିଳିଯିବ କି ଆପଣ ବାସ୍ତବରେ କିପରି ବ୍ୟକ୍ତି ଅଟନ୍ତି । ତେବେ ଚାଲନ୍ତୁ ଜାଣିବା । ତଳେ ଦିଆ ଯାଇଥିବା ଫୁଲ ଗୁଡ଼ିକ ମଧ୍ୟରୁ ଗୋଟିଏ ଫୁଲ ବାଛନ୍ତୁ ।

୧:- ନୀଳ ରଙ୍ଗର ଫୁଲ:- ଯେପରି ଆପଣ ଜାଣିଥିବେ କି ଏହି ରଙ୍ଗଟି ଅଧିକ ସୁନ୍ଦର ଦେଖାଯାଉଛି । ଯଦି ଆପଣ ଏହି ରଙ୍ଗକୁ ବାଛିଛନ୍ତି ତେବେ ଆପଣ ଏକ ଆଶାବାଦୀ ଏବଂ ସର୍ବଦା ଖୁସିରେ ରହିବା ଭଳି ବ୍ୟକ୍ତି ଅଟନ୍ତି । ଆପଣ ଏକ ସ୍ଵାଭିମାନୀ ବ୍ୟକ୍ତି ଅଟନ୍ତି । କିନ୍ତୁ ଆପଣ କିଛି ସମୟରେ ସ୍ୱାର୍ଥି ମଧ୍ୟ ହୋଇପାରନ୍ତି ।

କାହାର ସାହାଯ୍ୟ ନେବ ଆପଣଙ୍କୁ ପସନ୍ଦ ହୋଇନଥାଏ । ଆପଣ ଆପଣଙ୍କ ପାଟନର ଙ୍କ ପ୍ରତି ସର୍ବଦା ବିଶ୍ବାସୀ ରହିଥାନ୍ତି । ଆପଣ ସଚ୍ଚୋଟ ଏବଂ ଅଳ୍ପ ଜିଦ୍ଦି ସ୍ୱଭାବର ହୋଇପାରନ୍ତି । ଆପଣ ଅନ୍ୟର କଥାରେ ମୁଣ୍ଡ ଖେଲାଇବାକୁ ପସନ୍ଦ କରନ୍ତି ନାହିଁ । ଆପଣ ନିଜ ପାଖରେ ଥିବା ଧନକୁ କେବେବି ଅଯଥା ଖର୍ଚ୍ଚ କରନ୍ତି ନାହିଁ । ଆପଣ ହୃଦୟରୁ ଖୁବ ଭଲ ହୋଇଥାନ୍ତି ।

୨:- ନାଲି ରଙ୍ଗର ଫୁଲ:- ନାଲି ରଙ୍ଗ ଭଲ ପାଇବାର ପ୍ରତୀକ ବୋଲି କୁହାଯାଇଥାଏ । ଆପଣ କାହା ସାଥିରେବି ଅତି ସହଜରେ ମିଶିଯାନ୍ତି । କିନ୍ତୁ ଆପଣ ଅଳ୍ପ କ୍ରୋଧୀ ପ୍ରକୃତିର ମଧ୍ୟ ହୋଇପାରନ୍ତି । ଆପଣ ଆପଣଙ୍କ ଜୀବନସାଥି ଠାରୁ ବହୁତ ଆଶା ରଖିଥାନ୍ତି । ମିଛ ଆପଣଙ୍କୁ ପସନ୍ଦ ହୋଇନଥାଏ । ଆପଣଙ୍କ ହୃଦୟ କୋମଳ ସ୍ୱଭାବର ହୋଇଥାଏ । ଆପଣ ବହୁତ ଭାବୁକ ହୋଇଥାନ୍ତି । ଆପଣ ବହୁତ ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତି । ଆପଣଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ । ଏମାନେ ସର୍ବଦା ଭଲ ଖାଇବା ଏବଂ ପିନ୍ଧିବାକୁ ଇଚ୍ଛା କରିଥାନ୍ତି ।

୩:- ହଳଦିଆ ରଙ୍ଗର ଫୁଲ:- ଯଦି ଆପଣ ହଳଦିଆ ରଙ୍ଗର ଫୁଲକୁ ବାଛିଛନ୍ତି ତେବେ ହଳଦିଆ ରଙ୍ଗର ଫୁଲକୁ ଫ୍ରେଣ୍ଡଶିପ ର ପ୍ରତୀକ ଭାବେ ବିଚାର କରାଯାଇଥାଏ । ଯଦି ଆପଣ ଏହି ରଙ୍ଗର ଫୁଲକୁ ବାଛିଛନ୍ତି ତେବେ ଆପଣ ବହୁତ ହସ ଖୁସ ମିଜାଜ ର ବ୍ୟକ୍ତି ଅଟନ୍ତି । ଆପଣ ନିଜେ ଖୁସିରେ ରହିବ ସହିତ ଅନ୍ୟକୁ ମଧ୍ୟ ଖୁସିରେ ରଖୁଛନ୍ତି ।

ଆପଣ ଅନ୍ୟ ମାନଙ୍କୁ ସାହାଯ୍ୟ କରିବାକୁ ଇଛା ରଖିଥାନ୍ତି । ଆପଣ କାହାକୁ ସାହାଯ୍ୟ କରିବାରେ ଦେଖନ୍ତି ନାହିଁ କି ସେ ଆପଣଙ୍କ ଶତ୍ରୁ କି ମିତ୍ର । ଏପରି ବ୍ୟକ୍ତି କେବେ କାହାର ଖରାପ ଚିନ୍ତା କରନ୍ତି ନାହିଁ । ଏମାନେ ନିଜ ଜୀବନରେ ବହୁତ ସଫଳତା ହାସଲ କରିଥାନ୍ତି । ଏହି ବ୍ୟକ୍ତି ଧାର୍ମିକ ପ୍ରକୃତିର ହୋଇଥାନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button