IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀ ମାନେ ପିରିୟଡସ୍ ସମୟରେ ଏହି କାର୍ଯ୍ୟ କଲେ ସ୍ଵାମୀଙ୍କ ଜୀବନ ଉପରେ ଆସେ ବିପଦ, ଏହାସହ ଆହୁରି 20ରୁ ଅଧିକ Anuchinta

ଆଜି ଆମେ ଶାସ୍ତ୍ରରେ ବର୍ଣ୍ଣିତ ଥିବା ଏଭଳି କିଛି ଅନୁଚିନ୍ତା ବିଷୟରେ ଜାଣିବା ଯାହା ଆପଣଙ୍କ ଜୀବନକୁ ସହଜ ଓ ସୁଖମୟ କରିବାରେ ସହାୟକ ହେବ । ଯେଉଁ ନାରୀ ରଜସ୍ଵିଳା ଥିବା ସମୟରେ ଆଖିରେ କଜଳ ଲହାଇଥାଏ, ତା’ର ସନ୍ତାନ ଅନ୍ଧ ହୋଇ ଜନ୍ମଲାଭ କରିଥାଏ । ଯେଉଁ ନାରୀ ରଜସ୍ଵିଳା ଥିବା ସମୟରେ ଅଧିକ ବାୟୁ ସେବନ କରିଥାଏ, ତା’ର ସନ୍ତାନ ପାଗଳ ହୋଇ ଜନ୍ମଲାଭ କରିଥାଏ । ଯେଉଁ ନାରୀ ରଜସ୍ଵିଳା ଥିବା ସମୟରେ ଭୟଙ୍କର ଚିତ୍କାର ଶୁଣେ ତା’ର ସନ୍ତାନ ବଧିର ହୋଇ ଜନ୍ମ ହୋଇଥାଏ ।

ଯେଉଁ ନାରୀ ରଜସ୍ଵିଳା ଥିବା ସମୟରେ ଅଧିକ ହସିଥାଏ ତା’ର ସନ୍ତାନର ଜିହ୍ଵା ବଡ ହେବା ସହ ଓଠ କଳା ହୋଇ ଜନ୍ମଲାଭ କରିଥାଏ । ଯେଉଁ ନାରୀ ରଜସ୍ଵିଳା ଥିବା ସମୟରେ ଧର୍ମାଲୋଚନା କରିଥାଏ ବା ଧର୍ମ କଥା ଶ୍ରବଣ କତିହାଏ ତା’ର ସନ୍ତାନ ଧାର୍ମିକ, ବୁଦ୍ଧିମାନ ଓ ଜ୍ଞାନବନ୍ତ ହୋଇଥାଏ । ଯେଉଁ ବିବାହିତା ନାରୀ ବାର ମାସରେ ତେର ପର୍ବ ତଥା ଓଷା ବ୍ରତକୁ ନିଷ୍ଠାର ସହିତ ପାଳନ କରିଥାଏ, ସେହି ଗୃହରେ ମାତା ଲକ୍ଷ୍ମୀ ବିରାଜମାନ କରନ୍ତି, ଘର ଧନଧାନ୍ୟରେ ପୂର୍ଣ୍ଣ ହୁଏ ଓ ପରିବାରର ସର୍ବ ଶୁଭ ହୋଇଥାଏ ।

ଯେଉଁ ବିବାହିତା ନାରୀ ସ୍ବାମୀଙ୍କୁ ଦେବତା ଭଳି ପୂଜା କରିଥାଏ ଏବଂ ମନଜାଣି ସେବା କରିଥାଏ ଏହି ଘର ଉପରେ ଦେବାଦେବୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ । ଯେଉଁ ବିବାହିତା ନାରୀ ସ୍ଵାମୀ ମନରେ ସର୍ବଦା ଦୁଃଖ ଦେଇଥାଏ ସେହି ପରିବାରରେ ସର୍ବଦା ଅଶାନ୍ତି ଦେଖାଦିଏ ଏବଂ ନାନାଦି ବାଧାବିଘ୍ନ ଆସି ପହଞ୍ଚିଯାଏ ।

ଯେଉଁ ବିବାହିତା ନାରୀ ଶାଶୁ ଶ୍ଵଶୁରଙ୍କ ସେବା କରିଥାଏ ଓ ତାଙ୍କ ମନ ଜାଣି କାର୍ଯ୍ୟ କରିଥାଏ ତା’ର ସ୍ବାମୀର ସର୍ବବିଧ ମଙ୍ଗଳ ହୁଏ ଏବଂ ପରିବାରର ତଥା ସନ୍ତାନ ମାନଙ୍କର ମଧ୍ୟ ମଙ୍ଗଳ ହୁଏ । ଯେଉଁ ବିବାହିତା ନାରୀ ଶାଶୁ ଶ୍ଵଶୁରଙ୍କୁ ଅବମାନନା ତଥା ହତାଦର କରେ ତା’ ସ୍ଵାମୀ ସକଳ ବିପଦରେ ପଡେ ।

ଯେଉଁ ନାରୀ ଶଯ୍ୟା ତ୍ୟାଗ ପରେ ର୍ପାଥମେ ସ୍ଵାମୀଙ୍କୁ ଦେବତା ପରି ପ୍ରଣାମ କରେ ସେହି ନାରୀ ସର୍ବଦା ସଲକ୍ଷଣୀ ହୋଇଥାଏ ଓ ତା’ ସନ୍ତାନଙ୍କର ମଙ୍ଗଳ ହୋଇଥାଏ । ଯେଉଁ ସ୍ତ୍ରୀ ବିପଥଗାମୀ ଓ ପରପୁରୁଷର ଲାଭ ନିମନ୍ତେ ଚିନ୍ତା କରେ ଓ ତାଙ୍କ ପ୍ରତି ଆସକ୍ତ ହୁଏ ଏବଂ ପରପୁରୁଷ ସହ ଗୋପନ ପ୍ରୀତି କରେ ସେ ଦେହାନ୍ତ ଉତ୍ତାରେ ପିଶାଚୁଣୀ ହୁଏ ସାତ ଜନ୍ମ ପର୍ଯ୍ୟନ୍ତ ଦରିଦ୍ର କୂଳରେ ଜନ୍ମ ହୁଏ ।

ଯେଉଁ ପତ୍ନୀ ସ୍ବାମୀଙ୍କୁ ସର୍ବଦା କଟୁ କଥା କୁହେ ଏବଂ ଅନ୍ୟ ପୁରୁଷ ଦେଖିଲେ ଖୁସି ହୁଏ ତା’ର ପରିବାର ସର୍ବଦା ଅଶାନ୍ତିରେ କଟେ, ବଯସର ଶେଷ ସମୟରେ ଯନ୍ତ୍ରଣା ଭୋଗ କରେ ଏବଂ ଶରୀରରୁ ଦୁର୍ଗନ୍ଧ ବାହାରେ ।

ଯେଉଁ ପୁରୁଷ ବିନା କାରଣରେ ସନ୍ତାନଙ୍କୁ କିମ୍ବା ପତ୍ନୀଙ୍କୁ ହଇରାଣ କରେ ସେ ଜନ୍ମ ଜନ୍ମକୁ ନପୁଂସକ ହୋଇ ଜନ୍ମ ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button