IBN ଓଡ଼ିଶା ଏକ୍ସକ୍ଲୁସିଭ୍ଦେଶ

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ପରେ CDS ବିପିନ ରାୱତ୍‌ଙ୍କୁ ନିଆଗଲା ହସ୍ପିଟାଲ୍‌

IBN ଓଡିଶା(ବ୍ୟୁରୋ):-ଚେନ୍ନାଇ: ସିଡିଏସ୍(Chief of Defence Staff) ବିପିନ୍ ରାଓ୍ୱତ୍‌ଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତାମିଲନାଡ଼ୁର କୁନୁର ନିକଟରେ ଆଜି ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି। ଏନେଇ ବାୟୁସେନା ସ୍ପଷ୍ଟ କରିଛି। ବାୟୁସେନାର MI-17 V 5 ହେଲିକପ୍ଟରରେ ସିଡିଏସ୍ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ଓ ଷ୍ଟାଫ୍ ମେମ୍ବରଙ୍କୁ ମିଶାଇ ୧୪ ଜଣ ଥିବା ସୂଚନା ମିଳିଛି। ଦୁର୍ଘଟଣା ସ୍ଥଳରୁ ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଏହାସହ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଦୁର୍ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ସିଡିଏସ୍ ବିପିନ ରାୱତ୍‌ଙ୍କୁ ହସ୍ପିଟାଲ ନିଆଯାଇଛି। ତାଙ୍କୁ ୱେଲିଂଟନ୍‌ ଏୟାରବେସ୍ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି। ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଖବର ପାଇ ବରିଷ୍ଠ ସେନା ଅଧିରକୀ ମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି।  ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  କେଉଁ କାରଣରୁ ଦୁର୍ଘଟଣା ଘଟିଲା, ସେନେଇ ଭାରତୀୟ ବାୟୁସେନା ତଦନ୍ତ ନିର୍ଦ୍ଦେଶ ଦେଇଛି।

ଜାଣନ୍ତୁ, କେଉଁମାନେ ହେଲିକପ୍ଟରରେ ଥିଲେ ?
ସିଡିଏସ୍ ଜେନେରାଲ ବିପିନ୍ ରାୱତ୍‌
ବିପିନ୍ ରାୱତ୍‌ଙ୍କ ପତ୍ନୀ ମଧୁଲିକା ରାୱତ୍‌
ବ୍ରିଗେଡିୟର ଏଲ.ଏସ୍‌ ଲିଡର
ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ ହରଜିନ୍ଦର ସିଂ
ନାଏକ ଗୁରସେୱକ ସିଂ
ନାଏକ ଜିତେନ୍ଦ୍ର କୁମାର
ଲାନ୍ସ ନାଏକ ବିବେକ କୁମାର
ଲାନ୍ସ ନାଏକ ବି ସାଇ ତେଜା
ହାବିଲଦାର ସତପାଲ୍

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button