IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି ୪ ଟି ଭୁଲ ନିଜର Student Life ରେ କେବେ ବି କରିବେନି, ନ ହେଲେ ସାରା ଜୀବନ କାନ୍ଦିବେ

ଛାତ୍ର ଜୀବନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମୟ ବା ପାହାଚ । ଆମେ ଭବିଷ୍ୟତରେ କଣ କରିବା ,ଆମ ସ୍ଵଭାଵ କିପରି ରହିବ । ଏହା ସବୁ ଛାତ୍ର ଜୀବନରୁ ହିଁ ଜଣା ପଡେ । ଶଭୁ ଛାତ୍ର ମାନେ ଚାହାନ୍ତି କି ସବୁ ଶିକ୍ଷକ ଓ ଅନ୍ୟ ସବୁ ଛାତ୍ର ତାକୁ ପ୍ରସଂସାଆ କରନ୍ତୁ । ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେଉ । କିନ୍ତୁ କିଛି ଛାତ୍ର ଏପରି କିଛି ଭୁଲ କରି ବସନ୍ତି ଯାହାକି ତାଙ୍କୁ କରିବା ଉଚିତ ନୁହେଁ ।

ଏହି ଭୁଲ ଗୁଡିକ ଆଗକୁ ଯାଇ ଅଭ୍ୟାସରେ ପରିଣତ ହୋଇଯାଏ ଯାହାକି ଚାହିଁଲେ ବି ସେଥିରୁ ମୁକ୍ତି ପାଇ ପାରନ୍ତି ନାହିଁ । ଆଜି ଆମେ ଆପଣ ଙ୍କୁ ସେହି ପରି କିଛି ୪ ଟି ଭୁଲ ବିଷୟରେ ଜଣାଇବୁ ଏବଂ ଏହାକୁ ସୁଧାରିବେ । ଆସନ୍ତୁ ଜାଣିବା ।

୧ – ନିଜ କାମକୁ ଅଣଦେଖା କରିବା

ସବୁ ଛାତ୍ର ମାନେ ସବୁବେଳେ ଗୋଟିଏ କଥା କହିଥାନ୍ତି ଯେ କାଲି କରିଦେବି କାଲିଠୁ ପଢିବି ଅର୍ଥାତ ଆପଣ ପାଠକୁ ନେଗଲେକ୍ଟ କରନ୍ତି । ଆଜି ଭଲ ଲାଗୁନି କାଲିଠୁ  ପଡିବି । ଏହି ଅଭ୍ୟାସ ଆଗକୁ ଯାଇ ବହୁତ ବଡ଼ ବିପଦ  ସୃଷ୍ଟି କରିବ । ସମସ୍ତେ ଭାବନ୍ତି ସମୟତ ବହୁତ ଅଛି ଟିକିଏ ମୋବାଇଲ ରେ ୟୁଟିଯୁବ ଦେଖି ଦିଏ ପରେ ପଢିବି କିନ୍ତୁ ଏହି ପରି ମୋବାଇଲ ଦେଖୁ ଦେଖୁ କେତେବେଳେ ସମୟ ଚାଲିଯାଏ ଜଣା ପଡେ ନାହିଁ । ଯେତେବେଳେ ପରୀକ୍ଷା ଆସେ ସବୁ ପାଠ ପଢି ହୁଏ ନାହିଁ ଓ ଫଳ ଖରାପ ହୋଇଥାଏ । ଏଥିପାଇଁ ଆଜିକା କାମ ଆଜି କରନ୍ତୁ କାଲି ଉପରେ ଛାଡ଼ନ୍ତୁ ନାହିଁ ।

୨ – ମାର୍କ ପଛରେ ଦୌଡନ୍ତୁ  ନାହିଁ

ଆପଣ ପରୀକ୍ଷାରେ କେବଳ ଘୋଷ ପାଠ ହିଁ ଯଦି ଲେଖୁଛନ୍ତି ତେବେ କିଛି ଲାଭ ନାହିଁ । ଯଦି ପାଠକୁ ପାଧୋଇ ବୁଝି ଲେଖୁଛନ୍ତି ତେବେ ପରୀକ୍ଷାରେ ଭଲ ଫଳ ମିଳିବା ସହ ଜୀବନରେ ବହୁତ ଲାଭ ମିଳିଥାଏ । ଆପଣ ପାଠକୁ ପଢିବା ସହ ଉପଭୋଗ କରନ୍ତୁ ଯାହାଫଳରେ ପାଠ ମନେ ରହିବ । ପାଠକୁ ଏପରି ପଢନ୍ତୁ ଯେମିମିତିକି ସବୁବେଳେ କିଛି ନୂଆ ଶିଖିବାକୁ ମିଳିବ । ଯାହାଫଳରେ ପାଠ ମନେ ରହିବା ସହ ଜୀବନରେ ପ୍ରଗତି ହେବ ।

୩ – ଖରାପ ସଂଗତ

କଥାରେ ଖରାପ ସଂଗତ ମିଳିଲେ ଜୀବନ ବି ଖରାପ ହୋଇଯାଏ । ଯଦି ଆପଣଙ୍କ ଚତୁର୍ପାଶ୍ୱ ରେ ନେଗେଟିଭ ଲୋକ ଅଛନ୍ତି ତେବେ ଆପଣଙ୍କ ବ୍ୟବହାର ଓ ମନ ସେହିଁଭଳିଆ ହୋଇଯିବ । ଯଦି ଆପଣଙ୍କ ଚତୁର୍ପାଶ୍ୱରେ ଭଲ ଲୋକ ଅଛନ୍ତି ତେବେ ଆପଣଙ୍କ ବ୍ୟବହାର ଚାଲିଚଲଣ କଥା ଭଲ ହୋଇଯିବ । ସେଥିପାଇଁ ସବୁବେଳେ ଭଲ ସଂଗତ ସହ ମିଶାନ୍ତୁ ଯାହାଫଳରେ କି ଜୀବନରେ ଉନ୍ନତି ମିଳିବ ।

୪- ସୋସିଆଲ ମିଡ଼ିଆର ଅପବ୍ୟବହାର

ସୋସିଆଲ ମିଡିଆ ଦ୍ୱାରା ବହୁତ ଭଲ ଭଲ ଲୋକ ସହ ମିଶି ଜ୍ଞାନର ଆଦାନ ପ୍ରଦାନ କରିବା ଦ୍ୱାରା ନିଜର ବ୍ୟାନ ବୃଦ୍ଧି ହୋଇଥାଏ କିନ୍ତୁ ଆଜି କାଲି ସୋସିଆଲ ମିଡିଆ ବ୍ୟବହାର କରୁ କରୁ କେତେବେଳେ ସମୟ ଚାଲିଯାଏ ଜଣା ପଡେ ନାହିଁ ଓ ଆପଣଙ୍କର ବହୁ ମୂଲ୍ୟ ସମୟ ନଷ୍ଟ ହୋଇଯାଏ । ସେଥିପାଇଁ ପାଠ ପଢିବା ବେଳେ ମୋବାଇଲକୁ ନିଜ ଠାରୁ ଦୂରେଇ ଦିଅନ୍ତୁ ଅଥବା ଅଣଦେଖା କରନ୍ତୁ ଏହାଦ୍ୱାରା ପାଠ ସମୟରେ ଏହି ଅଭ୍ୟାସ ରହିବ ନାହିଁ । ଆପଣଙ୍କ ମନ ପଢ଼ାରେ ଲାଗିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button