IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଇଣ୍ଡିଆନ କ୍ରିକେଟର MS Dhoni ଙ୍କ ଜୀବନର ଅସଲ କାହାଣୀ (Biography)

କ୍ରିକେଟ ଦୁନିଆର ମହାନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସାରା ଭରତ ସହ ଭରତ ବାହାରେ ମଧ୍ୟ ଜାଣିଛନ୍ତି ତେବେ ଆପଣ ମାନେ ତାଙ୍କର ଲାଇଫ ବିଷୟରେ ଜାଣିଛନ୍ତି କି । ତେବେ ଆସନ୍ତୁ ଜାଣିବା ଧୋନୀଙ୍କ ବିଷୟରେ । ଧୋନୀ ଜନ୍ମ ଗ୍ରହଣ କରିଥିଲେ ଏକ ରାଜପୁତ୍ ବଂଶରେ । ତାଙ୍କର ଜନ୍ମ ସ୍ଥଳୀ ହେଉଛି ଝାଡଖଣ୍ଡ । ତାଙ୍କ ବାପାଙ୍କ ନାମ ମାନ ସିଂ ଧୋନୀ ଅଟେ ।  ତାଙ୍କର ଏକ ଭଉଣୀ  ଓ ଭାଇ ମଧ୍ୟ ଅଛନ୍ତି । ଧୋନୀଙ୍କୁ କ୍ରିକେଟ ଖେଳିବାକୁ ଭଲ ପାଉ ନଥିଲେ ମାତ୍ର ତାଙ୍କୁ ସଚିନଙ୍କର ଖେଳ ଦେଖିବା ପସନ୍ଦ ଥିଲା । ସେ ନିଜର ପାଠ ପଢା ରାଞ୍ଚିରେ କରିଥିଲେ।

ତାଙ୍କୁ ଫୁଟ ବଲ ଓ ବ୍ୟାଟ ମିଟନ ପସନ୍ଦ । ଧୋନୀ ଏହା ପରେ ନିଜର ପ୍ରଥମ ଭଲ ପାଇବା ପାଇଥିଲେ ୨୦୦୨ରେ। ମାତ୍ର ଏଥିରେ ଭାଗ୍ୟ ତାଙ୍କର ସହ ନଥିଲା । ସେ ପ୍ରିୟଙ୍କାଙ୍କୁ ଗୋଟେ ଦୁର୍ଘଟଣାରେ ହରାଇବା ପରେ ନିଜର ମାନସିକ ଶାନ୍ତି ହରାଇ ବସିଥିଲେ ।  ଏହା ପରେ ସେ ନିଜର ଚାକିରି ଛାଡିକି କେବଳ ଖେଳ ପ୍ରତି ଧ୍ୟାନ ଦେଲେ ।

BBCI ର ଟିମ ଆଗରେ ସେ ନିଜର ଖେଳ ଦେଖାଇ ଥିଲେ ବଡ ବଡ ଛକା ମାରିବା ପାଇଁ ସେ BBCI ଦ୍ଵାରା ଟିମ ଇଣ୍ଡିଆକୁ ଆସିଥିଲେ । ଧୋନୀ ଯେତେବେଳେ କେନିୟା ରେ ଭଲ ଖେଳି ଥିଲେ । ଏହା ପରେ ସୌରଭ ଗାଙ୍ଗୁଲୀ ତାଙ୍କୁ ଟିମ ଇଣ୍ଡିଆର ୧୧ ଜଣ ପିଲାଙ୍କ ଭିତରେ ନେଇଥିଲେ । ଏହା ପରେ ଧୋନୀ ଅନେକ ମ୍ଯାଚ ହାରିଥିଲେ ମାତ୍ର ସେ ଟିମରେ ଥିଲେ । ପାକିସ୍ଥାନ ସହ ହୋଇଥିବା ଦ୍ଵିତୀୟ ଖେଳରେ ଧୋନୀ ଗାଙ୍ଗୁଲି ତାଙ୍କୁ ୩ ନମ୍ବର ଖେଳାଳି ଭାବେ ଆଗକୁ ପଠାଇ ଥିଲେ ଏହା ପରେ ଧୋନୀ ପଛକୁ ଫେରି ନାହାଁନ୍ତି କେବେବି ।

ରାହୁଲ ଦ୍ରାବିଡ ନିଜର ଇସ୍ତଫା ଦେବା ପରେ ସଚିନ ଧୋନୀଙ୍କୁ କ୍ଯାପଟେନ କରିବାର ପ୍ରସ୍ତାବ ଦେଇଥିଲେ । ଧୋନୀ ଏହା ପରେ ଆଉ ପଛକୁ ଫେରି ନାହାନ୍ତି ।  ୨୦୧୧ରେ ଅଷ୍ଟ୍ରେଲିଆ କୁ ହାରାଇକି ଧୋନୀ ପ୍ରମାଣିତ କରିଥିଲେ କ୍ରିକେଟ ରେ ଭରତ ଆଉ ପଛରେ ନାଇଁ । ଏହା ପରେ ଧୋନୀ ୱାର୍ଲ୍ଡ କପର ମ୍ଯାଚରେ ମଧ୍ୟ ଭଲ ପଦର୍ଶନ କରିଥିଲେ । ଏହା ଭାରତ ପାଇଁ ଏକ ଇତିହାସ ସୃଷ୍ଟି କରିଥିଲା । ଏହା ପରେ ଧୋନୀ କେବେବି ଆଉ ପଛକୁ ଫେରି ନାହାନ୍ତି । ଇଣ୍ଡିଆ ମଧ୍ୟ ନିଜର ପୋଜିସନ କୁ ସୁଦୃଢ କରି ପାରିଛି ଧୋନୀଙ୍କ ତତ୍ଵାବଧାନରେ ।

ଧୋନୀ ୨୦୧୦ , ୨୦୧୧, ୨୦୧୮ ର IPL ମଧ୍ୟ ଜିତିଛନ୍ତି ।  ଏହା ପରେ ଆସନ୍ତୁ ଜାଣିବା ଧୋନୀ ଓ ତାଙ୍କ ପତ୍ନୀଙ୍କ ପ୍ରେମ କାହାଣୀ ବିଷୟରେ । ଧୋନୀ ଓ ଶାକ୍ଷସି ଗୋଟେ ସ୍କୁଲ ରେ ପାଠ ପଢୁଥିଲେ । ମାତ୍ର ଦୁହେଁ ପରସ୍ପରକୁ ଭଲ ଭାବୀ ଚିହିଁ ପାରି ନଥିଲେ । ଏହା  ପରେ ସାକ୍ଷସି ନିଜର ହୋଟେଲ ମ୍ୟାନେଜ ମେଣ୍ଟରେ କରିଥିଲେ । ଏହା ପରେ ସେ ନିଜର ଟ୍ରେନିଙ୍ଗ କରୁଥିଲେ ତାଜ ହୋଟେଲରେ ସେହି ସମୟରେ ଧୋନୀ ସେଠାକୁ ଯାଇଥିଲେ ନିଜର  ଟିମ ସହ ମାତ୍ର ସେଠି  ସାକ୍ଷସି ଧୋନିଙ୍କୂ ଏକ ସାଧାରଣ ଲୋକ ଭାବେ ବ୍ୟବହାର କରିଥିଲେ ।

ଏହା ଧୋନୀଙ୍କ ମନକୁ ଅଧିକ ପ୍ରଭାବ ପକାଇ ଥିଲା । ଏହା ପରେ ଧୋନୀ ଓ ସାକ୍ଷସି ନିଜର ପ୍ରେମ କାହାଣୀ ଆଗକୁ ନେଇଥିଲେ ଓ ଏହା ପରିଣତ ହୋଇ ଥିଲା ବିବାହରେ । ଏବେ ତାଙ୍କର ଏକ ଝିଅ ମଧ୍ୟ ଅଛି । ଏହା ଥିଲା ଧୋନୀଙ୍କ ବିଷୟରେ କିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button