ରାଜ୍ୟ

Vastu Tips- ଜନ୍ମାଷ୍ଟମୀର ଚମତ୍କାର ଉପାୟ, ଜୀବନ ସାରା ଆଉ ଅଭାବ ରହିବ ନାହିଁ, ଆପେ ଆପେ ଧନର ଭଣ୍ଡାର ପୁରି ଉଠିବ

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ବିଷ୍ଣ ନର ରୂପରେ ତାଙ୍କର ଅଷ୍ଟମ ଅବତାର ଶ୍ରୀକୃଷ୍ଣଙ୍କ ରୂପରେ ଧରାପୃଷ୍ଠରେ ଅବତରଣ କରିଥିଲେ । ତେଣୁ ପ୍ରାଚୀନ କାଳରୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ତଥା ଜନ୍ମାଷ୍ଟମୀ ଉତ୍ସବ ସାରା ଭାରତବର୍ଷରେ ଖୁବ ଜାକଜକମରେ ପାଳନ କରାଯାଉଛି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହିଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ । ତେଣୁ ସୁଖ ସମୃଦ୍ଧି ଲାଭ ପାଇଁ ଏହି ଦିନ କେଉଁ ସବୁ ଉପାୟ କରାଯାଏ, ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।

ହିନ୍ଦୁଧର୍ମରେ ଜନ୍ମାଷ୍ଟମୀ ତିଥିକୁ ଏକ ପ୍ରମୁଖ ତିଥି ବୋଲି ମାନାଯାଏ । ଏହିଦିନ ପୂର୍ଣ୍ଣ ଶ୍ରଦ୍ଧା ଏବଂ ନିୟମ ସହ ଯେଉଁମାନେ ବ୍ରତ ରଖନ୍ତି, ସେମାନଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ । ବିଶ୍ବାସ ରହିଛି କି ଜନ୍ମାଷ୍ଟମୀ ଦିନ ଯେକୌଣସି ପ୍ରୟୋଜନ ପାଇଁ କରା ଯାଇଥିବା ଉପାୟ ଶୀଘ୍ର ଫଳପ୍ରଦ ହୋଇଥାଏ । ଏହିଦିନ ସକାଳୁ ଶୀଘ୍ର ଉଠନ୍ତୁ ଓ ସ୍ନାନାଦି କର୍ମ ସାରି ଶଙ୍ଖ ମଧ୍ୟରେ ଶୁଦ୍ଧ ଗାଈ କ୍ଷୀର ଭରି ସେଥିରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଅଭିଷେକ କରନ୍ତୁ ଏବଂ ପରେ ଗଙ୍ଗାଜଳ ମିଶ୍ରିତ ସୁବାସିତ ଜଳରେ ମଧ୍ୟ ଅଭିଷେକ କରନ୍ତୁ ।

ଏହାପରେ ତାଙ୍କୁ ମୟୂର ପୁଚ୍ଛ ଏବଂ ବଇଁଶି ଅବଶ୍ୟ ଅର୍ପଣ କରନ୍ତୁ । ଏହାସହ ହଳଦୀ ରଙ୍ଗର ଫୁଲମାଳ ଓ ଫଳ ଏବଂ ତୁଳସୀ ପାତ୍ର ଓ ତୁଳସୀମାଳ ଅର୍ପଣ କରନ୍ତୁ । ଅବଶେଷରେ ହଳଦୀ ରଙ୍ଗର ଲଡୁ ମଧ୍ୟ ଭୋଗ ଲଗାନ୍ତୁ । ଏହିପରି କଲେ ଆପଣଙ୍କ ଜୀବନରେ କେବେ ମଧ୍ୟ ଧନ ଓ ଯଶର ଅଭାବ ହେବ ନାହିଁ ଓ ମାତା ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ବାସ କରିବେ । ଜନ୍ମାଷ୍ଟମୀ ପରଠାରୁ ୨୭ ଦିନ ପର୍ଯ୍ୟନ୍ତ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୋଟିଏ ଲେଖାଏଁ ନଡିଆ ଅର୍ପଣ କରନ୍ତୁ । ଏପରି କରିବା ଦ୍ଵାରା ସମସ୍ତ କାର୍ଯ୍ୟରେ ସିଦ୍ଧି ଲାଭ ହୋଇଥାଏ ।

ଆପଣଙ୍କ କେଉଁ କାର୍ଯ୍ୟ ସମ୍ପନ ହୋଇ ନ ପାରୁଥିଲେ ଏହିପରି ୨୭ ଦିନ ପର୍ଯ୍ୟନ୍ତ କରନ୍ତୁ । ଦେଖିବେ ଆପଣଙ୍କର କୌଣସି ଜିନିଷର ଅଭାବ ରହିବ ନାହିଁ । ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଓ ଧନବାନ ହେବା ପାଇଁ ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ଲହୁଣୀରେ ମିଶ୍ରି ମିଶାଇ ଅର୍ପଣ କରନ୍ତୁ । ଏହାସହ କ୍ଷୀରିରେ ମଧ୍ୟ ତୁଳସୀ ପାତ୍ର ପକାଇ ଭୋଗ ଲଗାନ୍ତୁ । ଏହାଦ୍ବାରା ଭଗବାନ ଶ୍ରୀକୃଷ୍ଣ ଅତିଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଓ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଜନ୍ମାଷ୍ଟମୀ ଦିନ ରାତି ୧୨ ଘଣ୍ଟିକା ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଞ୍ଚାମୃତ କିମ୍ବା କେଶର ମିଶ୍ରିତ କ୍ଷୀରରେ ଅଭିଷେକ କରନ୍ତୁ ।

ଏପରି କରିବା ଦ୍ଵାରା ଆପଣ ମାଲାମାଲ ହୋଇଯିବେ ଓ ଶ୍ରୀକୃଷ୍ଣ କେବେ ମଧ୍ୟ ଆପଣଙ୍କ ଧନ ଭଣ୍ଡାର ଖାଲି ରଖିବେ ନାହିଁ । ଧନପ୍ରାପ୍ତି ପାଇଁ ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କ ପୂଜା ସମୟରେ କିଛି କଉଡି ବା ମୁଦ୍ରା ଅର୍ପଣ କରନ୍ତୁ ଓ ପୂଜା ସରିବା ପରେ ସେହି ମୁଦ୍ରାକୁ ଆଣି ନିଜ ପର୍ସରେ ରଖି ଦିଅନ୍ତୁ । ଏହିଦିନ ତୁଳସୀ ଚଉରା ମୂଳେ ଦେଶୀ ଗାଈ ଘିଅର ଦୀପ ଟିଏ ମଧ୍ୟ ଅବଶ୍ୟ ଲଗାନ୍ତୁ ଓ ଚଉରା ଚାରିପଟେ ଏଗାର ଥର ପରିକ୍ରମା କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button