IBN ଓଡ଼ିଶା ଏକ୍ସକ୍ଲୁସିଭ୍ଦେଶ

ସିଡିଏସ୍ ବିପିନ୍ ରାୱତଙ୍କ ହେଲିକପ୍ଟର କ୍ରାସ୍ : ଦୁର୍ଘଟଣାସ୍ଥଳରୁ ୪ମୃତଦେହ ଉଦ୍ଧାର #ArmyHelicopterCrash

IBN ଓଡିଶା (ବ୍ୟୁରୋ):କୁନ୍ନୁର : ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟିଛି । ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ଯାଉଥିବା ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରୁ ୪ ମୃତଦେହ ଉଦ୍ଧାର କରିବା ସହ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି ।କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେନା ହେଲିକପ୍ଟରରେ କେବଳ ସିଡିଏସ୍ ବିପିନ ରାୱତ ନୁହଁନ୍ତି ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ । ବର୍ତ୍ତମାନ ଦୁର୍ଘଟଣା ପରେ କେଉଁ ଲୋକଙ୍କୁ ଉଦ୍ଧାର କରାଯାଇଛି, ସେନା ଏ ବିଷୟରେ ସ୍ପଷ୍ଟ କରି ନାହାଁନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି ।ସିଡିଏସଙ୍କୁ ନେଇ ଯାଉଥିବା ଏହି ସେନା ହେଲିକପ୍ଟର ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜଙ୍ଗଲିଆ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏଥିସହିତ ଉଦ୍ଧାର ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ସିଡିଏସ୍ ବିପିନ ରାୱତ ଏକ ଲେକ୍ଚର ସିରିଜ୍ ପାଇଁ ଓଟି ୱେଲିଙ୍ଗଟନ୍ ଯାଇଥିଲେ । ତାଙ୍କ ସହ ତାଙ୍କ ପତ୍ନୀ ଏବଂ ବ୍ରିଗେଡିୟର୍ ରାଙ୍କର ଅଧିକାରୀ ହେଲିକପ୍ଟରରେ ସବାର ଥିଲେ। ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ହିଁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।ସିଡିଏସ୍ ବିପିନ ରାୱତ ଏକ ଲେକ୍ଚର ସିରିଜ୍ ପାଇଁ ଓଟି ୱେଲିଙ୍ଗଟନ୍ ଯାଇଥିଲେ । ତାଙ୍କ ସହ ତାଙ୍କ ପତ୍ନୀ ଏବଂ ବ୍ରିଗେଡିୟର୍ ରାଙ୍କର ଅଧିକାରୀ ହେଲିକପ୍ଟରରେ ସବାର ଥିଲେ। ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ହିଁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button