ମନୋରଞ୍ଜନ

ଆପ୍ ସାଂସଦ ରାଘବ ଚଢ଼ାଙ୍କୁ ବିବାହ କରିବା ପରେ ଏଭଳି ପ୍ରତିକ୍ରିୟା ଦେଲେ ପରିଣୀତି – Ibnodisha

[ad_1]

ଉଦୟପୁର: ଉଦୟପୁରର ପ୍ରସିଦ୍ଧ ଲୀଲା ପ୍ୟାଲେସ ହୋଟେଲରେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ବହୁ ଚର୍ଚ୍ଚିତ ବାହାଘର ଆପ୍ ସାଂସଦ ରାଘବ ଚଢ଼ାଙ୍କ ସହ ନିକଟ‌ରେ ସଂପର୍ଣ୍ଣ ହୋଇଛି। ଦୁହିଁଙ୍କ ବିବାହରେ ଅନେକ ବଡ଼ ବଡ଼ କଳାକାର ଓ ରାଜନେତା ଯୋଗ ଦେଇଥିଲେ।

ଏହି ଚର୍ଚ୍ଚିତ ବିବାହ ଶେଷ ହେବା ପରେ ଗୋଟିଏ ପ‌ରେ ଗୋଟିଏ ପରିଣୀତି ଓ ରାଘବଙ୍କ ଆକର୍ଷଣୀୟ ଫ‌ଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା।  ଲୀଲା ପ୍ୟାଲେସ ହୋଟେଲରେ ପହଞ୍ଚିବା ପାଇଁ ରାଘବ ନୌକାରେ ବରଯାତ୍ରୀ ନେଇ ପହଞ୍ଚିଥିଲେ।

ବାହାଘର ପରେ ପ୍ରଥମଥର ପରିଣୀତି ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆଉ କହିଛନ୍ତି ଆପଣମାନଙ୍କ ଶୁଭେଚ୍ଛା ପାଇ ରାଘବ ଓ ମୁଁ ଖୁବ କୃତଜ୍ଞ। ପ୍ରତ୍ୟେକଙ୍କ ଶୁଭକାମନା ବାର୍ତ୍ତାର ପ୍ରତିକ୍ରିୟା ଦେବା ସମ୍ଭବ ନୁହେଁ। ହେଲେ ଆମେ ସମସ୍ତଙ୍କ ଶୁଭେଚ୍ଛା ଓ ଶୁଭକାମନା ବାର୍ତ୍ତ‌ା ପଢ଼ିଛୁ। ଆମେ ଏକ ନୂଆ ଜୀବନରେ ଆଗକୁ ବଢ଼ିଛୁ। ରାଘବଙ୍କୁ ଜୀବନ ସାଥୀ ଭାବେ ପାଇ ମୁଁ ଖୁବ ଖୁସି। ଅଗାମୀ ଜୀବନ ବି ତାଙ୍କ ସହିତ ମୋର ଖୁସିରେ କଟିବ ବୋଲି ଆଶା ରଖିଛି। ଏଭଳି ସମୟରେ ଆପଣମାନଙ୍କ ଶୁଭକାମନା ନିହାତି ଆବଶ୍ୟକ। ପରିବାର, ବନ୍ଧୁ ଏବଂ ପ୍ରଶଂସକମାନଙ୍କ ଶୁଭେଚ୍ଛା ଓ ଶୁଭକାମନାର କୌଣସି ମୂଲ୍ୟ ଦେଇ ହେବନାହିଁ।

ବିବାହ ପରେ ରାଘବ ଏବଂ ପରିଣୀତିଙ୍କ ଏକ ବିବାହ କ‌ାର୍ଡ ଲିକ୍ ହୋଇଛି। ଏହି ନିମନ୍ତ୍ରଣ କାର୍ଡରେ ଚଣ୍ଡିଗଡ଼ର ଠିକଣା ଉଲ୍ଲେଖ ଅଛି। ନିମନ୍ତ୍ରଣ କାର୍ଡରେ ରାଘବ ଏବଂ ପରିଣୀତିଙ୍କ ନାମ ଲେଖାଯାଇଛି। ତା’ପରେ ଉଭୟଙ୍କ ପିତାମାତାଙ୍କ ନାମ ଉଲ୍ଲେଖ କରାଯାଇଛି। ଶେଷରେ ଲୋକଙ୍କୁ ୩୦ ସେପ୍ଟେମ୍ବରରେ ହେବାକୁ ଥିବା ମଧ୍ୟାହ୍ନ ଭୋଜନକୁ ନିମନ୍ତ୍ରଣ କରାଯାଇଥିବା ଦେଖିବାକୁ ମିଳୁଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button