IBN ଓଡ଼ିଶା ଏକ୍ସକ୍ଲୁସିଭ୍ରାଜ୍ୟ

୩ଏକର ଲିଜ୍ ନେଇ ୧୦ଏକର ପାହାଡ ଖାଇଦେଲେ ତ୍ରିନାଥ ଜେନା, ଲୋକୟୁକ୍ତ ଙ୍କ ତଦନ୍ତକାରୀ ସଂସ୍ଥା ଧରିଲା ଚୋରି।

 

*ଧରା ପଡିଲା ଆରୁହା ପାହାଡ କେଲୀଙ୍କାରୀ*
*ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡୀ ଙ୍କ ସମେତ ୮ଜଣକୁ ଲୋକୟୁକ୍ତ ଙ୍କ ନୋଟିସ୍*
*(ପ୍ରଶାସନ ଅଧିକାରୀ ଙ୍କ ଭାଗ ବଣ୍ଟା ରେ ହୋଇଥିଲା କଳାପଥର ଲୁଟ)*
*ଲୋକୟୁକ୍ତ ଙ୍କ ତଦନ୍ତକାରୀ ସଂସ୍ଥା ଧରିଲା ଚୋରୀ*

IBN ଓଡିଶା(ବ୍ୟୁରୋ):-ଯାଜପୁର,ଧର୍ମଶାଳା-
ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ଧର୍ମଶାଳା ର ଆରୁହା ପାହାଡ କଳାପଥର ଲୁଟ ର ଚିତ୍ର ଏବେ ସାମ୍ନା କୁ ଆସିଛି।ପ୍ରଶାସନିକ ଅଧିକାର ଙ୍କ ସୁପାରିଶ ରେ ଚାଲିଥିଲା କଳାପଥର ଚୋରି।ଆଉ କୋଟି କୋଟି ଟଙ୍କାର କଳାପଥର କାରବାର ଘଟଣା ରେ ମାନ୍ୟବର ଲୋକୟୁକ୍ତ ୫ଜଣକୁ ନୋଟିସ ଜାରି କରିଛନ୍ତି।ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡୀ ଙ୍କ ସମେତ,ଯାଜପୁର ଜିଲ୍ଲାପାଳ,ପୂର୍ବତନ ତହସିଲଦାର,ଭୁତତ୍ୱ ସର୍ବେକ୍ଷେଣ ଯୁଗ ନିର୍ଦେଶକ,ଓ ଖଣି ମାଲିକ ତ୍ରିନାଥ ଜେନା ଙ୍କୁ ନୋଟିସ ଜାରି କରାଯାଇଛି।ଆସନ୍ତା ୬ସପ୍ତାହ ମଧ୍ୟରେ ପୂର୍ଣ୍ଣାଙ୍ଗ ବିବରଣୀ ପ୍ରଦାନ କରିବାକୁ ଲୋକୟୁକ୍ତ ଅଧକ୍ଷ ବିଚାରପତି ଡ଼ ଅଜିତ ସିଂ ସମସ୍ତ ପକ୍ଷକୁ ଦର୍ଶାଇଛନ୍ତି।ଆଉ ଏନେଇ ସୂଚନା ଅଧକାର କର୍ମୀ ଶ୍ରୀଯୁକ୍ତ ସର୍ବେଶ୍ୱର ବେହୁରା କରିଥିବା ଆବେଦନ କୁ ବିଚାର କରି ଲୋକୟୁକ୍ତ ଙ୍କ ପକ୍ଷରୁ ଗତ ୨୬ରେ ନିର୍ଦ୍ଧେଶ ନାମ ଜାରି କରାଯାଇଛି।

ତଥ୍ୟ ମୁତାବକ ଶ୍ରୀ ବେହୁରା ଏନେଇ ୨୦୨୦ ମସିହାରେ ଲୋକୟୁକ୍ତ ଙ୍କ ନିକଟରେ ମାମଲା ରଜୁ କରିଥିଲେ।ସେ ଦର୍ଶାଇ ଥିଲେ ଯେ ଖଣି ମାଲିକ ତ୍ରିନାଥ ଜେନା ସ୍ଥାନୀୟ ତହସିଲ ଓ ପୋଲିସ ପ୍ରଶାସନ କୁ ସହ ସଲାସୁତୁରା କରି ଆରୁହା ପାହାଡ଼ ରୁ ଲକ୍ଷାଧିକ ଟଙ୍କାର ଟନ୍ ଟନ୍ କଳାପଥର ବେଆଇନ ଭାବେ ଉତ୍ତୋଳନ କରିଛନ୍ତି।୨୦୧୭-୨୦୧୮ରୁ ୨୦୨୧-୨୦୨୨ ମଧ୍ୟରେ ୫ବର୍ଷିଆ ସୂତ୍ରରେ ଖାଦାନ ନମ୍ବର-୧ରେ ୩ଏକର ଜମିରୁ ଉତ୍ତୋଳନ ପାଇଁ ଅନୁମତି ପ୍ରଦାନ କରିଥିଲେ।କିନ୍ତୁ ଲିଜ ଧାରୀ ମାଫିଆ ତ୍ରିନାଥ ଜେନା ୩ଏକର ପରିବର୍ତ୍ତେ ୧୫୩ ଜମିକୁ ମାଡିବସି ବେଫିକର ଭାବେ କଳାପଥର ଉତ୍ତୋଳନ କରି ଚାଲିଥିଲେ।ଆଉ ଯାହା ଆଜି ତଦନ୍ତ ବେଳେ ଧରା ପଡିଛି।ଲୋକୟୁକ୍ତ ଙ୍କ ନୋଟିସ କହୁଛି ଧର୍ମଶାଳା ତହସିଲଦାର, ଜିଲ୍ଲା ପ୍ରଶାସନ,ଧର୍ମଶାଳା ପୋଲିସ ଓ ଲିଜ ଧାରୀ ଙ୍କ ସଲାସୁତୁରା ରେ ଲିଜ ବାହାରେ କଳାପଥର ଲୁଟ ହୋଇଛି।କିନ୍ତୁ ପ୍ରଶାସନ ଏହାକୁ ଚଂଚକତା କରି ନିଜେ ଧୁଆ ମୂଳା ପ୍ରମାଣ କରିବାକୁ ଯାଇ ମାନ୍ୟବର ଲୋକୟୁକ୍ତ ରେ ୧୦୩ ଗାଡି ଜବତ କରିଛୁ ଓ ଜୋରିମାନା ବାବଦ କୁ ୧୯ ଲକ୍ଷ ୩୭ହଜାର ୨୦ଟଙ୍କା ଆଦାୟ କରିଛୁ ବୋଲି ଲୋକୟୁକ୍ତ ଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରିଥିଲେ।ତେବେ ଲୋକୟୁକ୍ତ ରିପୋର୍ଟ କୁ ଦେଖିବା ପରେ ଆରୁହା କଳାପଥର ଲୁଟ ପାଇଁ ପ୍ରଶାସନିକ ସୁପାରିଶ ହୋଇଥିବା ଜାଣି ପାରି ୮ଅଧିକାରୀ ଙ୍କୁ ହାଜର ପାଇଁ ନୋଟିସ କରିବା ଘଟଣା ରୁ ସ୍ପଷ୍ଟ ଜଣା ପଡୁଛି।

ଲିଜ ଧାରୀ ଙ୍କୁ ଯେଉଁ ପରିସୀମା ରୁ ଉତ୍ତୋଳନ କରିବାପାଇଁ ଚୁକ୍ତି କରାଯାଇଥିଲା ସେଇ ପରିସୀମା ରେ ସ୍କେଚ ମ୍ୟାପ ଦେବା ବଦଳରେ ଆରଆଇ ଆରୁହା ସର୍କଲ ବାସୁଦେବ ସାହୁ ୬ଏକର ୮୦ଡ଼ିସିମିଲ ର ସ୍କେଚ ମ୍ୟାପ ଲିଜ ଧାରୀ ଙ୍କୁ ପ୍ରଦାନ କରିଥିଲେ। ଆଉ ଯାହାକୁ ପୂର୍ବତନ ତହସିଲଦାର ପ୍ରଭାସ କୁମାର ନାୟକ ସ୍ୱୀକୃତି ପ୍ରଦାନ କରି ମାଇନିଂ ପ୍ଲାନ ପାଇଁ ଜୁଲୋଜିଷ୍ଟ ଗୌତମ ସାହୁ ଙ୍କୁ ପ୍ରଦାନ କରିଥିଲେ।ଜୁଲୋଜିଷ୍ଟ ଶ୍ରୀ ସାହୁ ମାଇନିଂ ପ୍ଲାନ ପ୍ରଦାନ କରିଥିବା ବେଳେ ଢେଙ୍କାନାଳ ର ଯୁଗ୍ମ ନିର୍ଦେଶକ ରିପୋର୍ଟ କୁ ଅନୁମୋଦନ କରିଥିଲେ।ଆରାଇ ଠୁ ଆରମ୍ଭ କରି ତହସିଲଦାର, ଜିଲ୍ଲା ପ୍ରଶାସନ, ପୋଲିସ ,ଜୁଲୋଲିଷ୍ଟ ଏବଂ ଯୁଗ୍ମ ନିର୍ଦ୍ଧେଶକ ଙ୍କ ପର୍ଯ୍ୟନ୍ତ ଆରୁହା ପାହାଡ ର ଲିଜ ବାହାରୁ କଳାପଥର ଲୁଟ କରିବା ପାଇଁ ଅନୁମତି ପ୍ରଦାନ କରିବା ପରେ ଲିଜ ଧାରୀ ଶ୍ରୀନାଥ ଜେନା ଆଖିବୁଜା କଳାପଥର ଲୁଟ କରି ଚାଲିଥିଲେ।ଆଉରି ମଧ୍ୟ ରିପୋର୍ଟ ରେ ଉଲେଖ୍ୟ ଅଛି ଯେ ୬ଏକର ୮୦ଡ଼ିସିମିଲ ବାହାରେ ଆହୁରି ୩ଏକର ୯୪ଡ଼ିସିମିଲ ଜମି ବେଆଇନ ଭାବେ ବାହାରେ ଜବରଦଖଲ କରାଯାଇ କଳାପଥର ଉତୋଳନ କରାଯାଇଛି।ଏହି କାରଣ ରୁ ଲୋକୟୁକ୍ତ ପ୍ରାକ୍ତନ ତହସିଲଦାର ବା ଏବେ କାର ଭୁବନ ତହସିଲଦାର ପ୍ରଭାସ କୁମାର ବେହୁରା ,ପ୍ରାକ୍ତନ ତହସିଲଦାର ବା ଏବେର ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା,ପ୍ରାକ୍ତନ ତହସିଲଦାର ବା ଏବେର ଢେଙ୍କାନାଳ ର ଅତିରିକ୍ତ ତହସିଲଦାର ଶୀତଳ ଅଗ୍ରୱାଲ,ପ୍ରାକ୍ତନ ତହସିଲଦାର ବା ଏବେର ଡେପୁଟି କଲେକ୍ଟର ପ୍ରଶାନ୍ତ ସାମନ୍ତ ରାୟ,ଆରଆଇ ବାସୁଦେବ ସାହୁ ଏବେର ଧର୍ମଶାଳା ଆରଆଇ ମନୋଜ ମହାପାତ୍ର ,ଆରୁହା ଆରଆଇ କ୍ଷୀରାଦ୍ଧି ତନାୟ ପଣ୍ଡା ଏବଂ ଅମୀୟ କୁମାର ରାଉତ ଯୁଗ୍ମ ନିର୍ଦେଶକ ଜିଓଲୋଜି ଜୋନାଲ ଢେଙ୍କାନାଳ ଙ୍କୁ ଆସନ୍ତା ୧୩ ତାରିଖ ରେ ଲୋକୟୁକ୍ତ ଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ ଆଦେଶନାମା LY-1355/2022 ଅନୁଯାଇ ତା ୨୬/୧୧/୨୧ ରେ ନୋଟିସ ଜାରି କରିଛନ୍ତି।ବେଆଇନ ଭାବେ ଲୁଟ ହୋଇଥିବା କଳାପଥର ୨୦କୋଟି ଟଙ୍କା ରୁ କମ୍ ହେବନି ବୋଲି ସୂଚନା ଅଧିକାର କର୍ମୀ ଶ୍ରୀଯୁକ୍ତ ବେହୁରା ଅଭିଯୋଗ କରିବା ସହ ମାନ୍ୟବର ଲୋକାଯୁକ୍ତ ମାଫିଆ, ଲୁଟେରା,ଓ ଦୁର୍ନୀତି ଗ୍ରସ୍ଥ ଅଫିସର ଙ୍କ ଉପରେ ଦୃଢ଼ କଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ରଖିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button