IBN ଓଡ଼ିଶା ଏକ୍ସକ୍ଲୁସିଭ୍

।ମୋ ଅସଲ ନାଁ Draupadi ନୁହେଁ…, ଶପଥ ଗ୍ରହଣ ସଭାରେ ଅଭିଭାଷଣ ବେଳେ ନିଜ ନାଁକୁ ନେଇ ବଡ ଖୁଲାସା କଲେ ରାଷ୍ଟ୍ରପତି Draupadi Murmu

ଭାରତବର୍ଷର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଶପଥ ଗ୍ରହଣ ସଭାରେ ତାଙ୍କର ଅଭିଭାଷଣକୁ ନେଇ ଏବେ ସବୁ ମହଲରେ ପ୍ରଶଂସା କରାଯାଉଛି । ତାଙ୍କ ଭାଷଣରେ ଯେଉଁ ଓଡିଆପଣ ପ୍ରତିଫଳିତ ହୋଇଛି ତାହାକୁ ନେଇ ଓଡିଶାବାସୀ ବେଶ ଗର୍ବ ଅନୁଭବ କରୁଛନ୍ତି । ଦ୍ରୌପଦୀଙ୍କ ବାପାମା’ ଦ୍ରୌପଦୀଙ୍କ ନାମ ଦ୍ରୌପଦୀ ବୋଲି ଦେଇ ନଥିଲେ । ଦ୍ରୌପଦୀଙ୍କ ପ୍ରକୃତ ନାଁ ଥିଲା ପୁଟି ।

ଛୋଟବେଳେ ନିଜ ଗାଁରେ ସେ ଏହି ନାଁରେ ପରିଚିତ ଥିଲେ । ହେଲେ ପରବର୍ତ୍ତୀ ସମୟରେ ପୁଟି ନାଁରେ ପରିବର୍ତ୍ତନ କରାଯାଇ ଦ୍ରୌପଦୀ ରକ୍ଷା ଯାଇଥିଲା । ତେବେ କିଏ ଏବଂ କାହିଁକି ତାଙ୍କ ନାଁରେ ପରିବର୍ତ୍ତନ ଆଣିଥିଲେ ତାହା ବେଶ ରୋଚକ ଅଟେ । ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯେତେବେଳେ ସ୍କୁଲରେ ପଢୁଥିଲେ ସେତେବେଳେ ବାଲେଶ୍ଵର କିମ୍ବା କଟକରୁ ଜଣେ ଶିକ୍ଷକ ତାଙ୍କ ସ୍କୁଲରେ ଶିକ୍ଷକତା କରୁଥିଲେ । ସେହି ଶିକ୍ଷକଙ୍କୁ ପୁଟି ନାମଟି ବିଲକୁଲ ପସନ୍ଦ ଲାଗି ନଥିଲା ।

ତେଣୁ ସେହି ଶିକ୍ଷକ ଜଣଙ୍କ ପୁଟି ନାମ ପରିବର୍ତ୍ତେ ତାଙ୍କ ନାମ ଦ୍ରୌପଦୀ ବୋଲି ରଖିଥିଲେ । ଆଉ ସେହି ଦିନଠାରୁ ତାଙ୍କ ନାମ ଦ୍ରୌପଦୀ ହୋଇଥିଲା । ବିବାହ ପୂର୍ବରୁ ତାଙ୍କର ପୁରା ନାମ ଥିଲା ଦ୍ରୌପଦୀ ଟୁଡୁ । ହେଲେ ଶ୍ୟାମଚରଣ ମୁର୍ମୁଙ୍କୁ ବିବାହ କରିବା ପରେ ତାଙ୍କ ନାମ ଟୁଡୁରୁ ଦ୍ରୌପଦୀ ମୁର୍ମୁକୁ ପରିବର୍ତ୍ତିତ ହୋଇଥିଲା ।

କାଲି ଏକ ଅଖ୍ୟାତ ପଲ୍ଲୀର ପ୍ରାଥମିକ ସ୍କୁଲରେ ପଢୁଥିବା ପୁଟି ଆଜି ସାରା ବିଶ୍ବରେ ଦ୍ରୌପଦୀ ମୁର୍ମୁ ନାମରେ ପରିଚିତ ଅଟନ୍ତି । ଦେଶରେ ସର୍ବୋଚ୍ଚ ପଦବୀରେ ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଆମ ରାଜ୍ୟ ପାଇଁ ସମ୍ମାନ ଓ ନୂତନ ପରିଚୟ ଆଣି ଦେଇଛନ୍ତି । କାଲି ଯେଉଁ ଓଡ଼ିଶାକୁ ଚିହ୍ନିବା ପାଇଁ ଲୋକଙ୍କୁ ମ୍ୟାପ ଦରକାର ଦେଉଥିଲା ସେମାନେ ଓଡିଶାର ନାମକୁ ଆଉ କେବେବି ଭୁଲି ପାରିବେ ନାହିଁ ।

ଏକ ଗରିବ ରାଜ୍ୟ ଭାବେ ପରିଚିତ ଓଡିଶା ଯେ ପଙ୍କରୁ ପଦ୍ମ ଫୁଟିବା ଭଳି ଦେଶକୁ ଏତେ ବଡ ବ୍ୟକ୍ତିତ୍ବଙ୍କ ଅବଦାନ ଦେଇପାରେ ସେଥିରେ ଆଉ ତିଳେ ହେଲେ ବି ସନ୍ଦେହ ନାହିଁ । ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଓଡିଆ ଭାବେ ଓଡିଶାକୁ ଏକ ନୂଆ ପରିଚୟ ଦେଇଛନ୍ତି କହିଲେ ଅତ୍ଯୁକ୍ତି ହେବନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button