IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶରୀରରେ ସୁଗାର ଲେବଲ ବଢିଲେ ଶରୀର ଦେଇଥାଏ ଏହି 7 ଟି ସଂକେତ, ନିଶ୍ଚୟ ଜାଣି ରଖନ୍ତୁ, ନହେଲେ ହେଇପାରେ ବହୁତ ବଡ ସମସ୍ୟା- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଶରୀରରେ ବିଭିନ୍ନ ପ୍ରକାର ଛୋଟ ବଡ ରୋଗ ଦେଖିବାକୁ ମିଳିଥାଏ ।କିଛି ରୋଗ ଦେହ ପାଇଁ ବହୁତ କ୍ଷତିକାରକ ହୋଇଥାଏ ।ସେହିପରି ମଧୁମୟ ରୋଗ ମଧ୍ୟ ଦେହ ପାଇଁ ବହୁତ ଖରାପ ହୋଇଥାଏ ।ଶରୀର ରେ ମଧୁମେହ ବଢ଼ିବା ଏବଂ କମିବା ଦ୍ବାରା ବହୁତ ପ୍ରକାର ଆସୁବିଧାମାନ ସବୁ ଦେଖାଯାଇଥାଏ । ମଧୁମେହ ବଢିବା ଦ୍ବାରା ଆହୁରି ଅନେକ ଜିନିଷ ଖରାପ ହୋଇଥାଏ । ସେଥିପାଇଁ ମଧୁମେହ ର ନିୟନ୍ତ୍ରଣ ରେ ରହିବା ନିହାତି ଜରୁରୀ ।

ମଧୁମେହ ମୂଖ୍ୟତଃ ଅଧିକ କାମ ଏବଂ ଚିନ୍ତା ଯୋଗୁଁ ହୋଇଥାଏ । ଆମେ ଘରେ ଖାଉଥିବା ଭୋଜନ ଏବଂ ଅନେକ ଜିନିଷ ରେ ଚିନି ର ମାତ୍ରା ଖୁବ ଅଧିକ ଥାଏ । ଯାହା ଶରୀର ପାଇଁ ଠିକ ହୋଇନଥାଏ । କିଛି ଲୋକମାନଙ୍କୁ ମଧୁମେହ ର ଲକ୍ଷଣ ଏବଂ ସଂକେତ ସବୁ ଜଣାପଡିନଥାଏ । ଯାହାଦ୍ୱାରା କି ସେମାନେ ଆଗରୁ ସତର୍କ ହୋଇପାରନ୍ତି ନାହିଁ । କିନ୍ତୁ କିଛି ସଂକେତ ରୁ ଜାଣିପାରିବା କି ଆପଣ ବହୁତ ମଧୁ ଗ୍ରହଣ କରୁଛନ୍ତି ।

ବନ୍ଧୁଗଣ , ଶରୀର ରେ ମଧୁମେହ ର ପରିମାଣ ୧୭ ରୁ ୧୧୦ ରହିବା ଦରକାର ୧୨୫ ଯାଏ ହେଲେ ମଧ୍ୟ ଚଳିବ । ହେଲେ ତା ଠାରୁ ଅଧିକ ହେଲେ ତାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଏହିଥିରୁ ଆପଣ ଜାଣି ଆପଣଙ୍କର ମଧୁମେହ ନିୟନ୍ତ୍ରଣ କରିପାରିବେ । ତେବେ ତାର ଲକ୍ଷଣ ଗୁଡିକ ହେଲା ।

୧ . ବୟସ ନ ହେବା ପୂର୍ବରୁ ଚେହେରା ରେ କୁଂଚକୁଞ୍ଚିଆ ଦେଖାଯିବା । ଚେହେରା ରେ ଅନେକ ପ୍ରକାର ର ଦାଗ ଦେଖାଯିବା ନାଲି ପଡିଯିବା ଇତ୍ୟାଦି ।

୨ . ଶକ୍ତିହୀନତା ଦେଖାଯିବା କୌଣସି ବି କାମ କଲେ କିମ୍ବା କିଛି ଅଳ୍ପ ବାଟ ଚାଲିଗଲେ ହାଲିଆ ହୋଇଯିବା । ଶକ୍ତିହୀନ ହେଇଯିବା । କିଛି ବି କାମ କଲେ ହାଲିଆ ଲାଗିବା ।

୩ . ମଧୁମେହ ବଢିବା ଯୋଗୁଁ କିଛି ବି ଖାଇଲେ ପେଟ ରେ ଖୁବ କଷ୍ଟ ଅନୁଭବ ହୋଇଥାଏ । ଖାଇସାରିଲା ପରେ ପେଟ କାଟିଥାଏ ।

୪ . ବାରବାର ରୋଗ ରେ ପଡିବା । ରକ୍ତ ରେ ମଧୁମେହ ବହୁତ ହୋଇଗଲେ ଲୋକଙ୍କୁ ରୋଗ ହୋଇଥାଏ । ମଧୁମେହ ଯୋଗୁଁ ଖଣ୍ଡିଆ ମଧ୍ୟ ଜଲଦି ଭଲ ହୋଇପାରେ ନାହିଁ ।

୫ . ମୋଟାପଣ । ମଧୁମେହ ହେବା ଫଳ ରେ ଲୋକ
ମୋଟା ହୋଇଯାଇଥାନ୍ତି । ଶରୀର ର ଚର୍ବି ଏବଂ ଅଣ୍ଟା ପାଖରେ ଚର୍ବି ବଢିବାକୁ ଲାଗିଥାଏ । ଯାହା ଦ୍ବାରା ଶରୀର ରେ ମୋଟପଣ ଦେଖାଯାଇଥାଏ ।

୬ . ହଜମ ଶକ୍ତି କମିଯିବା । ଏହା ଶରୀର ରୁ ବ୍ୟାକ୍ଟେରିଆ କୁ ବାହାର କରିଥାଏ । କିନ୍ତୁ ମଧୁମେହ ଅତ୍ୟଧିକ ହେବା ଫଳରେ ଆମର ହଜମ ଶକ୍ତି କମିଯାଇଥାଏ । ଏହି କାରଣ ରୁ ଆପଣଙ୍କୁ କବଜ ଏବଂ ଛୋଟ ଛୋଟ ପେଟ ସମସ୍ୟା ସବୁ ଦେଖାଯାଇଥାଏ ।

୭ . ଅନିଦ୍ରା , ଭୋଜନ ରେ ଅତ୍ୟଧିକ ମଧୁ ଯୋଗୁଁ ରାତ୍ରି ରେ ନିଦ ଠିକ ସେ ହୁଏ ନାହିଁ । ଏହାଛଡା ଭୋଜନରେ ଅତ୍ୟଧିକ ମଧୁ ନିଦ୍ରାରେ ପ୍ରତିବନ୍ଧକ ହୋଇଥାଏ ।

ତେବେ ଏହା ଥିଲା କିଛି ସଂକେତ । ଯାହାଦ୍ୱାରା କି ଆପଣଙ୍କର ମଧୁମେହ ବଢିଲେ ଆପଣ ତାକୁ ଜାଣିପାରିବେ ଏବଂ ତୁରନ୍ତ ହିଁ ତାକୁ ରୋକିବା ପାଇଁ ଆଗରୁ ସତର୍କତା ଲାଭ କରିବେ । ଏହିସବୁ ହେଉଛି ମଧୁମେହ ବଢିବାର ଲକ୍ଷଣ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button