IBN ଓଡ଼ିଶା ବ୍ୟୁରୋ

Suresh Raina ଙ୍କ ବ୍ରାହ୍ମଣ ବାଲା ବିବାଦ ରେ ସୁରେଶ ରାଇନା ଙ୍କ ପକ୍ଷ ନେଲେ Devolina ଓ କହିଦେଲେ ଏମିତି କିଛି…ଶୁଣିଲେ ଆପଣ ବି କରିବେ ପ୍ରଶଂସା

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ରିକେଟର ତଥା ଏକ ସମୟରେ ସର୍ବୋତ୍ତମ ବ୍ୟାଟସମ୍ୟାନ ଥିବା ସୁରେଶ ରାଇନା ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ଯେବେ ଠାରୁ ସେ ବ୍ରାହ୍ମଣ ହୋଇଥିବା କଥା ସୋସିଆଲ ମିଡିଆରେ ବ୍ୟକ୍ତ କରିଛନ୍ତି ସେବେ ଠାରୁ ତାଙ୍କୁ ଖୁବ ଟ୍ରୋଲ କରାଯାଉଛି ।

ବାମୀ ଗ୍ୟାଙ୍ଗ ସୁରେଶ ରାଇନାଙ୍କୁ ଖୁବ କଟୁ କଥା ମଧ୍ୟ ଶୁଣେଇ ସାରିଛି । କିନ୍ତୁ ଏପରି ସମୟରେ ଅନେକ ଷ୍ଟାର ଓ ଫ୍ୟାନମାନେ ତାଙ୍କ ସମର୍ଥନରେ ଆଗେଇ ଆସିଛନ୍ତି । ଟ୍ଵିଟର ରେ ‘ମୁଁ ବି ବ୍ରାହ୍ମଣ’ ହାଶଟ୍ୟାଗ ଜରିଆରେ ଫ୍ୟାନମାନେ ଖେଳାଳିଙ୍କ ସମର୍ଥନ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ସୁରେଶ ରାଇନାଙ୍କ ସମର୍ଥନରେ ବାହାରିଛନ୍ତି ଧାରାବାହିକ ‘ସାଥ ନିଭାନା ସାଥୀୟା’ ର ଗୋପୀ ବୋହୂ ବା ଦେବୋଲିନା ଭଟ୍ଟାଚାର୍ଯ୍ୟ ।

ଆପଣ ଜାଣିଥିବେ ଦେବୋଲିନା ଭଟ୍ଟାଚାର୍ଜ୍ୟ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି ଓ ଯେକୌଣସି ବିଷୟରେ ମଧ୍ୟ ନିଜ ରାୟ ଦେବାକୁ ଭୟ କରନ୍ତି ନାହିଁ । ଟିଭି ଦୁନିଆରା ଗୋପୀ ବୋହୂ ସବୁ ପ୍ରକାର ବିଷୟରେ ଖୋଲି କରି ନିଜ ରାୟ ରଖନ୍ତି । ନିକଟରେ ସୁରେଶ ରାଇନାଙ୍କୁ ସମର୍ଥନ କରି ଦେବୋଲିନା କହିଛନ୍ତି କି, ସମସ୍ଯା ସମାଜ ମଧ୍ୟରେ ରହିଛି, “ଜାତିବାଦ ସମଯରେ ଅଛି ।” ଜଣେ ୟୁଜର ଟ୍ଵିଟ କରି କହିଥିଲେ କି, “ସୁରେଶ ରାଇନାଙ୍କୁ ବହୁତ ଖରାପ ଭାବେ ଟ୍ରୋଲ କରାଯାଇଛି ।”

ଅନେକ ଲୋକ ତାଙ୍କୁ ଭେଦଭାବ କରୁଥିବା ଆରୋପ ଲଗାଇଛନ୍ତି, କାରଣ ସେ ଏକ କଥାବାର୍ତ୍ତା ହେବା ସମୟରେ କହିଥିଲେ କି, ‘ମୋତେ ଲାଗୁଛି କି ମୁଁ ବ୍ରାହ୍ମଣ ଅଟେ’ । ତେବେ ତାଙ୍କର ଏହି ସାମାନ୍ଯ କଥାରେ ଲୋକମାନେ ଏତେ ପ୍ରତିକ୍ରିୟା କଣ ପାଇଁ କରୁଛନ୍ତି ?” ଏହି ଟ୍ଵିଟକୁ ଦେବୋଲିନା ଟ୍ଵିଟ କରି କହିଛନ୍ତି କି, “ସମସ୍ଯା ସମାଜରେ ଅଛି । ଜାତିବାଦ ସମଯରେ ଅଛି ଓ ବହୁତ ଅଧିକ ମାତ୍ରାରେ ଅଛି । ମୋତେ ଲାଗୁଛି ଯେଉଁମାନେ ଏହା ବିରୁଦ୍ଧରେ କହୁଛନ୍ତି ସେମାନଙ୍କ ଘରେ ଏହା ସବୁଠୁ ଅଧିକ ରହିଛି । ଏହା ଦୁଃଖଦ ହେଲେ ମଧ୍ୟ ସତ୍ୟ ।”

“କଣ ଆମେ ଏହାକୁ କେବେ ହେଲେ ରୋକୀ ପାରିବ ? ସବୁଠୁ ମହତ୍ଵପୂର୍ଣ୍ଣ କଥା ହେଉଛି ଟ୍ରୋଲିଂ ବିରୁଦ୍ଧରେ ମଜବୁତ ଆଇନ ବନିବା ଉଚିତ ।” ଏବେ ଦେବୋଲିନାଙ୍କ ସହ ସୁରେଶ ରାଇନାଙ୍କ ଫ୍ୟାନମାନେ ମଧ୍ୟ ତାଙ୍କୁ ସଂପୂର୍ଣ୍ଣ ସମର୍ଥନ ଦେଉଛନ୍ତି । ବର୍ତ୍ତମାନ ଟ୍ଵିଟର ରେ ହାଶଟ୍ଯାଗ ‘ମୁଁ ବି ବ୍ରାହ୍ମଣ’ ତୀବ୍ର ଭାବେ ଟ୍ରେଣ୍ଡ କରୁଛି । ଯେଉଁଠି ବିଶାଳ ସଂଖ୍ୟାରେ ଲୋକମାନେ ରାଇନାଙ୍କ ସମର୍ଥନରେ ଆଗେଇ ଆସିଥିବା ଦେଖିବାକୁ ମିଳିଛି । ପୂର୍ବ କ୍ରିକେଟର କୀର୍ତି ଆଜାଦ ମଧ୍ୟ ରାଇନାଙ୍କ ସମର୍ଥନରେ ଟ୍ଵିଟ କରିଛନ୍ତି ।

ଗୋଟିଏ ମ୍ଯାଚ ସମୟରେ କମେଣ୍ଟେଟର ରାଇନାଙ୍କୁ ପଚାରିଥିଲେ କି ସେ ଦକ୍ଷିଣ ଭାରତୀୟ ସଂସ୍କୃତିକି କିପରି ଆପଣେଇଛନ୍ତି । ଏହାର ଉତ୍ତରରେ ସୁରେଶ ରାଇନା କହିଥିଲେ କି, “ମୋତେ ଲାଗୁଛି ମୁଁ ବି ବ୍ରାହ୍ମଣ ଅଟେ । ମୁଁ ୨୦୦୪ରୁ ଚେନ୍ନାଇ ପାଇଁ ଖେଳୁଛି । ମୋତେ ଏଠାକାର ସଂସ୍କୃତି ବହୁତ ପସନ୍ଦ । ମୁଁ ନିଜ ସାଥିମାନଙ୍କୁ ବହୁତ ପ୍ରେମ କରେ । ମୁଁ ଅନିରୁଦ୍ଧ ଶ୍ରୀକାନ୍ତଙ୍କ ସହ ଖେଳି ସାରିଛି । ଏଠି ସୁବ୍ରମନ୍ୟମ ବଦ୍ରିନାଥ ଓ ବାଲାଜୀ ବି ଅଛନ୍ତି ।”

“ମୋତେ ଚେନ୍ନାଇର ସଂସ୍କୃତି ବହୁତ ପସନ୍ଦ । ମୁଁ ଭାଗ୍ୟଶାଳୀ ଅଟେ କି ମୁଁ ଚେନ୍ନାଇ ପାଇଁ ଖେଳିବାକୁ ସୁଯୋଗ ପାଇଛି ।” ବାସ୍ ତା ପରେ ତାଙ୍କର ଏହି ବୟାନରେ ସୋସିଆଲ ମିଡିଆରେ ଆରମ୍ଭ ହୋଇ ଯାଇଥିଲା ପାଲା । ଯାହା ପରେ ଏବେ ଦେବୋଲିନା ଭଟ୍ଟାଚାର୍ଯ୍ୟ ତାଙ୍କ ସମର୍ଥନରେ ବାହାରି ପଡିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button