IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭଲ ସମୟ ଆସିବା ପୂର୍ବରୁ ଜାଣିବେ କିପରି ? ପଢନ୍ତୁ ଆଜିର 20 + ଅନୁଚିନ୍ତା

ପ୍ରତ୍ୟେକ ମନୁଷ୍ୟ ଜୀବନ ରେ ଭଲ ଓ ଖରାପ ସମୟ ଦେଇ ଗତି କରିଥାନ୍ତି । ଏହି ସମୟରେ ସେ କିଛି ଭଲ ଅନୁଭୂତି ପାଇଥାଏ ଓ କିଛି ଖରାପ । ଭଲ ସମୟରେ ସେ ବହୁତ ଖୁସି ହୋଇଥାଏ ଓ ଯାହା ଇଚ୍ଛା କରିଥାଏ ତାକୁ ଅତି ସହଜରେ ହାସଲ କରିଥାଏ । କିନ୍ତୁ ଖରାପ ସମୟ ଆସିଲେ ସେ ବହୁତ ଦୁଖରେ ଭାଙ୍ଗିଯାଇଥାଏ । ତାକୁ ଇଛା ହୁଏ କି ଏହି ଜୀବନକୁ ଛାଡି ଚାଲିଯିବା ପାଇଁ । କିନ୍ତୁ ମନୁଷ୍ୟର ଯେତେ ବେଳେ ଭଲ ସମୟ ଆସିଥାଏ ତାକୁ ଆପେ ଆପେ ଜଣା ପଡିଥାଏ । ଏହି ଭଲ ସମୟର କିଛି ସଂକେତ ତାକୁ ପ୍ରକୃତିରୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ ।

·         ଯଦି ସକାଳୁ ସକାଳୁ କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି , ତେବେ ଏହି ସମୟରେ ଯଦି ବାଟରେ ବୁଢିଆଣୀ ଜାଲ ବୁଣୁଥିବାର ଦେଖନ୍ତି ତେବେ ଆପଣଙ୍କ କାର୍ଯ୍ୟ ସଫଳ ହେବାର ସଂକେତ ମିଳିଥାଏ ।

·         ଘରୁ ବାହାରିବା ସମୟରେ ଯଦି କୌଣସି ପକ୍ଷୀ ଆପଣଙ୍କ ସାମନାରେ ଆସି ବସି କିଛି ସମୟ ସ୍ଥିର ହୋଇ ବସି ରହେ ତେବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ।

·         ଯଦି କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯାଉଥାନ୍ତି ତେବେ ଏହି ସମୟରେ ଯଦି ଗାଈ କିମ୍ବା ନଡିଆ ଦେଖନ୍ତି ତେବେ ଏହା ଦ୍ଵାରା ଆପଣଙ୍କ କାର୍ଯ୍ୟ ସଫଳ ହେବାର ସମ୍ଭାବନା ଅଛି ।·         ଜୋତିଶ ଶାସ୍ତ୍ର ଅନୁସାରେ ଛିଙ୍କ ଅଶୋଇବା ଅଶୁଭ ବୋଲି ମାନିଥାନ୍ତି କିନ୍ତୁ ଯଦି ଆପଣ ସକାଳ ଜଳଖିଆ ଖାଇବା ବେଳେ ଛିଙ୍କ ଆସିଥାଏ ତେବେ ଏହା ଏକ ଶୁଭ ସୂଚନା ପ୍ରଦାନ କରିଥାଏ ।

·         ଯଦି ଆପଣ ରାତିରେ ଶୋଇବା ସମୟରେ ସ୍ଵପ୍ନରେ ସଫା ପାଣି ଦେଖନ୍ତି ତେବେ ଏହା ଆପଣଙ୍କୁ ଧନ ମିଳିବାର ସଂକେତ ଦେଇଥାଏ ।

·         ଯଦି ଆପଣ ପିନ୍ଧା ବସ୍ତ୍ର ବଦଳିବା ସମୟରେ ପକେଟରୁ ଯଦି ପଇସା ତଳେ ପଡିଯାଏ ତେବେ ଏହା କୌଣସି ଉପାୟରୁ ଧନ ମିଳିବାର ସୂଚନା ଦେଇଥାଏ ।

·         ଯଦି ଆପଣ ପୂଜାକାରିବା ସମୟରେ ଠାକୁରଙ୍କୁ ଦିଆ ଯାଇଥିବା ଫୁଲ ଆପଣଙ୍କ ସାମନା ରେ ପଡିଯାଏ ତେବେ ଏହା ଆପଣଙ୍କର ଶୀଘ୍ର କୌଣସି ମନସ୍କାମନା ପୂରଣ ହେବାର ସୂଚନା ଦେଇଥାଏ ।

·         ଯଦି ଆପଣ ବାହାଘର ପ୍ରସ୍ତାବ ବାହାରକୁ ଦେଖିବାକୁ ଯାଉଛନ୍ତି ଏବଂ ଏହି ଯିବା ସମୟରେ ଯଦି କୌଣସି ଲାଲ ସାଡି ପରିଧାନ କରିଥିବା କୌଣସି ସ୍ତ୍ରୀ ଲୋକ ଦେଖନ୍ତି ତେବେ ଆପଣଙ୍କୁ ଭଲ ଜୀବନ ସାଥୀଟିଏ ମିଳିବାର ସମ୍ଭାବନା ଅଛି ।

·         ଯଦି ଆପଣ ରାସ୍ତାରେ ଯିବାବେଳେ କୌଣସି ପଇସା ପାନ୍ତି ତେବେ ଏହା ଅପନନକ୍ର ଆର୍ଥିକ ସ୍ଥିତି ମଜବୁତ ହେବାର ନିଦର୍ଶନ ହୋଇଥାଏ ।

·         ଯଦି ଆପଣ କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ଯାଉଥିବା ବେଳେ ଯଦି ଆପଣଙ୍କୁ କୌଣସି ଜିନିଷ ଭୁଲିଯିବାର ମନେ ପଡିଥାଏ ତେବେ ଏହା ଆପଣଙ୍କର ଖରାପ ସମୟ ଟଳିଯିବାର ସଙ୍କେତ ମିଳିଥାଏ ।

·         ଯଦି ଆପଣ ରାସ୍ତାରେ ଯିବାବେଳେ ରାସ୍ତାରେ କୌଣସି ଫୁଲ ପଡିଥିବାର ଦେଖନ୍ତି ତେବେ ଏହା  ଆପଣଙ୍କର ଭଲସମୟ ଆସିବାର ସଙ୍କେତ ଦେଇଥାଏ ।

·         ସକାଳୁ ଉଠିବା  ପରେ ଯଦି ଆପଣ କ୍ଷୀର ଗ୍ଳାସ କିମ୍ବା କ୍ଷୀର ଜାତୀୟ ପଦାର୍ଥ ଦେଖନ୍ତି ତେବେ ଏହା ଶୁଭ ସୂଚନା ଦେଇଥାଏ ।

·         ଯଦି ଆପଣଙ୍କ ଶରୀରର ଡାହାଣ ପଟ ଅଙ୍ଗରେ କମ୍ପନ ଅନୁଭବ କରନ୍ତି ତେବେ ଏହା ଦ୍ଵାରା ଆପଣ କୌଣସି ଶୁଭ ସୂଚନା ପାଇଥାନ୍ତି ।

·         ଯଦି ମାଙ୍କଡ ଫଳ ଖାଇ ଆପଣଙ୍କ ଛାତ ଉପରେ ପକାଏ ତେବେ ଏହା ଶୁଭ ସମୟ ଆସିବାର ସଙ୍କେତ ଦେଇଥାଏ ।

·         ଯଦି ଆପଣଙ୍କର ହଠାତ ଅନାବଶ୍ୟକ ଖର୍ଚ ବୃଦ୍ଧି ହୋଇଥାଏ ତେବେ ଆପଣଙ୍କୁ କୌଣସି ଶୁଭ ଖବର ମିଳିବ ।

·          ଆପଣଙ୍କ ଘର ପାଖରେ କୋଇଲି ରାବ ଦିଏ ତେବେ ଏହାର ସୁଖ ସୌଭାଗ୍ୟ ବୃଦ୍ଧିର ସଂକେତ ଦେଇଥାଏ ।

·         ଯଦି କୌଣସି ପକ୍ଷୀ କିଛି ଖାଦ୍ୟ କିମ୍ବା ଫଳ ଆଣିକି ଆପଣଙ୍କ ଘର ଉପରେ ଯଦି ପକାଏ । ଏହା ଆପଣଙ୍କର ଧନ ପ୍ରାପ୍ତି ସଙ୍କେତ ହୋଇଥାଏ ।

·         ଯଦି ଆପଣ ସକାଳୁ ଉଠିଲା ପରେ ନେଉଳ ଦେଖନ୍ତି ତେବେ ଆପଣଙ୍କୁ ଧନ ପ୍ରାପ୍ତି ହେବା ସଙ୍ଗେ ସଙ୍ଗେ ବାକି ପଡିଥିବା ପଇସା ମିଳିବାର ସଙ୍କେତ ଦେଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button